Posted inଜାତୀୟ

୭୮,୮୦୦ କୋଟିର ବଜେଟ ଉପସ୍ଥାପନ: ୨ ବର୍ଷରେ ହଟିବ ୩ ଆବର୍ଜନା ଗଦା …

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀ ବିଧାନସଭାରେ ୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ କୈଲାସ ଗେହଲୋଟ କହିଛନ୍ତି ଯେ ମାତା ରାନୀଙ୍କ ଅନୁଗ୍ରହରେ ଚଳିତ ଆର୍ଥିକ ବର୍ଷ ସମସ୍ତଙ୍କ ପାଇଁ ଅନେକ ଅଗ୍ରଗତି ଆଣିବାକୁ ଯାଉଛି। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ପରେ ଏହା ହେଉଛି ନବମ ବଜେଟ।

ଏହାପୂର୍ବରୁ ସମସ୍ତ ୮ଟି ବଜେଟ ମନୀଷ ସିସୋଡିଆ ଉପସ୍ଥାପନ କରିଥିଲେ। ଫେବୃଆରୀ ୨୬ ରେ ତାଙ୍କୁ ଗିରଫ କରାଯାଇଥିଲା। ମଦ ନୀତି ମାମଲାରେ ହୋଇଥିବା ସ୍କାମରେ ତାଙ୍କୁ ସିବିଆଇ ଏବଂ ଇଡି ଗିରଫ କରିଥିଲା। ଏହା ପରେ କୈଲାସ ଗେହଲଟଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା।

ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶାସନକୁ ପ୍ରଶଂସା କରି ଦିଲ୍ଲୀର ଅର୍ଥମନ୍ତ୍ରୀ ବୁଧବାର କହିଛନ୍ତି ସରକାରଙ୍କ ଦେଶଭକ୍ତ ବଜେଟ ୨୦୨୧-୨୨ ଅଧୀନରେ ଜାତୀୟ ରାଜଧାନୀ ବର୍ତ୍ତମାନ ଏକ ତ୍ରିରଙ୍ଗା ସହରରେ ପରିଣତ ହୋଇଛି। ଏବେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୮,୮୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ ଆମେ କରିଛୁ।

ନୂଆ ବଜେଟରେ ୨୯ ଟି ନିର୍ମାଣାଧୀନ ନୂଆ ଫ୍ଲାଏଓଭର ସମ୍ପର୍କରେ କୁହାଯାଇଛି। ୨୦୨୩ ଶେଷ ସୁଦ୍ଧା ୧୬୦୦ ଇ-ବସ ସାମିଲ କରାଯିବ। ଚଳିତ ବର୍ଷର ଦିଲ୍ଲୀ ବଜେଟର ବିଷୟବସ୍ତୁ ସ୍ବଚ୍ଛ, ସୁନ୍ଦର ଏବଂ ଆଧୁନିକ ଦିଲ୍ଲୀ ରହିଛି। କ୍ଷମତାକୁ ଆସିବା ପରଠାରୁ ଆମ ଆଦମୀ ପାର୍ଟି ଥିମ ବେସ ବଜେଟ ଉପସ୍ଥାପନ କରିଆସୁଛି। ସ୍ବରାଜ ଥିମ ଉପରେ ଏଏପି ସରକାରଙ୍କ ପ୍ରଥମ ବଜେଟ ରଖାଯାଇଥିଲା। ଭିତ୍ତିଭୂମିରେ ଉନ୍ନତି ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଦିଗରେ ପଦକ୍ଷେପ ନେଇ ଦିଲ୍ଲୀ ସରକାର ନୂତନ ଫ୍ଲାଏଓଭର, ବ୍ରିଜ ଏବଂ ଅଣ୍ଡରପାସ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତିନୋଟି ଅନନ୍ୟ ଡବଲ ଡେକର ଫ୍ଲାଏଓଭର ମଧ୍ୟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

୨୦୨୩ ଆର୍ଥିକ ବର୍ଷ ପାଇଁ ୮,୨୪୧ କୋଟି ଟଙ୍କାର ଆର୍ଥିକ ସହାୟତା ସ୍ଥାନୀୟ ସଂସ୍ଥାକୁ ଦିଆଯିବ। ଜାତୀୟ ରାଜଧାନୀରେ ରାସ୍ତାକୁ ସଫା ରଖିବା ପାଇଁ ମୋଟ ୭୦ ଟି ଯାନ୍ତ୍ରିକ ରୋଡ ସୁଇପିଂ ମେସିନ ଅଣାଯିବ। ଏଥିସହିତ ଦିଲ୍ଲୀ ସରକାରଙ୍କ ଦ୍ୱାରା ୨୧୦ ୱାଟର ସ୍ପ୍ରିଙ୍କଲର କମ ଆଣ୍ଟି ସ୍ମୋଗ ମେସିନ ସ୍ଥାପନ କରାଯିବ। ମୋହଲା-ବସ ଯୋଜନା ଅନୁଯାୟୀ ଦିଲ୍ଲୀ ସରକାରଙ୍କ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଦିଲ୍ଲୀ ରାସ୍ତାରେ ବୈଦ୍ୟୁତିକ ମିନିବସ ଚଳାଚଳ କରିବ। ଆସନ୍ତା ଦଶ ବର୍ଷ ମଧ୍ୟରେ ରାସ୍ତାର ଉନ୍ନତି ପାଇଁ ୧୯,୪୦୦ କୋଟି ଟଙ୍କାର ବ୍ୟୟ ବରାଦ ଘୋଷଣା କରାଯାଇଛି।

ଯମୁନାକୁ ସଫା କରିବା ଏବଂ ଅଳିଆ ଆବର୍ଜନାକୁ ବାହାର କରିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ । ଏକ ସ୍ବଚ୍ଛ ଯମୁନା ଏବଂ ତିନୋଟି ଅଳିଆ ଆବର୍ଜନା ଗଦା ହଟାଇବା ପାଇଁ ଏକ ୬- ପଏଣ୍ଟ ଆକ୍ସନ ପ୍ଲାନ ଗ୍ରହଣ କରାଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ତିନୋଟି ଅଳିଆ ଗଦା ହଟାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri