Posted inଖେଳ

ଓଡ଼ିଶା: କ୍ରୀଡ଼ା ଦୃଶ୍ୟପଟରେ ପରିବର୍ତ୍ତନ, ଆଥ୍‌ଲେଟିକ୍ସ ସଶକ୍ତୀକରଣ

ଭୁବନେଶ୍ୱର, ୧୮।୧୧(ବିଜୟ ରଣା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ରାଜ୍ୟ କ୍ରୀଡ଼ା ବଜେଟରେ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଦେଶର କୌଣସି ରାଜ୍ୟ ତୁଳନାରେ ଏହା ସର୍ବାଧିକ। ଆଥଲଟିକ୍ସ ସଶକ୍ତିକରଣ ସାଙ୍ଗକୁ ରାଜ୍ୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଘଟିଛି। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ଏବଂ ଭୁବନେଶ୍ୱରରେ ରହିଥିବା କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସ ବର୍ତ୍ତମାନ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଉଭୟ ସ୍ଥାନରେ ନୂତନ ପ୍ରତିଭାମାନ ସୃଷ୍ଟି ହେଉଛନ୍ତି, ଯେଉଁଠାରେ କି ଆଥଲେଟମାନଙ୍କ ଲାଗି ବିଶ୍ୱଶ୍ରେଣୀର ସୁବିଧା ସୁଯୋଗ ଉପଲବ୍ଧ ରହିଛି। କଳିଙ୍ଗ ଷ୍ଟାଡିୟମ ପରିସରରେ ଖୁବ୍‌ ଶୀଘ୍ର ଇନ୍‌ଡୋର ଆଥଲେଟିକ୍ସ ସେଣ୍ଟର ଉଦ୍‌ଘାଟିତ ହେବାକୁ ଯାଉଛି। ଦକ୍ଷିଣ ଏସିଆର ଏହା ସର୍ବବୃହତ୍‌ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ ରୂପେ ପରିଗଣିତ ହେବ। ଏଥିରେ ୨,୦୦୦ ଦର୍ଶକ ଆସନ ବିଶିଷ୍ଟ ଗ୍ୟାଲେରୀ ସହ ୨୦୦ମିଟର ଆଥଲେଟିକ୍ସ ଟ୍ରାକ୍‌ ରହିଛି। ଏଥିରେ ଆହୁରି ମଧ୍ୟ ୮୦ ମିଟର ପ୍ଲସ ୨୦ମିଟର ରନିଂ ଟ୍ରାକ୍‌ ରହିଛି। ପୋଲ୍‌ଭଲ୍ଟ, ଶଟପୁଟ୍‌, ଲଙ୍ଗ ଓ ହାଇଜମ୍ପ, ଓ୍ବେଟ୍‌ ଟ୍ରେନିଂ ସେଣ୍ଟର, ଖେଳାଳିଙ୍କ ରହଣୀ ବ୍ୟବସ୍ଥା, ୬୦ ଟୁଇନ୍‌ ଶେୟାରିଂ ରୁମ୍‌ ଏବଂ ଲାଉଞ୍ଜ ରହିଛି, ଯାହାକୁ କୌଣସି ପ୍ରତିଯୋଗିତା ବେଳେ ବ୍ୟବହାର କରାଯାଇ ପାରିବ। କୌଣସି ପ୍ରକାର ବାହ୍ୟ ସମସ୍ୟା ଦେଖାଦେଲେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମରେ ଆଥଲେଟମାନଙ୍କୁ ବର୍ଷସାରା ସହାୟତା ଯୋଗାଇ ଦିଆଯାଇ ପାରିବ। ପୁନଶ୍ଚ ୧୦୦ରୁ ଅଧିକ ଆଥଲେଟ୍‌ଙ୍କ ଲାଗି ରହଣୀ ଏବଂ ଫୁଲ୍‌ ଟାଇମ୍‌ କୋଚିଂ ସୁବିଧା ରହିଛି। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରହିଥିବା ୧୦୦୦ ଆସନ କ୍ଷମତା ବିଶିଷ୍ଟ ଇନ୍‌ଡୋର ଆକ୍ୱାଟିକ୍‌ କମ୍ପ୍ଲେକ୍ସରେ ୫୦ମିଟର ଅଲିମ୍ପିକ ସାଇଜ୍‌ ସୁଇମିଂ ପୁଲ୍‌, ୨୫ ମିଟର ଅଲିମ୍ପିକ ସାଇଜ୍‌ ପୁଲ୍‌, ଫିଟ୍‌ନେସ ସେଣ୍ଟର, ସ୍ପୋଟର୍‌ସ ରିକଭରି ଫ୍ୟାସିଲିଟିଜ ଏବଂ ୨୬ ଟୁଇନ୍‌ ଶେୟାରିଂ ରୁମ୍‌ ସହ ରହଣୀ ସୁବିଧା ରହିଛି। ଆଗାମୀ ସ୍ପୋଟର୍‌ସ ସାଇନ୍ସ ସେଣ୍ଟର ଭାରତର ସର୍ବବୃହତ୍‌ ସ୍ପୋଟର୍‌ସ ସାଇନ୍ସ ସେଣ୍ଟର ଭାବେ ପରିଗଣତି ହେବ। ଅନ୍ୟପକ୍ଷରେ କିମ୍ବଦନ୍ତୀ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ତତ୍ତ୍ୱାବଧାନରେ ବ୍ୟାଡ୍‌ମିଣ୍ଟନ ଭିତ୍ତିଭୂମି ତିଆରି ଚାଲିଛି। ଏଥିରେ ୫୦୦ ଦର୍ଶକ କ୍ଷମତା ସହ ୮ ବ୍ୟାଡ୍‌ମିଣ୍ଟନ କୋର୍ଟ ରହିବ। କାଫେଟରିଆ, ଗେଷ୍ଟ ରୁମ୍‌ ଓ ଜିମ୍ନାସିୟମ ରହିବ। ଆଇଟିଏଫ୍‌ ଦ୍ୱାରା ସ୍ବୀକୃତିପ୍ରାପ୍ତ ଟେନିସ ସେଣ୍ଟର ରହିଛି, ଯେଉଁଠାରେ ସିନ୍ଥେଟିକ୍‌ ମ୍ୟାଚ୍‌ କୋର୍ଟ ବ୍ୟତୀତ ଏବଂ ୧୫୦୦ ଦର୍ଶକଙ୍କ ଲାଗି ଆସନ ବ୍ୟବସ୍ଥା ରହିଛି। ଫିଟ୍‌ନେସ ସେଣ୍ଟର ବ୍ୟତୀତ ୧୮୦ ଆସନ ବିଶିଷ୍ଟ ଏକ ଅଡିଟୋରିଅମ୍‌ ରହିଛି। ସେହିପରି ଜିମ୍ନାଷ୍ଟିକ୍‌ ସେଣ୍ଟରରେ ୨୫୦ ଦର୍ଶକମାନଙ୍କ ଲାଗି ବ୍ୟବସ୍ଥା ରହିଛି। ଦେଶର ଏହା ଅନ୍ୟତମ ଶ୍ରେଷ୍ଠ ସେଣ୍ଟର ବୋଲି କୁହାଯାଉଛି। ଅନ୍ୟ ସୁୂବିଧା ସୁଯୋଗ ମଧ୍ୟରେ ୨୦ ଟାର୍ଗେଟ ସହ ୧୦ମିଟର ବିଶିଷ୍ଟ ଶୁଟିଂ ରେଞ୍ଜ ରହିଛି। କଳିଙ୍ଗ ହକି ଷ୍ଟାଡିୟମରେ ଦୁଇଟି ପିଚ୍‌ ରହିଛି। ସେହିପରି ଓ୍ବେଟଲିଫ୍ଟ୍‌ିଂ ହଲ୍‌, ଫୁଟବଲ କମ୍‌ ଆଥାଲେଟିକ୍ସ ଷ୍ଟାଡିୟମ, ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଏବଂ ସ୍ପୋଟର୍‌ସ କ୍ଲାଇମ୍ବିଂ ଓ୍ବାଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri