ଢେଙ୍କାନାଳ ବାଘ ଶୂନ୍ୟ

ଢେଙ୍କାନାଳ, ୨।୮(ରତନ ନାୟାର): ଢେଙ୍କାନାଳରୁ ହଜିଗଲେ କଲରାପତରିଆ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଏଭଳି ଚମକାଇଦେବା ଭଳି ତଥ୍ୟ ଉଲ୍ଲେଖ ରହିଛି। ମାତ୍ର ବର୍ଷେ ଭିତରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଘୂରି ବୁଲୁଥିବା ୭ କଲରାପତରିଆ କୁଆଡ଼େ ଗଲେ, ବନ ବିଭାଗ ଅଜାଣତରେ ସେମାନଙ୍କୁ ଶିକାର କରିଦିଆଯାଇଛି ନା ସେମାନେ ଅନ୍ୟ ଜଙ୍ଗଲକୁ ପଳାଇଛନ୍ତି ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ଦୀର୍ଘଦିନ ହେଲା ଟ୍ରାପ୍‌ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ମଧ୍ୟ ହେଉନାହିଁ। ଫଳରେ ବନ ବିଭାଗ ମଧ୍ୟ ଜିଲାରେ କେତେସଂଖ୍ୟକ କଲରାପତରିଆ ଅଛନ୍ତି, ତାହା ସ୍ପଷ୍ଟ କରିପାରୁନାହିଁ।
ଢେଙ୍କାନାଳ ଜିଲାରେ ଶେଷଥର ପାଇଁ ୨୦୧୭-୧୮ରେ ବାଘ ଗଣନା ହୋଇଥିଲା। ସେତେବେଳେ ମାତ୍ର ୭ଟି କଲରାପତରିଆ ଥିବା ସ୍ପଷ୍ଟ କରାଯାଇଥିଲା। ସାତକୋଶିଆ ସୀମାନ୍ତ ହିନ୍ଦୋଳ ବନାଞ୍ଚଳର କୋଇ ଓ କନ୍ଧରା ସଂରକ୍ଷିତ ଜଙ୍ଗଲ, କେନ୍ଦୁଝର ସୀମାନ୍ତ କାମାକ୍ଷାନଗର ବନାଞ୍ଚଳ ଅଧୀନ ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ଏବଂ ଜୈବ ବିବିଧତାରେ ଭରପୂର କପିଳାସ ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କଲରାପତରିଆ ବଂଶବୃଦ୍ଧି ହେଉଥିବା ବନ ବିଭାଗ ଜୋର୍‌ ଦେଇ କହିଥିଲା। ଏପରି କି ବାଘଙ୍କ ସୁରକ୍ଷା ପାଇଁ କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେଠାରେ ବାଘଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଟ୍ରାପ୍‌ କ୍ୟାମେରା ଲଗାଯିବା ସହ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଥିଲା। ଶିକାରୀଙ୍କ ମୁକାବିଲା ପାଇଁ ପ୍ରଶିକ୍ଷିତ ବନ୍ଧୁକଧାରୀ କର୍ମଚାରୀଙ୍କୁ ପାଟ୍ରୋଲିଂରେ ନିୟୋଜିତ ମଧ୍ୟ କରାଯାଇଥିଲା। ନିୟମିତ ବ୍ୟବଧାନରେ ଟ୍ରାପ୍‌ କ୍ୟାମେରାରେ ବାଘଙ୍କ ଚିତ୍ର କଏଦ ହେଉଥିଲା। ହେଲେ ଦୀର୍ଘଦିନ ହେଲା ବାଘ ଆଉ ନଜର ଆସୁନାହାନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ରିପୋର୍ଟରେ ଢେଙ୍କାନାଳକୁ ବାଘଶୂନ୍ୟ ବୋଲି ଉଲ୍ଲେଖ କରାଯିବା ଚିନ୍ତା ବଢ଼ାଇଛି।
ବାଘଙ୍କ ବଂଶବୃଦ୍ଧି ପାଇଁ ସମସ୍ତ ଉଦ୍ୟମ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଫଳ ଅତି ନକାରାତ୍ମକ ରହିବା ବନ ବିଭାଗଙ୍କ କାର୍ଯ୍ୟଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତଥ୍ୟ ଅନେକାଂଶରେ ବିଶ୍ୱାସଯୋଗ୍ୟ ହେଉ ନ ଥିବାରୁ ରାଜ୍ୟ ସରକାର ଜିଲାରେ ବାଘ ଏବଂ ହାତୀ ଗଣନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କର କୁହନ୍ତି, ହସ୍ତଗତ ହୋଇଥିବା କେନ୍ଦ୍ରୀୟ ରିପୋର୍ଟରେ ଢେଙ୍କାନାଳରେ ବାଘ ନ ଥିବା ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀ ଏବଂ ବାଘ ସଂଖ୍ୟା ଜାଣିବା ଲାଗି ପୁଣିଥରେ ଗଣନା କରାଯିବ। ଏଥିଲାଗି ପ୍ରସ୍ତୁତି ଚାଲିଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri