ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ ଅଫିସ, ୧୦ା୩: ମରୀଚିକୋଟ ଛକ ନିକଟସ୍ଥ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କିପରି ଓ କାହିଁକି ଏହି ଘଟଣା ଘଟିଲା, ଏଥିପାଇଁ ଦାୟୀ କିଏ ଏବଂ କେଉଁ କାରଣରୁ ନିଆଁ ଶୀଘ୍ର ଆୟତ୍ତ ହୋଇପାରିଲା ନାହିଁ ଆଦି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ପ୍ରଶାସନ ଆଖି ବୁଜିଦେଇଥିବା ଅଭିଯୋଗ ହେଉଥିବାବେଳେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ପୁଣି ବେଉସା ଆରମ୍ଭ କରିବା ଓ ପରିବାର ପ୍ରତିପୋଷଣ ଲାଗି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।
ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଗଲା
ଅଗ୍ନିଶମ କର୍ମଚାରୀମାନେ ଭିତରକୁ ଯାଇ ନିଆଁକୁ ଆୟତ୍ତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ଅମ୍ଲଜାନ ସିଲିଣ୍ଡର ନେଇ ଭିତରକୁ ଯାଇଥିଲେ। ବଡ଼ଦାଣ୍ଡରେ କୃତ୍ରିମ ଭାବେ ଅମ୍ଲଜାନ ପ୍ରସ୍ତୁତ କରି ସିଲିଣ୍ଡରରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଥିଲା।
ମିଳିଲା କଇଁଛ, ୩ ଗାଡ଼ି
ଅଗ୍ନିଶମ କର୍ମଚାରୀମାନେ ଜୀବନ୍ତ ଅବସ୍ଥାରେ ଏକ କଇଁଛ ଓ ୩ ବାଇକ୍‌ ଉଦ୍ଧାର କରିଛନ୍ତି। ଆଶ୍ଚର୍ଯ୍ୟର କଥା, ନିଆଁର ପ୍ରବଳ ଉତ୍ତାପ ସତ୍ତ୍ୱେ କଇଁଛଟିର କିଛି କ୍ଷତି ହୋଇ ନ ଥିବା ଦେଖିବାକୁ ମିଳିଛି। କଇଁଛଟି ହୋଟେଲ ଆକ୍ୱାରିୟମରେ ଥିବା ଅନୁମାନ କରାଯାଉଛି। କଇଁଛକୁ ସ୍ଥାନୀୟ ବାସିନ୍ଦାଙ୍କ ଦାୟିତ୍ୱରେ ଦିଆଯାଇଛି। ଜଣେ ବ୍ୟକ୍ତି ତାହାକୁ ନେଇ ନିଜ ଘରେ ପାଳିବେ ବୋଲି କହିଛନ୍ତି। କମ୍ପ୍ଲେକ୍ସ ପୁଣି ଆରମ୍ଭ ହେଲେ ବୁଝାବୁଝି କରି କଇଁଛକୁ ଫେରାଇଦେବେ ବୋଲି କହିଛନ୍ତି।
ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାରିକେଡ୍‌
ଯେପରି ଜନସାଧାରଣ ନିଆଁ ପ୍ରଭାବରେ ନ ଆସିବେ ସେଥିପାଇଁ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଘଟଣାସ୍ଥଳକୁ ଯାନବାହନ ଛଡ଼ାଯାଇ ନ ଥିଲା। ପ୍ରଶାସନ ପକ୍ଷରୁ ବ୍ୟାରିକେଡ କରାଯାଇଥିଲା। ମାର୍କେଟଛକଠାରେ ପ୍ରଥମ ବ୍ୟାରିକେଡ କରାଯାଇ ଶ୍ରୀମନ୍ଦିର ଆଡ଼କୁ ଗାଡ଼ିମୋଟର ଛଡ଼ାଯାଇ ନ ଥିଲା। ସେହିପରି ଦ୍ୱିତୀୟ ବ୍ୟାରିକେଡ ମରୀଚିକୋଟଠାରେ କରାଯାଇଥିଲା। ଅପରପକ୍ଷରେ ଶ୍ରୀମନ୍ଦିର ପଟୁ ମରୀଚିକୋଟ ପଟକୁ ଯେପରି ଗାଡ଼ିମୋଟର ନ ଯିବ ସେଥିପାଇଁ ଶ୍ରୀକୃଷ୍ଣ ସିନେମା ହଲ ଛକଠାରେ ବ୍ୟାରିକେଡ କରାଯିବା ସହ ପୋଲିସ ନିୟୋଜିତ ରହିଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ମରୀଚିକୋଟ ଠାରୁ ଶ୍ରୀକୃଷ୍ଣ ସିନେମା ହଲ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଥିଲା। ଉକ୍ତ ବ୍ୟାରିକେଡ ଦେଇ ଭକ୍ତ ଓ ସ୍ଥାନୀୟ ଲୋକେ ଚାଲିକରି ଯିବା ଆସିବା କରିଥିଲେ। ନିଆଁ ପାଖରୁ ଲୋକଙ୍କୁ ହଟାଇବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ପୋଲିସ ବାରମ୍ବାର ଡାକବାଜି ଯନ୍ତ୍ରରେ ଡାକି ଉକ୍ତ ସ୍ଥାନକୁ ଖାଲି କରିବାକୁ କହିଥିଲା। ମଝିରେ ମଝିରେ ଲୋକଙ୍କୁ ଘଉଡ଼ାଇଥିଲା।
ସହଯୋଗ କଲେ ସ୍ବେଚ୍ଛାସେବୀ
ନିଆଁ ଲିଭାଇବା କାର୍ଯ୍ୟରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ସାମିଲ ହୋଇଥିଲେ। ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଏବଂ ଉର୍ଜାବାନ ଓଡ଼ିିଶା ସମେତ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ପାଣି ଓ ଶୁୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri