‘କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ’, ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ପାଇଁ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର): କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ବିଜୟନଗରଗଡ ଗ୍ରାମରେ ସୋମବାର ବୈଶାଖ ଶୁକ୍ଳ ତୃତୀୟା ତିଥିରେ ଶ୍ରାଦ୍ଧତ୍ସୋବ ପାଳନ ହୋଇଛି। ଏହି ଅବସରରେ ବଡ଼ ଖେମୁଣ୍ଡିର କବିସୂର୍ଯ୍ୟ ’ ଶୀର୍ଷକ ଆଲୋଚନା ସଭା ଓ କବିତା ପାଠୋତ୍ସୋବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ସଭାରେ ପରିଷଦର ସଭାପତି ତଥା ଆଇନଜୀବୀ ଅଶେଷ ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ। ପରିଷଦର ସମ୍ପାଦକ ତଥା ଆଇନଜୀବୀ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାହିତ୍ୟିକ ଡ.ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏକାଧାରରେ ଜଣେ ସଙ୍ଗୀତଜ୍ଞ, ଦକ୍ଷ ପ୍ରଶାସକ, ବହୁ ଭାଷାବିଜ୍ଞ ଏବଂ କାବ୍ୟ କବିତା ରଚୟିତା ଭାବେ ଖ୍ୟାତି ଅର୍ଜନ କରିଥିବା ବଳଦେବ ରଥଙ୍କୁ ଜନ୍ମ ଦେଇ ଏହି ବଡଖେମୁଣ୍ଡି ମାଟି ଆଜି ମହାନ ହୋଇପାରିଛି ବୋଲି ତାଙ୍କ ଔଜସନି ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଛାନ୍ଦ,ଚଉତିଶା, ଜଣାଣ,ଚମ୍ପୁ ଆଦି କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ ବୋଲି ସେ ପ୍ରକାଶ କରିବା ସହ କବିସୂର୍ଯ୍ୟ ସ୍ମୃତି ପରିଷଦ ପରମ୍ପରାର ସୁରକ୍ଷା କବଚ ଭଳି କାର୍ଯ୍ୟ ଅବ୍ୟାହତ ରଖିବାକୁ ପରାମର୍ଶ ଦେଇଥିଲେ। ଜନ୍ମଭୂମି ଓ କର୍ମଭୂମି ମଧ୍ୟରେ ବହୁତ ଫରକ ରହିଛି। ଏହି ଫରକକୁ ସମସ୍ତେ ହୃଦୟଙ୍ଗମ କରିବା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅଯଥା ଦ୍ବନ୍ଦ ସୃଷ୍ଟି କରୁଥିବା ବ୍ୟକ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପୁସ୍ତକ ଗୁଡିକରେ ଜନ୍ମସ୍ଥାନ ତତ୍କାଳୀନ ବଡଖେମଣ୍ଡି ରାଜ୍ୟର ବିଜୟନଗରଗଡ ଗ୍ରାମ ବୋଲି ପୂର୍ବରୁ ସ୍ବୀକୃତି ଦେଇଥିବା ସ୍ଥଳେ ବର୍ତ୍ତମାନ ପୁଣି ବିବାଦ କାହିଁକି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ଏପରିକି ଲୋକଙ୍କୁ ଭ୍ରମିତ କରାନଯାଇ କବିସୂର୍ଯ୍ୟଙ୍କ ଐତିହ୍ୟ ପୂର୍ଣ୍ଣ ଜନ୍ମସ୍ଥାନର ବିକାଶ ହେବା ଦରକାର ବୋଲି ସମ୍ମାନିତ ଅତିଥି ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ତାଙ୍କ ଉଦବୋଧନରେ କହିଥିଲେ। ଏହି ସଭାରେ ଅନ୍ୟତମ ଅତିଥି ଭାବେ ବଡ଼ଖେମୁଣ୍ଡି ରାଜପୁତ୍ର ସିଦ୍ଧାନ୍ତ ଗଙ୍ଗଦେବ,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ,ଇତିହାସ ସଂସ୍କୃତି ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ,କବି ବୃନ୍ଦାବନ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼,ବିଜୟନଗରଗଡ ଗ୍ରାମ୍ୟ କମିଟି ସଭାପତି ରବି ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଦ୍ୱିତୀୟ ଅଧିବେଶନରେ କବି ପୀତବାସ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଶିକ୍ଷୟିତ୍ରୀ ସୁଜାତା ରାଣୀ ଶତପଥି, ଯାଜ୍ଞସେନୀ ରଥ,ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମେକାପ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ପୂର୍ବରୁ ସାନଖେମୁଣ୍ଡି ବ୍ଲକ ପଳାସପୁର – ଜଲମରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀର ଉତ୍ତରବାହୀ ଘାଟରେ ସ୍ମୃତି ପରିଷଦର କାର୍ଯ୍ୟକର୍ତ୍ତା ବିନାୟକ ଦାସ,ପ୍ରାଧ୍ୟାପକ ପ୍ରଣବାନନ୍ଦ ପାଟ୍ଟଯୋଶୀ,ନୃତ୍ୟଗୁରୁ ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ କବିସୂର୍ଯ୍ୟ ୟଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିଥିଲେ। ଏହି ଆଲୋଚନା ସଭାରେ ସ୍ମୃତି ପରିଷଦ କାର୍ଯ୍ୟକର୍ତ୍ତା ଶୁଭେନ୍ଦୁ ପାଢ଼ୀ, ଉଜ୍ଜଳ ମହାନ୍ତି, ପ୍ରକାଶ ପାତ୍ର, ସିମାଞ୍ଚଳ କର, ଶିକ୍ଷକ ସନ୍ତୋଷ ସେଠୀ,କାଳୁଚରଣ ପାଣିଗ୍ରାହୀ,ନରସିଂହ ପଣ୍ଡା,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ,ସନ୍ତୋଷ ପାତ୍ର, ସାମାଜିକ କର୍ମୀ ରଞ୍ଜନ ପାଣିଗ୍ରାହୀ,ସନ୍ତୋଷ ସାହୁ,ସଞ୍ଜୟ ପାଣିଗ୍ରାହୀ ଓ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଜୟନଗରଗଡ ଗ୍ରାମବାସୀ ସମସ୍ତ ସହଯୋଗ କରିଥିଲେ।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri