ଏଭରେଷ୍ଟ ବେସକ୍ୟାମ୍ପରେ ୨ ବର୍ଷର ଶିଶୁ, ପାଲଟିଲେ ସର୍ବ କନିଷ୍ଠ ପର୍ବତାରୋହୀ…

ଲଣ୍ଡନ,୨୯।୧ : ଯେଉଁ ବୟସରେ ପିଲାମାନେ କଥା କହିବା ଶିଖନ୍ତି, ବ୍ରିଟିଶ ଜନ୍ମିତ ଦୁଇ ବର୍ଷ ବୟସ୍କ ଟୋଟ କାର୍ଟର ଦୁନିଆର ସର୍ବ କନିଷ୍ଠ ପର୍ବତାରୋହୀ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ସେ ଏଭରେଷ୍ଟର ବେସକ୍ୟାମ୍ପରେ ପହଞ୍ଚିବାରେ ସେ ସର୍ବ କନିଷ୍ଠ ହୋଇପାରିଛନ୍ତି। ଏହାପୂର୍ବରୁ, ଚେକ ରିପବ୍ଲିକର ଜଣେ ୪ ବର୍ଷର ଶିଶୁ ଏଭରେଷ୍ଟର ବେସ କ୍ୟାମ୍ପରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ସଫଳତାରେ ତାଙ୍କ ପିତାମାତା ଅତ୍ୟନ୍ତ ଖୁସି ଥିବାବେଳେ ସେମାନେ କହିଛନ୍ତି ଏଥି ପାଇଁ ଟୋଟଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ବିଷୟରେ ସମ୍ପୂର୍ଣ୍ଣ ତାଲିମ ଦିଆଯାଇଛି। ଏହା ବ୍ୟତୀତ ସମୟ ସମୟରେ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ରକ୍ତ ପରୀକ୍ଷା କରାଯାଇଥିଲା।

ସୂଚନାନୁସାରେ, ଟୋଟ କାର୍ଟର ତାଙ୍କ ପିତାମାତାଙ୍କ ସହ ଏଭରେଷ୍ଟର ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତିରେ ତାଙ୍କ ପିତା ରସ କହିଛନ୍ତି ସେ ପରିବାର ସହ ଏସିଆ ଦେଇ ଏକ ବର୍ଷ ଯାତ୍ରା କରୁଛନ୍ତି। ଏହି ଘଟଣା ୨୫ ଅକ୍ଟୋବର ୨୦୨୩ରେ ଘଟିଥିଲା, ଯେତେବେଳେ ମୁଁ ମୋ ସ୍ତ୍ରୀ ଜାଡେ ଏବଂ ପୁଅଙ୍କ ସହ ନେପାଳର ଦକ୍ଷିଣ ପାର୍ଶ୍ୱରେ ଭୂମିରୁ ୧୭୫୯୮ ଫୁଟ ଉଚ୍ଚରେ ବେସ କ୍ୟାମ୍ପକୁ ଯାଇଥିଲି। ସେ କହିଛନ୍ତି ସେ ସ୍କଟଲାଣ୍ଡର ଗ୍ଲାସଗୋ ସହରର ବାସିନ୍ଦା ଏବଂ ଏକ ଘରୋଇ କମ୍ପାନୀରେ ସେଲ୍ସ ମ୍ୟାନେଜର। ଆମର ଯାତ୍ରା ଏକ ବର୍ଷ ପାଇଁ ଥିଲା, ଯେଉଁଥିରେ ଆମେ ଶ୍ରୀଲଙ୍କା, ନେପାଳ ଏବଂ ମାଳଦ୍ୱୀପ ସମେତ ଅନେକ ସ୍ଥାନ ପରିଦର୍ଶନ କରିଥିଲୁ। ଏସବୁ ପାଇଁ ଆମେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ପର୍ଯ୍ୟାପ୍ତ ତାଲିମ ନେଇଛୁ ଏବଂ ଏଥିପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିଛୁ।

ରସଙ୍କ ଅନୁଯାୟୀ, ଟୋଟଙ୍କ ରକ୍ତ ପରୀକ୍ଷା ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଯାଞ୍ଚ ବେସ କ୍ୟାମ୍ପକୁ ଯିବା ପୂର୍ବରୁ କରାଯାଇଥିଲା। ଆମେ ବେସ କ୍ୟାମ୍ପକୁ ଯିବାବେଳେ ତାଙ୍କର କୌଣସି ଅସୁବିଧା ନ ଥିଲା, କିନ୍ତୁ ସେ ଏବଂ ତାଙ୍କ ସ୍ତ୍ରୀ ଜାଡେ ଗତି ରୋଗରେ ପୀଡିତ ହୋଇଥିଲେ । ଏହି ଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛୁ। ଥଣ୍ଡାରେ ରାସ୍ତାରେ ଶୋଇବା ପାଇଁ ଜ୍ୟାକେଟ ଏବଂ ତମ୍ବୁ ନେଇ ଯାଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri