ପାଶ୍ଚାତ୍ୟ ଦେଶଙ୍କୁ ଟକ୍କର ଦେବାକୁ ଚାଇନାର ପ୍ରସ୍ତୁତି: ପ୍ରଥମ ସ୍ବଦେଶୀ ବିମାନର ଉଡ଼ାଣ ଆରମ୍ଭ…

ବେଜିଂ,୨୯।୫ : ଚାଇନାର ପ୍ରଥମ ସ୍ବଦେଶୀ ଯାତ୍ରୀବାହୀ ବିମାନ ସି-୯୧୯ ଏହାର ପ୍ରଥମ ବାଣିଜି୍ୟକ ବିମାନ ଉଡ଼ାଣ ସଫଳତାର ସହିତ ଆରମ୍ଭ କରିଛି। ଏହା ସହିତ ପାଶ୍ଚାତ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଇଙ୍ଗ ଏବଂ ଏୟାରବେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାଇନା ଆନୁଷ୍ଠାନିକ ଭାବରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିଛି।
ଚାଇନାର ପୂର୍ବ ମହାନଗର ମଧ୍ୟରେ ବେଜିଂ ପର୍ଯ୍ୟନ୍ତ ସି-୯୧୯ର ପ୍ରଥମ ବାଣିଜି୍ୟକ ଯାତ୍ରା ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହୋଇଥିଲା। ଜିନହୁଆ ନ୍ୟୁଜ ଏଜେନ୍ସି ଅନୁଯାୟୀ ବିମାନରେ ୧୨୮ ଜଣ ଯାତ୍ରୀ ଥିଲେ। ସାଂଘାଇରୁ ବେଜିଂ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ଦୁଇ ଘଣ୍ଟା ୨୫ ମିନିଟ ଥିଲା। ଏହା ଚାଇନାର ବାଣିଜି୍ୟକ ବିମାନ ନିଗମ ଦ୍ୱାରା ନିର୍ମିତ।

ଟୁୱିନ ଇଞ୍ଜିନ ବିମାନରେ ମୋଟ ୧୬୪ ସିଟ ଅଛି। ଏହା ହେଉଛି ଚାଇନାର ପ୍ରଥମ ସ୍ବଦେଶୀ ଟ୍ରଙ୍କ ଜେଟଲିନର୍‌, ଯାହା ଅନ୍ତର୍ଜାତୀୟ ବିମାନ ମାନଦଣ୍ଡ ପୂରଣ କରୁଛି।
ଅଧିକାରୀ କହିଛନ୍ତି ଚାଇନା ବିମାନର ପ୍ରବେଶ ବୋଇଙ୍ଗ ଏବଂ ଏୟାରବସ ଉପରେ ନିର୍ଭରଶୀଳତା ହ୍ରାସ କରିପାରେ। ଏହା ସହିତ ପାଶ୍ଚାତ୍ୟ ଦେଶର ବିମାନ ପ୍ରତି ନିର୍ଭରଶୀଳତା ମଧ୍ୟ କମିଯିବ।

ଏହା ଛୋଟ ବିମାନ ଏ-୩୨୦ ଏବଂ ବି-୭୩୭ର ଉପଯୋଗୀତାକୁ ହ୍ରାସ କରିବାକୁ ସକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri