ଭୁବନେଶ୍ୱର,୨୦।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି। ଏପରିକି ଟେଲିକମ୍ ବିଭାଗ (ଡିଓଟି)ର ମାନଦଣ୍ଡ ଅନୁଯାୟୀ ଭାରତର ସମସ୍ତ ୨୨ ଟେଲିକମ୍ ସର୍କଲରେ କମ୍ପାନୀ ୨୬ ଜିଏଚ୍ଜେଡ୍ ସ୍ପେକ୍ଟ୍ରମ୍ରେ ୫ଜି ସେବା ଆରମ୍ଭ କରିବାର ସର୍ବନିମ୍ନ ରୋଲ୍ଆଉଟ୍ କାର୍ଯ୍ୟକୁ ସଫଳତା ସହ ସମ୍ପୂର୍ଣ୍ଣ କରିଛି। ବିଶେଷକରି ୨୬ ଜିଏଚ୍ଜେଡ୍ ସ୍ପେକ୍ଟ୍ରମ୍ ଦ୍ୱାରା ସକ୍ଷମ ହୋଇଥିବା ବ୍ୟାପକ ୫ଜି ସୁଯୋଗ ସହ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଉନ୍ନତମାନର ଏୟାରଟେଲ୍ ୫ଜି ପ୍ଲସ୍ ଅନୁଭୂତି ସୃଷ୍ଟି କରିବା ଲାଗି ଉଦ୍ଭାବନକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତ ରହିଛି। ସେହିଭଳି ଭିତ୍ତିଭୂମିସ୍ତରରେ ପ୍ରଦର୍ଶନ ଉଲ୍ଲେଖନୀୟ ସମ୍ଭାବନା ଓ ୫ଜି ଗ୍ରହଣୀୟତାର ବଢୁଥିବା ବେଗକୁ ଦର୍ଶାଉଛି। ଅପରପକ୍ଷରେ ଏୟାରଟେଲ୍ର ୫ଜି ସେବା ବର୍ତ୍ତମାନ ଦେଶର ୫୦୦୦ରୁ ଅଧିକ ସହର ଓ ଟାଉନ୍ରେ ଉପଲବ୍ଧ ହୋଇଥିବାବେଳେ କମ୍ପାନୀ ଜାତୀୟ ସ୍ତରରେ ୧୦ମିଲିୟନ ସ୍ବତନ୍ତ୍ର ଗ୍ରାହକ ଚିହ୍ନକୁ ଅତିକ୍ରମ କରିଛି। ଏପରିକି ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏୟାରଟେଲ ୫ଜି ସେବା ସହିତ ପ୍ରତ୍ୟେକ ଟାଉନ୍ ଓ ପ୍ରମୁଖ ଗ୍ରାମାଞ୍ଚଳ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନୀ ସୁବ୍ୟବସ୍ଥିତ ରହିଛି। କମ୍ପାନୀ ତା’ର ଗ୍ରାହକଙ୍କୁ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍ୱର୍କର ଶକ୍ତିକୁ ଅନୁଭବ କରିବା ପାଇଁ ସକ୍ଷମ କରିବା ଲକ୍ଷ୍ୟ ସହ ସେମାନଙ୍କ ପାଇଁ ଅସୀମିତ ୫ଜି ଡାଟା ଉନ୍ମୋଚନ କରିଛି। ସେହିପରି ଡାଟା ଶେଷ ହେବାର ଚିନ୍ତା ବିନା ଗ୍ରାହକମାନେ ବର୍ତ୍ତମାନ ଅଲ୍ଟ୍ରାଫାଷ୍ଟ୍, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍ ସେବାଗୁଡିକର ଅନୁଭୂତି ପାଇବାକୁ ସକ୍ଷମ ହେବେ କାରଣ ଏୟାରଟେଲ୍ ସମସ୍ତ ବିଦ୍ୟମାନ ପ୍ଲାନ୍ରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍କୁ ଉଚ୍ଛେଦ କରିଛି।
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ
ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


