ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଜଣେ କାର୍‌ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଆନନ୍ଦପୁର ଅଗ୍ନିଶମବାହିନୀଙ୍କ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ଅଞ୍ଚଳରୁ ସ୍ତ୍ରୀ, ପୁଅ, ଡ୍ରାଇଭର ଓ ମ୍ୟାନେଜର ସହ କାର୍‌ ଯୋଗେ କୌଣସି କାମରେ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡାକୁ ଯାଉଥିବା ସମୟରେ ସାମ୍‌ନା ପଟୁ ଆସୁଥିବା ଏକ ବସ୍‌ ସହ ମୁଁହାମୁଁହି ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଧୀରେସ କୁମାର ଦାସଙ୍କର ମୃତ ଘଟିଥିବାବେଳେ ପୁଅ ଦୃଗା ମାଧବ ଦାସ ଓ ସ୍ତ୍ରୀ ମମତା ଦାସ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ତେବେ ମ୍ୟାନେଜରଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ମହୁଲଡିହା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ଏତିକି କୋଟି ଟଙ୍କାର ମାଲିକ ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୫।୬:ନିକଟରେ ଶେଷ ହୋଇଥିବା IPLରେ ଚମତ୍କାର ପ୍ରଦର୍ଶନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଥମୁନି ଚର୍ଚ୍ଚା। କେବଳ ଲୋକପ୍ରିୟତା ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍‌ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା…

ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ଦହସିଲଦାରଙ୍କୁ ଦାବିପତ୍ର

ଅମରପାଲି,୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳମୁଣ୍ଡା ଗ୍ରାମରେ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ନାମାଙ୍କନ ଭରିବା ପରେ ବିସ୍ଫୋରକ ବୟାନ ଦେଲେ ଦେବାଶିଷ, ବିଜେଡିକୁ ନେଇ କହିଲେ ଏତେ ବଡ଼ କଥା; ରାଜ୍ୟରେ ଚହଳ

ଭୁବନେଶ୍ୱର, ୫।୬: ରାଜ୍ୟ ସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ। ଭାଜପା ପ୍ରାର୍ଥୀ ଭାବେ ସେ ଶୁକ୍ରବାର ନାମାଙ୍କନ ଭରିଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri