Posted inଜାତୀୟ

ସଞ୍ଜୟ ମିଶ୍ରାଙ୍କୁ ଥଇଥାନ ମସୁଧା

ନୂଆଦିଲ୍ଲୀ,୨୪ା୮ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ର ସରକାର ଭାରତର ମୁଖ୍ୟ ତଦନ୍ତ ଅଧିକାରୀ (ସିଆଇଓ) ନାମରେ ଏକ ନୂଆ ପଦବୀ ସୃଷ୍ଟି କରିବାକୁ ଯାଉଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଢାଞ୍ଚାରେ ସୃଷ୍ଟିହେବାକୁ ଥିବା ପ୍ରସ୍ତାବିତ ପଦବୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବିଦାୟୀ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କୁ ଥଇଥାନ କରାଯାଇପାରେ ବୋଲି ଉଚ୍ଚସ୍ତରୀୟ ଆଲୋଚନାରୁ ଜଣାପଡ଼ିଛି। ୬୩ ବର୍ଷୀୟ ସଞ୍ଜୟ ହେଉଛନ୍ତି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ସେହି ଅଧିକାରୀ, ଯାହାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇ ସେପ୍ଟେମ୍ବର ୧୫ ମଧ୍ୟରାତ୍ରି ସୁଦ୍ଧା ଇଡି ନିର୍ଦ୍ଦେଶକ ପଦବୀ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯେପରି ସିଡିଏସ୍‌ଙ୍କ ନିକଟରେ ୩ ସେନା ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ଠାରେ ୨ ଗୋଇନ୍ଦା ସଂସ୍ଥା ରିପୋର୍ଟ କରିଥାଆନ୍ତି, ଠିକ୍‌ ସେହିପରି ଭାରତର ମୁଖ୍ୟ ତଦନ୍ତ ଅଧିକାରୀ (ସିଆଇଓ)ଙ୍କ ନିକଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟ ଉତ୍ତରଦାୟୀ ରହିବେ। ଇଡି ମୁଖ୍ୟତଃ ମନି ଲଣ୍ଡରିଂ ଏବଂ ବିଦେଶୀ ବିନିମୟ ପରିଚାଳନା ଆଇନ (ଏଫ୍‌ଇଏମ୍‌ଏ) ଉଲ୍ଲଂଘନ ଭଳି ଆର୍ଥିକ ଠକେଇର ତଦନ୍ତ କରୁଥିବାବେଳେ ସିବିଆଇ ଦୁର୍ନୀତି ଓ ଅନ୍ୟ ଅର୍ଥନୈତିକ ଅପରାଧ ମାମଲାଗୁଡ଼ିକରେ ମୁଣ୍ଡ ପୂରାଇଥାଏ। ଇଡି ଏବଂ ସିବିଆଇ ମୁଖ୍ୟଙ୍କ ଉପରେ ସୃଷ୍ଟି ହେବାକୁ ଥିବା ସିଆଇଓ ପଦବୀ ଏହି ଦୁଇ ଏଜେନ୍ସି ମଧ୍ୟରେ ଉପଯୁକ୍ତ ତାଳମେଳ ରଖିବାରେ ସକ୍ଷମ ହେବ ବୋଲି ସୂତ୍ରରୁ ପ୍ରକାଶ। ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ, ନୂଆ ପଦବୀ ଭାରତ ସରକାରଙ୍କ ସଚିବ ପାହ୍ୟାର ରହିବ।

ଇଡିର ବିଦାୟୀ ମୁଖ୍ୟ ସଞ୍ଜୟ ମିଶ୍ରାଙ୍କୁ ଦେଶର ପ୍ରଥମ ସିଆଇଓ ନିଯୁକ୍ତ କରାଯିବ। ଆସନ୍ତା ସେପ୍ଟେମ୍ବର ୧୫ରେ ସେ ଅବସର ନେବା ପୂର୍ବରୁ ସିଆଇଓ ପଦବୀ ସୃଷ୍ଟି କରାଯାଇପାରେ ବୋଲି ଜଣାପଡ଼ିଛି। ସିବିଆଇ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ ଏବଂ ଇଡି କାର୍ମିକ, ପେନ୍‌ସନ ଓ ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ଅଧୀନରେ ପୂର୍ବ ଭଳି କାର୍ଯ୍ୟ କରିବ। ତେବେ ଦୁଇ ଏଜେନ୍ସି ସିଆଇଓଙ୍କ ତତ୍ତ୍ୱାବଧାନରେ ରହିବ, ଯିଏକି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ରିପୋର୍ଟ କରିବେ।

ସ୍ମରଣଯୋଗ୍ୟ, ସଞ୍ଜୟଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜୁଲାଇ ୨୭ରେ ଜଷ୍ଟିସ୍‌ ବି.ଆର୍‌. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏନେଇ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ସଞ୍ଜୟଙ୍କୁ ଛାଡ଼ିଦେଲେ ବିଭାଗରେ ଥିବା ସମସ୍ତ ଅଧିକାରୀ ଅଯୋଗ୍ୟ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏଥିସହ ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପରିବର୍ତ୍ତେ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଦୟା କଲା ଭଳି ଅନୁମତି ଦେଇଥିଲେ। ଏହି ଅବଧି ବୃଦ୍ଧି ପରେ ଆଗକୁ ତାଙ୍କୁ ଅଧିକ ଦିନ ଚାକିରିରେ ରଖାଯାଇପାରିବ ନାହିଁ ଏବଂ ଏଥିପାଇଁ କୌଣସି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ଶୀର୍ଷ ଅଦାଲତ ସ୍ପଷ୍ଟ କରିଥିଲେ। ପୂର୍ବରୁ କେନ୍ଦ୍ର ପକ୍ଷରୁ ତାଙ୍କ କାର୍ଯ୍ୟକାଳ ୨ ଥର ବୃଦ୍ଧି କରାଯାଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଚଳିତ ବର୍ଷର ସମୀକ୍ଷା କରୁଥିବାରୁ ଏହି ସମୟରେ ସଞ୍ଜୟଙ୍କ ଅନୁପସ୍ଥିତି ଜାତୀୟ ସ୍ବାର୍ଥକୁ ଗଭୀର ପ୍ରଭାବିତ କରିବ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ। ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟ୍‌ (ଧୂସର ତାଲିକା)ରେ ଭାରତକୁ ସ୍ଥାନିତ କରିବା ପାଇଁ କେତେକ ପଡ଼ୋଶୀ ରାଷ୍ଟ୍ର ଚାହୁଁଛନ୍ତି।

ତେଣୁ ଇଡି ମୁଖ୍ୟ ଭାବେ ସଞ୍ଜୟ ରହିବା ଜରୁରୀ। ୩ ଜଣିଆ ଖଣ୍ଡପୀଠ ଶୁଣାଣି ବେଳେ ସରକାରଙ୍କୁ ପ୍ରଶ୍ନ କରିଥିଲେ, ୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ଆମେ କ’ଣ କେବଳ ଜଣେ ଅଧିକାରୀଙ୍କ ଉପରେ ନିର୍ଭରଶୀଳ ହୋଇ ରହିବା? ତାଙ୍କ ବ୍ୟତୀତ ଇଡିରେ ଆଉ କେହି ଯୋଗ୍ୟ ଅଧିକାରୀ ନାହାନ୍ତି କି? ସମ୍ପୂର୍ଣ୍ଣ ବିଭାଗରେ କ’ଣ ସବୁ ଅଯୋଗ୍ୟ ଲୋକ ଭର୍ତ୍ତି ହୋଇଛନ୍ତି ବୋଲି ମେହେଟ୍ଟାଙ୍କୁ ଖଣ୍ଡପୀଠ ପଚାରିଥିଲେ। ତେଣୁ ସଞ୍ଜୟଙ୍କ ଅବସରକୁ ମାସେରୁ କମ୍‌ ସମୟ ବାକିଥିବାବେଳେ କେନ୍ଦ୍ର ସରକାର ତାଙ୍କ ପାଇଁ ନୂଆ ପଦବୀ ସୃଷ୍ଟି କରିବାକୁ ଯାଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri