ଅଭିଜ୍ଞତାରୁ ଅଭିବୃଦ୍ଧି

ଉଚ୍ଚଶିକ୍ଷା ଶେଷକରି ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ବ୍ୟବସାୟରେ ବିନିଯୋଗ କରିବା ଲକ୍ଷ୍ୟରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିଲେ। ଏପରିକି ଦୀର୍ଘ ୫ଦଶନ୍ଧିରୁ ଅଧିକ ସମୟ ହେବ ରାଉରକେଲାଠାରେ ଥିବା ପାରିବାରିକ ବ୍ୟବସାୟରେ ଯୋଗଦେବା ସହ ସମୟକ୍ରମେ ଅଳଙ୍କାର ବ୍ୟବସାୟର ଭାର ସମ୍ଭାଳିଥିଲେ। ବିଶେଷକରି ଦେଶର ପ୍ରମୁଖ ଅଳଙ୍କାର ବ୍ରାଣ୍ଡ୍‌ ତନିସ୍କର ଡିଲରଶିପ ଜରିଆରେ ଇନ୍ଦିରା ଜୁଏଲ୍ସର ବ୍ୟବସାୟ ଅଭିବୃଦ୍ଧି ପାଇଁ ଆବଶ୍ୟକ ଯୋଜନା କରିଥିଲେ। ପରବର୍ତ୍ତୀ ସମୟରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ରାଣ୍ଡ୍‌ର ଲୋକପ୍ରିୟତା ହାସଲ କରାଇବା ସହ ସମ୍ବଲପୁର ଓ ଝାରସୁଗୁଡ଼ାଠାରେ ବ୍ୟବସାୟ ଆରମ୍ଭ କରି ଗ୍ରାହକଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ଇନ୍ଦିରା ଜୁଏଲ୍ସ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ନଭପ୍ରୀତ୍‌ ସିଂଙ୍କ ସହ ଧରିତ୍ରୀର ବିଶେଷ ବାର୍ତ୍ତାଳାପ…

ପ୍ରଶ୍ନ-୧: ଅଳଙ୍କାର ଶିଳ୍ପରେ ସାମ୍ନା କରୁଥିବା ପ୍ରମୁଖ ସମସ୍ୟାଗୁଡ଼ିକ କ’ଣ?
ଉତ୍ତର: କ୍ରମାଗତ ଭାବେ ଦେଶରେ ସୁନା ଓ ହୀରା ଅଳଙ୍କାରର ମୂଲ୍ୟ ବୃଦ୍ଧି ପାଇବା ଅଳଙ୍କାର ଶିଳ୍ପ ପାଇଁଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ସେହିଭଳି ଗତ କିଛି ମାସ ହେବ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ମଧ୍ୟ ଏକ ଅନିଶ୍ଚିତତା ଦେଖାଦେଉଛି। ଫଳରେ ଅଳଙ୍କାର ଶିଳ୍ପରେ ମାନ୍ଦାବସ୍ଥା ରହିଛି। ଏପରିକି ଅର୍ଥନୀତିରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି।
ପ୍ରଶ୍ନ-୨: ଅଳଙ୍କାର ଶିଳ୍ପରେ ଗତ ବର୍ଷ କେଉଁ ଅଳଙ୍କାର ଟ୍ରେଣ୍ଡରେ ରହିଥିଲା?
ଉତ୍ତର: ଗତ ବର୍ଷ ଅଳଙ୍କାର ଶିଳ୍ପରେ ହାଲୁକା ଡିଜାଇନର ଅଳଙ୍କାର ବେଶ୍‌ ଟ୍ରେଣ୍ଡ କରିଥିଲା। ଏପରିକି ସାରା ଦେଶରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗ୍ରାହକମାନେ ବିବାହ କିମ୍ବା କୌଣସି ଉତ୍ସବ ସମୟରେ ସ୍ବଳ୍ପ ବଜେଟରେ କାରବାର କରୁଛନ୍ତି।
ପ୍ରଶ୍ନ-୩: ବର୍ତ୍ତମାନ ଗ୍ରାହକଙ୍କ ମଧ୍ୟରେ କ’ଣ ପରିବର୍ତ୍ତନ ଦେଖୁଛନ୍ତି?
ଉତ୍ତର: ଗ୍ରାହକମାନେ ସେହି ବ୍ରାଣ୍ଡ୍‌ର ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି,ଯେଉଁ ବ୍ରାଣ୍ଡ୍‌କୁ ସେମାନେ ବିଶ୍ୱାସ କରନ୍ତି। ସେଥିପାଇଁ ସେମାନେ କିଛି ପରିମାଣର ଟଙ୍କା ଦେଇ ଜିନିଷ କିଣିବାକୁ ପସନ୍ଦ କରିଥାଆନ୍ତି। ଏପରିକି ବ୍ରାଣ୍ଡ୍‌ରୁ କିଣାକିଣି କଲେ ସେମାନଙ୍କର ଅର୍ଥର ମୂଲ୍ୟ ସହ ଗୁଣାତ୍ମକ ସାମଗ୍ରୀ ପାଇପାରିବେ ବୋଲି ଗ୍ରାହକ ଅନୁଭବ କରିଥାନ୍ତି।
ପ୍ରଶ୍ନ-୪: ସୁନା ଅଳଙ୍କାର ବିକ୍ରି ବିଶ୍ୱାସରେ ହୋଇଥାଏ, କିନ୍ତୁ ବର୍ତ୍ତମାନ ଦେଶରେ ଅନ୍‌ଲାଇନ ମାଧ୍ୟମରେ ସୁନା ଅଳଙ୍କାର ବିକ୍ରି ହେଉଛି। ତେଣୁ ଆପଣ ଭାବୁଛନ୍ତି କି ଭବିଷ୍ୟତରେ ଏହା ବିକ୍ରିରେ ପ୍ରଭାବ ପକାଇପାରିବ?
ଉତ୍ତର: ପ୍ରକୃତରେ ଏହା ସତ୍ୟ ନୁହେଁ, ହେଲେ ବାସ୍ତବରେ ଦେଖାଗଲେ ଲୋକମାନେ ପ୍ରାୟ ଶୋ’ରୁମ୍‌ଗୁଡ଼ିକରୁ ଜିନିଷ କିଣିବାକୁ ଭଲ ପାଇଥାଆନ୍ତି। ଏପରିକି ଦେଶର ପ୍ରତ୍ୟେକ ବ୍ରାଣ୍ଡ୍‌ ବର୍ତ୍ତମାନ ଅନ୍‌ଲାଇନ ମାଧ୍ୟମରେ ତାଙ୍କର ଉତ୍ପାଦ ପ୍ରଦର୍ଶନ ଓ ଜିନିଷ କିଣିବାକୁ ଗ୍ରାହକମାନଙ୍କୁ ଅନେକ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି।
ପ୍ର-୫: ବ୍ୟବସାୟ ଅଭିଜ୍ଞତା ସମ୍ପର୍କରେ କ’ଣ କହିବେ?
ଉତ୍ତର- କୋଲକାତାର ସେଣ୍ଟ ଜାଭିୟର କଲେଜରୁ ମୁଁ ବି.କମ୍‌ରେ ସ୍ନାତକ କରିଛି। ଏପରିକି ଡେରାଡୁନ୍‌ ଡୁନ୍‌ ସ୍କୁଲର ଆଲୁମ୍‌ନି ଥିଲି। ବିଶେଷକରି ପ୍ରାରମିକ ପର୍ଯ୍ୟାୟରେ ମୁମ୍ବାଇଠାରେ ଡେଲୋଏଟ୍‌ର ଅଡିଟ୍‌ ଡିଭିଜନ ସହିତ ଡେଲୋଏଟ୍‌ ହାସକିନ୍ସର ସେଲ୍‌ରେ ମଧ୍ୟ କାର୍ଯ୍ୟ କରିଥିଲି। ପରବର୍ତ୍ତୀ ସମୟରେ ମୋର ହୋମ୍‌ଟାଉନ ରାଉରକେଲାକୁ ଫେରି ଆସିଥିଲି। ତେବେ ଆମ ପାଖରେ ଇନ୍ଦିରା ଟେକ୍ସଟାଇଲ ନାଁରେ ପୋଷାକ ଉପତ୍ାଦନ କରୁଥିବା ବ୍ୟବସାୟ ରହିଛି। ବର୍ତ୍ତମାନ ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ମାନ୍ୟବର ସଂସ୍ଥା ପାଇଁ ଆମେ ଫ୍ରାଞ୍ଚାଇଜ୍‌ ନେଇଛୁ। ଏହା ସହ ରାଉରକେଲାରେ ଫାବ୍‌ଇଣ୍ଡିଆ ଷ୍ଟୋର ମଧ୍ୟ ରହିଛି। ଆମେ ବର୍ତ୍ତମାନ ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ତନିସ୍କ ବ୍ରାଣ୍ଡ୍‌ର ବ୍ୟବସାୟୀ ସହଯୋଗୀ ଅଟୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri