ଦୂର ହେବ ଝାଳଗନ୍ଧ

ଖରା ଦିନକୁ ଦିନ ପ୍ରଖର ହେବାରେ ଲାଗିଛି। ଏମିତିରେ ସଭିଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି। ହେଲେ କାହା କାହାଠାରେ ଏହି ଝାଳ ଖୁବ୍‌ ଗନ୍ଧ ହୋଇଥାଏ, ଯାହାକୁ ଦୂର କରିବା ଲାଗି ସେମାନେ ପର୍‌ଫ୍ୟୁମ୍‌, ଡିଓଡରାଣ୍ଟ, ପାଉଡର ଆଦି ବ୍ୟବହାର କରନ୍ତି। ଯଦି ଆପଣଙ୍କର ବି ଏଭଳି ସମସ୍ୟା ରହିଛି ତେବେ କେତେକ ଘରୋଇ ଉପଚାର ଦ୍ୱାରା ଉପକୃତ ହୋଇପାରିବେ…

ପ୍ରତିଦିନ ଗାଧାନ୍ତୁ: ପ୍ରତିଦିନ ଭଲ ଭାବେ ଗାଧୋଇବା ସହ ନିଜ ପୋଷାକପତ୍ରକୁ ମଧ୍ୟ ସଫା ରଖନ୍ତୁ। କାରଣ ବାସ୍ତବରେ ଝାଳରେ କୌଣସି ଗନ୍ଧ ନ ଥାଏ। ହେଲେ ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ହେବା ଦ୍ୱାରା ଝାଳଗନ୍ଧ ଆରମ୍ଭ ହୋଇଥାଏ। ତେଣୁ ଭଲ ଭାବେ ଗାଧୋଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି ହୋଇ ନ ଥାଏ ଏବଂ ଝାଳଗନ୍ଧ ମଧ୍ୟ ହୋଇ ନ ଥାଏ।
ନଡ଼ିଆ ତେଲ ଉପକାରୀ: ଗାଧୋଇବା ପରେ ଅଳ୍ପ ନଡ଼ିଆ ତେଲ ଲଗାଇଲେ ଉପକୃତ ହେବେ। କାରଣ ଏଥିରେ ଥିବା ଆଣ୍ଟିମାଇକ୍ରୋବାୟାଲ୍‌ ତତ୍ତ୍ୱ ଶରୀରରେ ବ୍ୟାକ୍ଟେରିଆ ଉତ୍ପନ୍ନ ହେବାକୁ ଦେଇ ନ ଥାଏ। ଫଳରେ ଝାଳଗନ୍ଧ ହୋଇ ନ ଥାଏ। ନଡ଼ିଆ ତେଲ ବ୍ୟତୀତ ଆପଣ ଅନ୍ୟ ଆରୋମା ଅଏଲ୍‌ ମଧ୍ୟ ବ୍ୟବହାର କରିପାରିବେ।
ଗନ୍ଧରୁ ଦୂରେଇ ରଖିବ ଗୋଲାପ ଜଳ: ଗାଧୁଆ ପାଣିରେ କିଛି ଗୋଲାପ ଜଳ ମିଶାଇ ପ୍ରତିଦିନ ଗାଧୋଇବା ଦ୍ୱାରା ଝାଳଗନ୍ଧ ଦୂର ହୋଇଥାଏ। ତୁଳାରେ କିଛି ଗୋଲାପ ଜଳ ନେଇ ଝାଳ ହେଉଥିବା ସ୍ଥାନରେ ଲଗାଇପାରିବେ କିମ୍ବା ସ୍ପ୍ରେ କରିବା ଦ୍ୱାରା ଏହା ଶରୀରକୁ ପ୍ରାକୃତିକ ସୁଗନ୍ଧ ଦେବାରେ ସାହାଯ୍ୟ କରିବ।
କଞ୍ଚାଆଳୁ ହଟାଇବ ଗନ୍ଧ: ଝାଳଗନ୍ଧ ନ ହେବା ଲାଗି କଞ୍ଚାଆଳୁ ଆପଣଙ୍କୁ ବେଶ୍‌ ସାହାଯ୍ୟ କରିବ। କଟା କଞ୍ଚାଆଳୁକୁ କାଖରେ ଘଷନ୍ତୁ। ପ୍ରତିଦିନ ଏପରି କଲେ କିଛିଦିନ ମଧ୍ୟରେ ଧୀରେ ଧୀରେ ଆପଣ ଝାଳଗନ୍ଧ ଦୂର ହୋଇଥିବା ଅନୁଭବ କରିପାରିବେ।
ଫିଟିକିରି, ପୋଦିନା ବି ଲାଭଦାୟକ: ପ୍ରତିଦିନ ଗାଧୋଇବା ପାଣିରେ ଖଣ୍ଡେ ଫିଟିକିରି ଏବଂ କିଛି ପୋଦିନା ପତ୍ର ପକାଇ ଗାଧାନ୍ତୁ। କିଛିଦିନ ଏପରି ପାଣିରେ ଗାଧୋଇବା ଅଭ୍ୟାସ କରନ୍ତୁ। ଦେଖିବେ ଝାଳଗନ୍ଧ ଖୁବ୍‌ଶୀଘ୍ର ଦୂର ହୋଇଯିବ।
ଲେମ୍ବୁ, ନିମ୍ବ ଦେବ ଗନ୍ଧରୁ ମୁକ୍ତି: କାଖରେ ଖଣ୍ଡେ ଲେମ୍ବୁ ଘଷିବା ଦ୍ୱାରା ଝାଳଗନ୍ଧ ହୋଇ ନ ଥାଏ। ସେହିପରି ନିମ୍ବପତ୍ର ବଟା କାଖରେ ଲଗାଇଲେ ବ୍ୟାକ୍ଟେରିଆ ମରିଯିବା ଦ୍ୱାରା ଏହି ଗନ୍ଧ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri