ରିଟେଲ୍‌ ଋଣ ବୁକ୍‌ରେ ୮୭% ଅଭିବୃଦ୍ଧି

ଭୁବନେଶ୍ୱର,୩୧।୭: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବିଶେଷ କରି ପରିଚାଳନା ପରିବେଶ ଅନୁକୂଳ ହୋଇ ରହିଥିବାରୁ ବ୍ୟାଙ୍କର ସୁଦୃଢ଼ ବ୍ୟବସାୟ ଅଭିବୃଦ୍ଧି ଜାରି ରହିଛି। ଏପରିକି ବ୍ୟାଙ୍କର ରିଟେଲ୍‌ ଋଣ ବୁକ୍‌ରେ ୮୭% ଅଭିବୃଦ୍ଧି ଘଟିଛି, ବ୍ୟାଙ୍କର ମୋଟ ଜମାରେ ରିଟେଲ୍‌ର ଭାଗ ବର୍ତ୍ତମାନ ୭୧% ରହିଛି। ଗତ ଆଠ ବର୍ଷରେ ଶାଖା ଉପସ୍ଥିତିକୁ ତିନି ଗୁଣା ବଢ଼ାଇବାର ମାଇଲଖୁଣ୍ଟକୁ ବ୍ୟାଙ୍କ ପ୍ରଥମ ତୈମାସିକରେ ହାସଲ କରିଛି।

ଏହି ସମୟରେ ବ୍ୟାଙ୍କର ମୋଟ ବ୍ୟବସାୟ ୨.୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ବିତରଣରେ ସମ୍ପ୍ରସାରଣ ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ସନ୍ତୁଳିତ ଅଭିବୃଦ୍ଧି ହାସଲ କରିଛି। ବ୍ୟାଙ୍କର ମୋଟ କାରବାର ଜମା ଓ ଅଗ୍ରିମ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବର୍ଷକୁ ବର୍ଷ ଭିତ୍ତିରେ ୧୧% ବୃଦ୍ଧି ପାଇ ୨.୧୧ ଲକ୍ଷ କୋଟି ଟଙ୍କା ହୋଇଛି। ବ୍ୟାଙ୍କ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୩୪ଟିରେ ୬୧୪୦ ବ୍ୟାଙ୍କିଙ୍ଗ୍‌ ଆଉଟଲେଟ୍‌ ଜରିଆରେ ୩.୦୭ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୭୨,୦୦୦ ରହିଛି।

୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୬% ବୃଦ୍ଧି ପାଇଛି। ମୋଟ ଜମା ଏବେ ୧.୦୮ ଲକ୍ଷ କୋଟି ଟଙ୍କା ରହିଛି। (କରେଣ୍ଟ୍‌) ଚଳନ୍ତି ଓ ସଞ୍ଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୬% ରହିଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମଡି ଓ ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି,ବ୍ୟାଙ୍କର ପ୍ରଥମ ତ୍ରୈମାସିକ ବ୍ୟାଙ୍କ ପାଇଁ ଏକ ସନ୍ତୁଳିତ ତ୍ରୈମାସିକ ହୋଇଛି। ବ୍ୟାଙ୍କର ବିବିଧକରଣ ଏଜେଣ୍ଡା ଅନୁସାରେ ଏହା ନିଜର ରିଟେଲ୍‌ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି। ଗତବର୍ଷ ଓ ଚଳିତ ବର୍ଷ ଶୁଭାରମ୍ଭ କରାଯାଇଥିବା ନୂଆ କାରବାର କ୍ଷେତ୍ରକୁ ନେଇ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ଭଲ ରହିବ ବୋଲି ଆମର ବିଶ୍ୱାସ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri