ଠିକ୍‌ ଠିକଣାରେ ଭୁଲ ମୃତଦେହ

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର): ଠିକଣା ଠିକ୍‌ ଥିଲେ ମଧ୍ୟ ଭୁଲ୍‌ ମୃତଦେହ ପରିବାର ନିକଟରେ ପହଞ୍ଚତ୍ଥିଲା। ଆତ୍ମୀୟଙ୍କ ମରଶରୀରକୁ ଚିହ୍ନି ନ ପାରି ପରିବାର ଲୋକେ ତାହାକୁ ସତ୍କାର କରିଦେଲେ। ହେଲେ ପରେ ଜଣାପଡ଼ିଥିଲା ସଂସ୍କାର କରାଯାଇଥିବା ମୃତଦେହ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କର। କୋରିୟର କମ୍ପାନୀର ଭୁଲ ଯୋଗୁ ଏଭଳି ଏକ ଘଟଣା କଟକ ଜିଲା ନେମାଳ ଥାନା ନିଶ୍ଚିନ୍ତକୋଇଲି ବ୍ଲକର ତିଲକଣା ପଞ୍ଚାୟତ ଅନ୍ତର୍ଗତ କୁଆଁଶୋଳ ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କୁଆଁଶୋଳ ଗ୍ରାମରେ ପହଞ୍ଚତ୍ଥିବା ମୃତଦେହକୁ ଜାଣି ନ ପାରି ପରିବାର ଲୋକେ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କ ମରଶରୀରକୁ ସଂସ୍କାର କରିଦେଇଛନ୍ତି। ହେଲେ କୁଅଁାଶୋଳ ଗ୍ରାମର ମୃତବ୍ୟକ୍ତିଙ୍କ ମୃତଶରୀର ରାଜସ୍ଥାନରେ ପହଞ୍ଚତ୍ଥିବା ଜଣାପଡ଼ିଛି। ଇତିମଧ୍ୟରେ ତାଙ୍କ ମୃତଦେହ ସେଠାରୁ ଗ୍ରାମକୁ ପଠାଯାଇଥିବା କୁହାଯାଉଛି। ଅପରପକ୍ଷେ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ରାଜସ୍ଥାନର ମୃତକଙ୍କ ଚିତାଭସ୍ମ ଓ ଅସ୍ଥିକୁ ତାଙ୍କ ପରିବାର ଲୋକେ ଆସି ସାଙ୍ଗରେ ନେଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। କୁଆଁଶୋଳ ଗ୍ରାମର ବିଳାସ ଚନ୍ଦ୍ର ଭୂୟାଁ(୫୨)ଦୀର୍ଘ ଦିନ ହେବ ମୁମ୍ବାଇସ୍ଥିତ ଏକ ଘରୋଇ ଗାଡ଼ି କମ୍ପାନୀରେ କାର୍ଯ୍ୟ କରୁଥିଲେ। ନିକଟରେ ମସ୍ତିଷ୍କରେ ଆଘାତ ହେବାରୁ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପୈତୃକ ଗ୍ରାମକୁ ଅଣାଯିବା ନିମନ୍ତେ ୮୫ ହଜାର ଟଙ୍କାର ଆବଶ୍ୟକତା ପଡ଼ିଥିଲା। ମୁମ୍ବାଇରେ ଥିବା ଏକ ସଂସ୍ଥାର ସ୍ବେଚ୍ଛାସେବୀମାନେ ୩୫ ହଜାର ଟଙ୍କା ଆଦାୟ କରି ଦେଇଥିଲେ। ଅବଶିଷ୍ଟ ୫୦ ହଜାର ଟଙ୍କା ପଠାଇବା ନିମନ୍ତେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଉକ୍ତ ଟଙ୍କା ପଠାଇବା ପରେ ମୃତଦେହ ମୁମ୍ବାଇ ବିମାନବନ୍ଦରରୁ ଆସିଥିଲା। ହେଲେ ସେଠାରେ କୋରିଅର କର୍ମଚାରୀମାନେ ବିଳାସଙ୍କ ମୃତଦେହ ଥିବା ବାକ୍ସରେ ଭୁଲ୍‌ବଶତଃ ରାଜସ୍ଥାନର ଜୟପୁର ସହର ଅଭିମୁଖେ ଯିବାକୁ ଥିବା ଠିକଣା ଏବଂ ଅଣଓଡ଼ିଆଙ୍କ ମୃତଶରୀର ବାକ୍ସ ଉପରେ ବିଳାସଙ୍କ ନାମ ଓ ଘର ଠିକଣା ଲେଖି ଦେଇଥିଲେ। ଫଳସ୍ବରୂପ ଅଣଓଡିଆ ବ୍ୟକ୍ତିଙ୍କ ମୃତଦେହ କୁଅଁାଶୋଳ ଗ୍ରାମକୁ ଚାଲି ଆସିଥିଲା। ବିଳାସଙ୍କ ପରିବାର ଲୋକେ ବାକ୍ସରୁ ମୃତଦେହ କାଢ଼ିଥିଲେ ମଧ୍ୟ ତାଙ୍କ ଶରୀରରେ ଗୁଡ଼ା ହୋଇଥିବା ପଲିଥିନ ନ ଖୋଲି ଲୁଣାନଦୀ ଶଯ୍ୟାରେ ଦାହ ସଂସ୍କାର କରିଦେଇଥିଲେ। ଅପରପକ୍ଷେ ବିଳାସଙ୍କ ମୃତଦେହ ଜୟପୁର ଅଭିମୁଖେ ଚାଲିଯାଇଥିଲା। ସେଠାରେ ବିଳାସଙ୍କ ମୃତଦେହ ପହଞ୍ଚତ୍ବା ଦେଖି ଅଣଓଡ଼ିଆଙ୍କ ପରିବାର କୋରିଅର କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାପରେ ତ୍ରୁଟି ସମ୍ପର୍କରେ ଜଣାପଡ଼ିଥିଲା। ଏନେଇ ରାଜସ୍ଥାନରେ ସମ୍ପୃକ୍ତ ଅଣଓଡ଼ିଆଙ୍କ ପରିବାର ବିଳାସଙ୍କ ମୃତଶରୀରକୁ ଦାହ ନ କରି ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ଅଣଓଡ଼ିିଆଙ୍କ ଚିତାଭସ୍ମକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ଓ ବିଳାସଙ୍କ ମୃତଦେହକୁ କୁଅଁାଶୋଳ ଗ୍ରାମକୁ ଫେରାଇ ଦିଆଯିବ ବୋଲି ଉଭୟ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ରିପୋର୍ଟ ଲେଖା ହେଲା ବେଳକୁ କୁଆଁଶୋଳ ଗ୍ରାମରେ ବିଳାସଙ୍କ ମୃତଦେହ ପହଞ୍ଚତ୍ ନ ଥିବାବେଳେ ଅଣଓଡ଼ିଆଙ୍କ ପରିବାର ଲୋକେ ଗ୍ରାମରେ ପହଞ୍ଚତ୍ ଚିତାଭସ୍ମ ନେଇଥିବା କୁହାଯାଉଛି। ଏ ସମ୍ପର୍କରେ ନେମାଳ ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ବିଶ୍ୱାଳ କୁ୍‌ହନ୍ତି, ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ମୃତଦେହ ସମ୍ପର୍କରେ ମାହାଙ୍ଗା ଅଞ୍ଚଳର କେତେଜଣ ଲୋକେ ଥାନା ସହ ଯୋଗାଯୋଗ କରିଥିଲେ। ଆମେ ସେମାନଙ୍କୁ କୁଅଁାଶୋଳ ଗ୍ରାମର ଠିକଣା ପଠାଇ ବିଳାସଙ୍କ ପରିବାର ସହ ଯୋଗାଯୋଗ କରାଇ ଦେଇଥିଲୁ। ସେମାନେ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଅବଲମ୍ବନ କରିଥାଇପାରନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଆମପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri