୧୪ ଜିଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ସମ୍ବଲପୁର(ବ୍ୟୁରୋ)/ନବରଙ୍ଗପୁର(ବି.ପ୍ର.),୨୦ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ ଓ ୧୪ ତାରିଖରେ ସୃଷ୍ଟ ସାମ୍ପ୍ରଦାୟିକ ହିଂସାର ପ୍ରଭାବ ଏବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବ୍ୟାପିଛି। ଭାଜପା ସମର୍ଥନରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଆହ୍ବାନକ୍ରମେ ପଶ୍ଚିମ ଓଡ଼ିଶାର ୧୦ ଓ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ପ୍ରାୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ସମ୍ବଲପୁରରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିବାବେଳେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇପାରି ନାହିଁ। ଗୁରୁବାର ସକାଳ ୧୦ଟା ପର୍ଯ୍ୟନ୍ତ ନେଟ ସେବାକୁ ବନ୍ଦ କରାଯାଇଛି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ବରଗଡ଼ ଜିଲାରେ ମଧ୍ୟ ବନ୍ଦକୁ ସମର୍ଥନ ମିଳିଥିଲା। ଏହି ସମସ୍ତ ଜିଲାରେ ଦୋକାନ ବଜାର ସାଙ୍ଗକୁ ସ୍କୁଲ, କଲେଜ, ସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ହୋଇପଡିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ଥାନରେ ସଭା ସମିିତିି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସମ୍ବଲପୁର ଦଙ୍ଗା ଘଟଣାକୁ ନିନ୍ଦା କରାଯାଇଥିଲା। ଏଥିସହ ପୋଲିସ ଓ ଜିଲା ପ୍ରଶାସନର ଅବହେଳା ଯୋଗୁ ଏଭଳି ସାମ୍ପ୍ରଦାୟିକ ଘଟଣା ଘଟିଲା ବୋଲି ଅଭିଯୋଗ କରାଯାଇଥିଲା। ସେହିପରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାରେ ଶାନ୍ତିପୂର୍ଣ୍ଣଭାବେ ବନ୍ଦପାଳନ କରାଯାଇଥିଲା। ନବରଙ୍ଗପୁର ଜିଲା ସଦର, ଉମରକୋଟ ସହର ସମେତ ୧୦ଟି ବ୍ଲକରେ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଛି। ଦୋକାନ ବଜାର ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଯାଇଛି। ସ୍କୁଲ, କଲେଜ, ବ୍ୟାଙ୍କ, ଡାକଘର ଆଦି ବନ୍ଦ ରହିଥିଲା। ବନ୍ଦ ପ୍ରଭାବରେ ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ ନିକଟରେ ଗାଡ଼ିଗୁଡିକ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋରାପୁଟ-ନବରଙ୍ଗପୁର-କଳାହାଣ୍ଡିକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଧାରଣା ଦେଇଥିଲେ। ଜରୁରିକାଳୀନ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ କରାଯାଇଛି। ନବରଙ୍ଗପୁର ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣା ନେଇ ଜିଲା ପ୍ରଶାସନ ନେଟ୍‌ସେବା ବନ୍ଦ କରିବା ସହ କର୍ଫ୍ୟୁ ଜାରି କରିଛି। ବୁଧବାର କର୍ଫ୍ୟୁ ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋହଳ କରଯାଇଥିଲା। କୋହଳ ହେବା ସତ୍ତ୍ୱେ ସହରରେ କର୍ଫ୍ୟୁର ଭ୍ରମ ଦେଖିବାକୁ ମିଳିଥିଲା। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମିଳିତ ଭାବେ ପଶ୍ଚିମ ପ୍ରାନ୍ତ ବନ୍ଦ ଡାକରାକୁ ସମ୍ବଲପୁରରେ ଜନ ସମର୍ଥନ ମିଳିଥିଲା। ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ଡାକରାକୁ ମାନିନେଇ ସହରର ଦୋକାନ ବଜାର ବନ୍ଦ ରଖିଥିଲେ। ଏପରି କି ଘରୋଇ ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଲାଗିରହିଥିବାରୁ ଜିଲା ପ୍ରଶାସନର କେତେକ ଅଫିସ ଖୋଲା ରହିଥିଲା। ବନ୍ଦ ପାଳନ କରି ଏକତାର ବାର୍ତ୍ତା ଦେଇଛନ୍ତି ସମ୍ବଲପୁରବାସୀ। ପାନ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସହରରେ ଏଭଳି ସ୍ଥିତି ରହିଥିବାବେଳେ ଗ୍ରାମାଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ତେଣୁ ଔପଚାରିକ ଭାବେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ କିମ୍ବା ଭାଜପା ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନ ଥିଲା। ନେଟ୍‌ ସେବା ବନ୍ଦ ଥିବାରୁ ବନ୍ଦ ପାଇଁ ପ୍ରସ୍ତୁତ କରାଯାଇଥିବା ଅଡିଓ ମଧ୍ୟ ଲୋକମାନଙ୍କ ପାଖରେ ପହଞ୍ଚତ୍ପାରି ନ ଥିଲା। ହେଲେ ଲୋକଙ୍କ ଭିତରେ ପରସ୍ପର ଆଲୋଚନା ମାଧ୍ୟମରେ ବନ୍ଦ ପ୍ରଚାର ହୋଇ ସହରରେ ସଫଳ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଗୋଟିଏ ପଟେ କର୍ଫ୍ୟୁ ଓ ଅନ୍ୟପଟେ ବନ୍ଦ ପାଳନକୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ଲାଗିରହିଥିଲା। ଲୋକମାନଙ୍କୁ ମଧ୍ୟ ସାମାନ୍ୟ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା। ବନ୍ଦ ପାଳନ ଯୋଗୁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଥିବାରୁ ଖାଦ୍ୟ ମିଳିବା କଷ୍ଟକର ହୋଇପଡ଼ିଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାବେଳେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିଥିଲା। ବନ୍ଦ ଡାକରା ସମୟ ଶେଷ ହେବା ପରେ କର୍ଫ୍ୟୁ କଟକଣା ଲାଗି ରହୁଥିଲା। ତେଣୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri