Posted inଜାତୀୟ

ରାହୁଲଙ୍କ ସଦସ୍ୟତା ରଦ୍ଦ ସହିତ ଆଦାନୀ ପ୍ରସଙ୍ଗର କିଛି ସମ୍ପର୍କ ନାହିଁ: ରବିଶଙ୍କର…

ନୂଆଦିଲ୍ଲୀ,୨୫।୩ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଛି କାରଣ ସେ ଆଦାନୀ ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ କରୁଥିଲେ। ତାଙ୍କର ପ୍ରଶ୍ନରେ ଭୟଭୀତ ହୋଇ ଭାଜପା ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରାଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ରବିଶଙ୍କର କହିଛନ୍ତି।

ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିବାର କିଛି ସମୟ ପରେ ରବିଶଙ୍କର ଏହି ଅଭିଯୋଗ କରିଛନ୍ତି। ଗୁଜରାଟ କୋର୍ଟ ସ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ଷ୍ଟେ ଅର୍ଡର ଆଣିବାକୁ ଚାହୁଁ ନାହିଁ। କାରଣ ଏକମାସ ପରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାର ଯୋଜନା କରିଛି।

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବୃତ୍ତି ନିଶ୍ଚିତ କରୁଛି ଯେ କର୍ନାଟକ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହାର ପ୍ରସିଦ୍ଧ ଆଇନ ବିଶେଷଜ୍ଞଙ୍କ ମତାମତ ଏାକ୍ଷେତ୍ରରେ ନେଇ ନାହିଁ। ପୱନ ଖେରାଙ୍କ କ୍ଷେତ୍ରରେ ଦେଖାଯାଇଥିବା ତତ୍ପରତାରୁ ଏହା ବୁଝି ହେଉଛି।

ଆମେ ଆଦାନୀଙ୍କ ବିଷୟରେ ସୂଚନା ଦେବାକୁ ଏଠାକୁ ଆସିନାହୁଁ। କିନ୍ତୁ, ରାହୁଲ ତାଙ୍କର ଅଯୋଗ୍ୟତାକୁ ଆଦାନୀଙ୍କ ସହ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ୨୦୧୯ରେ ଅପମାନ ଜନକ ମନ୍ତବ୍ୟ ସହ ଜଡିତ ଏକ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ୟୁପିଏ କେନ୍ଦ୍ରରେ କ୍ଷମତାରେ ଥିବାବେଳେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଆଦାନୀ ଗୋଷ୍ଠୀ ବ୍ୟବସାୟ କରି ଚୁକ୍ତିନାମା କରିଥିଲା। ଏବେ କଂଗ୍ରେସ ଆଦାନୀ ପ୍ରସଙ୍ଗରେ ବିରୋଧ କାହିଁକି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଆଜି ଭାରତ ଆସିବେ ଫୁଟବଲ୍‌ ମହାରଥୀ ଲିଓନେଲ୍ ମେସି, ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ଏ ସମସ୍ତ ଷ୍ଟାର

କୋଲକାତା,୧୨ା୧୨: ଫୁଟବଲ୍‌ର ମହାରଥୀ ତଥା ବିଶ୍ୱକପ୍ ବିଜେତା ଅଧିନାୟକ ଲିଓନେଲ ମେସି ଶୁକ୍ରବାର ଭୋର୍ ୧:୩୦ରେ ଭାରତରେ ପହଞ୍ଚିବା ସହ ତାଙ୍କର ତିନି ଦିନିଆ ‘GOAT...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତର ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri