ଢେଙ୍କାନାଳରେ ହେବ ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ

ଢେଙ୍କାନାଳ, ୨୪ା୮(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ-ନବଜୀବନପୁର କଳାକୃତି ଗ୍ରାମରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ। ଡୋକ୍ରା କଳାକୃତି ପାଇଁ ପ୍ରସିଦ୍ଧ ଏହି ସ୍ଥାନରେ ଏଭଳି ଲୁପ୍ତପ୍ରାୟ ହସ୍ତଶିଳ୍ପର ବିକାଶ ଲାଗି ରିସର୍ଚ୍ଚ ସେଣ୍ଟର ଏବଂ ଡୋକ୍ରା ଲାଇବ୍ରେରି ସ୍ଥାପନ କରାଯିବ। ହସ୍ତଶିଳ୍ପ କ୍ଷେତ୍ରରେ ଗବେଷଣା କରୁଥିବା ଏବଂ ଜ୍ଞାନ ଥିବା ବ୍ୟକ୍ତିମାନେ ଏଠାକୁ ଆସି ଶିଳ୍ପୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ସମସ୍ୟାର ସମାଧାନ ଲାଗି ଭାବ ବିନିମୟ କରିବେ। କଳାକୃତି ଗ୍ରାମରେ ଓଡ଼ିଶା ସମେତ ଦେଶର ସମସ୍ତ ହସ୍ତଶିଳ୍ପ ପ୍ରଦର୍ଶନ କରାଯିବ। ଏସବୁ କାର୍ଯ୍ୟରେ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ଏବଂ ବୈଷୟିକ ସହାୟତା କରିବେ। ବୁଧବାର ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସି କଳାକୃତି ଗ୍ରାମ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗ କମିଶନର ରୂପାରୋଶନ ସାହୁ।
କମିଶନର ଅପରାହ୍ନ ପ୍ରାୟ ୫ଟା ୨୦ରେ କଳାକୃତି ଗ୍ରାମ ପରିଦର୍ଶନ କରି ହସ୍ତଶିଳ୍ପ ପ୍ରଦର୍ଶନୀ ଷ୍ଟଲ୍‌, କନଫରେନ୍ସ ହଲ, ହଷ୍ଟେଲ, ହସ୍ତଶିଳ୍ପ ପ୍ରସ୍ତୁତି ପ୍ରକୋଷ୍ଠ, ଶିଶୁ ଉଦ୍ୟାନ, ପୋଖରୀ, ବୋଟିଂ ବ୍ୟବସ୍ଥା ବୁଲି ଦେଖିଥିଲେ। ମିଶନ ଶକ୍ତି ଏବଂ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ସେ ଭାବ ବିନିମୟ କରିଥିଲେ। ପ୍ରସ୍ତାବିତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଢେଙ୍କାନାଳ ଜିଲାରେ ନଡ଼ା ଓ ହ୍ୟାଣ୍ଡଲୁମ୍‌ ଶିଳ୍ପ ରହିଛି। ଏସବୁକୁ ଜନମାନସରେ ପରିଚିତ କରାଇବା ଲାଗି ମ୍ୟୁଜିୟମ୍‌ରେ ପ୍ରଦର୍ଶନ କରାଯିବ। ସଦେଇବେରେଣୀ-ନବଜୀବନପୁରରେ ବହୁସଂଖ୍ୟାରେ ଡୋକ୍ରା କାରିଗର ରହୁଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳାକୃତି ଗ୍ରାମ ପ୍ରତିଷ୍ଠା ହୋଇଥିଲା, ଯାହା ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କଳାକୃତି ଗ୍ରାମରେ ପର୍ଯ୍ୟାୟକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରିରହିଛି। ଜିଲା ପ୍ରଶାସନକୁ ଆବଶ୍ୟକ ପ୍ରସ୍ତାବ ପଠାଇବା ଲାଗି ପରାମର୍ଶ ଦିଆଯାଇଛି। ପ୍ରସ୍ତାବ ଆସିବା ପରେ ଟିମ୍‌ ପଠାଇ ଡୋକ୍ରା ସମେତ ବିଭିନ୍ନ ହସ୍ତଶିଳ୍ପକୁ କିପରି ଅଧିକ ପ୍ରୋତ୍ସାହିତ କରାଯିବ, ସେ ସମ୍ପର୍କରେ ପଦକ୍ଷେପ ନିଆଯିବ। ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ୍‌ ଏବଂ ରିସର୍ଚ୍ଚ ସେଣ୍ଟର ସ୍ଥାପନ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପରିଦର୍ଶକମାନେ ରିସର୍ଚ୍ଚ ସେଣ୍ଟର ମାଧ୍ୟମରେ ଜ୍ଞାନ ଆହରଣ କରିପାରିବେ। ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ କାରିଗରମାନେ ଉପକୃତ ହେବେ ବୋଲି କମିଶନର ସାହୁ କହିଛନ୍ତି।
ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଅତିରିକ୍ତ ଜିଲାପାଳ ଲଳିତ କୁମାର ବେହେରା, ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ, ସଦର ବ୍ଲକ ବିଡିଓ ସୁଧୀର ନାୟକ, ଏସ୍‌ସି/ଏସ୍‌ଟି ବିଭାଗ ଡେପୁଟି ସେକ୍ରେଟାରି ସରୋଜ ପଣ୍ଡା, ଅମୃତା ପ୍ରିୟମ୍ବଦା, ଆଶିଷ ଭୋଇ, ଜିଲା ମଙ୍ଗଳ ଅଧିକାରୀ ରୁଦ୍ରପ୍ରସାଦ ପରିଡ଼ା, ଡେପୁଟି କଲେକ୍ଟର ଭଜନାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri