ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ହେବ ଦାବି କରାଯାଇଆସୁଛି। ଏବେ କୋର୍ଟରେ ଦିଆଯାଇଥିବା ଅଳଙ୍କାର ଜନିତ ସତ୍ୟପାଠକୁ ନେଇ ପୁଣି କାଠଗଡ଼ାରେ ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ୧୯୭୮ ମସିହାର ରତ୍ନଭଣ୍ଡାର ଗଣତିମଣତି ତାଲିକାକୁ ବର୍ତ୍ତମାନ ସତ୍ୟପାଠ ଆକାରରେ ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିବା ବେଳେ ଏଥିରେ ତାଳମେଳ ରହୁ ନ ଥିବା ଗୁରୁବାର ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଭିତର ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୁପା, ହୀରା, ମୋତି ଓ ମାଣିକ୍ୟ ଅଛି ତାକୁ ସାର୍ବଜନୀନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ଭିତର ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତି ଏବେ ସାମ୍ନାକୁ ଆସିଛି। ୧୯୭୮ ମସିହାରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତିମଣତି ରିପୋର୍ଟକୁ ସତ୍ୟପାଠ ଆକାରରେ ଦର୍ଶାଇ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ହୋଇଥିଲା। ଯେଉଁଥିରେ ବାହାର, ଭିତର ଓ ଚଳନ୍ତି ରତ୍ନଭଣ୍ଡାରର ଅଳଙ୍କାର ମିଶାାଇ ତାଲିକା ହୋଇଥିଲା। ୧୨ହଜାର ୮୩୧ ଭରି ସୁନା ଓ ୨୨ହଜାର ୧୫୩ ଭରି ରୁପା ରହିଥିବା ଦର୍ଶାଯାଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୁନା ଓ ରୁପାକୁ କିଲୋଗ୍ରାମ ଆକାରରେ ସତ୍ୟପାଠରେ ଦର୍ଶାଯାଇଛି। ତେବେ ସତ୍ୟପାଠରେ ଦର୍ଶାଯାଇଥିବା ରିପୋର୍ଟରେ ୭୫ କିଲୋଗ୍ରାମ ରୁପା କମ୍‌ ରହିଛି। ୧୨୮୩୧ ଭରି ସୁନାର ସମୁଦାୟ ଓଜନ ହେଉଛି ୧୪୯ କିଲୋଗ୍ରାମ ୬୦୯ ଗ୍ରାମ୍‌। ସେହିପରି ୨୨୧୫୩ ଭରି ରୁପାର ଓଜନ ହେଉଛି ୨୫୮ କିଲୋଗ୍ରାମ ୩୦ ଗ୍ରାମ। ୨୦୧୮ ମସିହାରେ ବିଧାନସଭାରେ ଆଇନମନ୍ତ୍ରୀ ରତ୍ନଭଣ୍ଡାର ଅଳଙ୍କାର ନେଇ ସମାନ ଉତ୍ତର ରଖିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠରେ ଦର୍ଶାଯାଇଛି ଯେ, ରତ୍ନଭଣ୍ଡାର ଭିତରେ ୧୪୯ କିଲୋ ସୁନା ଓ ୧୮୩ କିଲୋ ରୁପା ରହିଛି। ଯଦି ବିଧାନସଭାରେ ଏବଂ ୧୯୭୮ ମସିହା ତାଲିକା ଅନୁସାରେ ୨୨୧୫୩ ଭରି ରୁପା ଯାହାର ଓଜନ ୨୫୮ କିଲୋ ରତ୍ନଭଣ୍ଡାରରେ ରହିଛି, ତେବେ ସତ୍ୟପାଠରେ ଏହାକୁ କିଭଳି ୧୮୩ କିଲୋ ଦର୍ଶାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୭୫ କିଲୋ ରୁପା କୁଆଡ଼େ ଗଲା ତାହାର ଉତ୍ତର ସରକାର ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ରତ୍ନଭଣ୍ଡାର ରୁପାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସରକାର ହାଇକୋର୍ଟରେ ଦେଇଥିବା ରତ୍ନଭଣ୍ଡାରର ତଥ୍ୟ ମିଛ ବୋଲି ଜଣାପଡ଼ିଛି। ରତ୍ନଭଣ୍ଡାର ମାମଲାରେ ସରକାର ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତା’ର ବିପରୀତ ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଥିଲେ। ୨୦୧୮ ମସିହାରେ ବିଧାନସଭାରେ ତତ୍କାଳୀନ ଆଇନମନ୍ତ୍ରୀ ରତ୍ନଭଣ୍ଡାର ସମ୍ପର୍କିତ ଅଳଙ୍କାରର ତଥ୍ୟ ଏବଂ କିଛିଦିନ ତଳେ ରାଜ୍ୟ ସରକାର ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ତାଳମେଳ ନାହିଁ। ଦିଆଯାଇଥିବା ସତ୍ୟପାଠରେ ୭୫ କିଲୋ ରୁପା କମ୍‌ ଥିବା ଦର୍ଶାଯାଇଛି, ଯାହା ସରକାରଙ୍କ ମିଥ୍ୟାକୁ ପଦାରେ ପକାଉଛି। ରତ୍ନଭଣ୍ଡାର ନ ଖୋଲି ସରକାର କିପରି ସତ୍ୟପାଠ ଦାଖଲ କଲେ ଏବଂ ଅଳଙ୍କାର ସୁରକ୍ଷିତ ଅଛି ବୋଲି କିଭଳି କହୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସରକାର ରତ୍ନଭଣ୍ଡାର ଖୋଲିବାକୁ କାହିଁକି ଭୟ କରୁଛନ୍ତି ତାହା ବୁଝାପଡୁନାହିଁ। ୧୯୭୮ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଦୀର୍ଘ ୪୫ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇନାହିଁ। ତେଣୁ ରତ୍ନଭଣ୍ଡାର ଓ ଅଳଙ୍କାର ସୁରକ୍ଷିତ ଅଛି ବୋଲି ସରକାର କିପରି ଜାଣିଲେ। ରତ୍ନଭଣ୍ଡାର ସୁରକ୍ଷିତ ନାହିଁ ବୋଲି ଏଏସ୍‌ଆଇ କହୁଛି। ସେହିପରି ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବା ପାଇଁ ମତ ରଖିଥିଲେ। ସମସ୍ତେ ଚାହୁଁଛନ୍ତି ସତ୍ୟ ସାମ୍ନାକୁ ଆସୁ। ମାତ୍ର ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନାହାନ୍ତି। କାରଣ ରତ୍ନଭଣ୍ଡାର ଖୋଲାଗଲେ ସତ୍ୟ ସାମ୍ନାକୁ ଆସିବ ଏବଂ ସରକାର ଫସିଯିବେ। ତେଣୁ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏ ନେଇ ହାଇକୋର୍ଟରେ ଜଣାପଡ଼ିବ। ୨୦୨୪ ରଥଯାତ୍ରା ସମୟରେ କାହିଁକି ରତ୍ନଭଣ୍ଡାର ଖୋଲାଯିବ, ଏବେ କାହିଁକି ନୁହେଁ ବୋଲି ପଟ୍ଟନାୟକ ପ୍ରଶ୍ନ କରିବା ସହ ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri