Posted inଜାତୀୟ

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦି ଲାନ୍‌ସେଟ୍‌ ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକ୍ରିନୋଲୋଜିରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୧୩.୬ କୋଟି ଭାରତୀୟଙ୍କଠାରେ ପ୍ରାକ୍‌ ମଧୁମେହ ଦେଖାଦେଇଥିବାବେଳେ ୨୧.୩ କୋଟିଙ୍କଠାରେ ଉଚ୍ଚ କୋଲେଷ୍ଟରଲ, ୧୮.୫ କୋଟିଙ୍କଠାରେ ଉଚ୍ଚ ଏଲ୍‌ଡିଏଲ୍‌ କୋଲେଷ୍ଟରଲ ରହିଛି। ସେହିପରି ୨୫.୪ କୋଟିଙ୍କଠାରେ ସାଧାରଣ ମୋଟାପଣ ରହିଥିବାବେଳେ ୩୫.୧ କୋଟି ମେଦବହୁଳତାରେ ଆକ୍ରାନ୍ତ।
୨୦୦୮ରୁ ୨୦୨୦ ମଧ୍ୟରେ ସାରା ଦେଶରୁ ମୋଟ ୨୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୧,୧୩,୦୪୩ ଜଣଙ୍କ ଉପରେ ଆଇସିଏମ୍‌ଆର୍‌- ଇଣ୍ଡିଆ ଡାଇବେଟିସ୍‌ (ଆଇସିଏମ୍‌ଆର-ଆଇଏନ୍‌ଡିଆଇଏବି) ଅଧ୍ୟୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୩,୫୩୭ ସହରାଞ୍ଚଳର ହୋଇଥିବାବେଳେ ୭୯,୫୦୬ ଜଣ ଗ୍ରାମାଞ୍ଚଳ ଲୋକ। ଭାରତରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ଦ୍ରୁତ ବୃଦ୍ଧି ଘଟୁଛି। ତେବେ ବିଭିନ୍ନ ଅଞ୍ଚଳରେ ଏହାର ପ୍ରସାରଣରେ ଭିନ୍ନତା ରହିଛି। ପ୍ରାକ୍‌ ମଧୁମେହ ବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ଡାଇସ୍ଲିପିଡେମିଆ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ବ୍ୟାପୁଛି। ନିମ୍ନ ମାନବୀୟ ବିକାଶ ସୂଚକାଙ୍କ ଥିବା ଅଧିକାଂଶ ରାଜ୍ୟରେ ଡାଇବେଟିସ୍‌ ଓ ପ୍ରିଡାଇବେଟିସ୍‌ ଅନୁପାତ ୧ରୁ କମ୍‌ ରହିଛି। ଅନ୍ୟ ରାଜ୍ୟ ତୁଳନାରେ କେରଳ, ପଣ୍ଡିଚେରି, ଗୋଆ, ସିକିମ୍‌ ଏବଂ ପଞ୍ଜାବରେ ଅଣସଂକ୍ରାମକ ରୋଗ ଅଧିକ ବ୍ୟାପୁଥିବା ଅଧ୍ୟୟନରୁ ଜଣାପଡ଼ିଛି। ଭାରତର ଦକ୍ଷିଣ ଓ ଉତ୍ତରାଞ୍ଚଳରେ ଅଧିକ ମଧୁମେହ ବ୍ୟାପୁଥିବା ଦେଖାଦେଇଛି। ସହରାଞ୍ଚଳରେ ଏହାର ମାତ୍ରା ଅଧିକ। କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବାଞ୍ଚଳରେ ମହୁମେହ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। କେନ୍ଦ୍ରୀୟ ଭାରତକୁ ବାଦ୍‌ ଦେଲେ ସାରା ଦେଶରେ ବିଶେଷକରି ସହରାଞ୍ଚଳରେ ଉକ୍ତ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

ପ୍ରେମରେ ପଡ଼ିଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ: ଏହି ଯୁବତୀ ହେବେ ଭଦ୍ରା ପରିବାରର ବୋହୂ

ନୂଆଦିଲ୍ଲୀ,୩୦।୧୨:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ପ୍ରେମରେ ପଡ଼ିଛନ୍ତି। ଭଦ୍ରା ପରିବାରର ଭବିଷ୍ୟତ ବୋହୂ ହେଉଛନ୍ତି ଅଭିଭା ବେଗ ।...

ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲେଦା ଜିଆଙ୍କ ବିୟୋଗରେ ଶୋକ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri