ସୁଶୀଲ ଜେଏସ୍‌ଏଲ୍‌ର ନୂତନ ସିଏଚ୍‌ଆର୍‌ଓ

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ତଥା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନୂତନ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍‌ଆର୍‌ଓ) ଭାବେ ସୁଶୀଲ ବାୱେଜାଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଥିବା ଜେଏସ୍‌ଏଲ୍‌ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ସୁଶୀଲ ଡିସିଏମ୍‌ ଶ୍ରୀରାମ ଲିମିଟେଡ୍‌, ଆଲ୍‌କାଟେଲ, କ୍ୟାଡ୍‌ବରି ଇଣ୍ଡିଆ ଲିମିଟେଡ୍‌ ଏବଂ ଜିଲେଟ୍‌ ଇଣ୍ଡିଆ ଭଳି ପ୍ରମୁଖ ଭାରତୀୟ ତଥା ବହୁରାଷ୍ଟ୍ରୀୟ ସଙ୍ଗଠନ ସହ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଏପରିକି ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଏମ୍‌ଟି) ଗାଜିଆବାଦର ପୂର୍ବତନ ଛାତ୍ର ଏବଂ ମିଶିଗାନ୍‌ ୟୁନିଭର୍ସିଟିର ରସ୍‌ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରୁ ମାନବ ସମ୍ବଳ କୌଶଳରେ ଆଡଭାନ୍ସଡ୍‌ ମାନବ ସମ୍ବଳ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମ କରିଥିବା ଜଣାପଡ଼ିଛି। ବିଶେଷ କରି ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି କର୍ପୋରେଟ ଜଗତ ସହ ଜଡ଼ିତ ଥିବା ବାୱେଜାଙ୍କ ଦୀର୍ଘ ଅଭିଜ୍ଞତା କମ୍ପାନୀ କର୍ମଚାରୀଙ୍କୁ ଉତ୍ସାହିତ କରିବାର ରଣନୀତି, କର୍ମକ୍ଷେତ୍ରର ସଂସ୍କୃତି ଉନ୍ନତ କରିବା ଓ ପ୍ରତିଭା ପରିଚାଳନାକୁ ଦୃଢ଼ କରିବା ସହ ସଂଗଠନର ଅଭିବୃଦ୍ଧି ଦାୟିତ୍ୱ ନେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆଜିର ପ୍ରତିଯୋଗିତାମୂଳକ ନିଯୁକ୍ତିର ପାଣିପାଗରେ ସଂଗଠନଗୁଡ଼ିକ ସେମାନଙ୍କର ସଂସ୍କୃତି, ନେତୃତ୍ୱ ଏବଂ ମୂଲ୍ୟବୋଧ ଦ୍ୱାରା ନିଜକୁ ଭିନ୍ନକରି ଗଢ଼ି ତୋଳନ୍ତି। ବିଶେଷକରି ଗ୍ରାହକ ସନ୍ତୁଷ୍ଟି, ସୃଜନଶୀଳତା ଏବଂ ନବସୃଜନ ତଥା ଶିକ୍ଷଣ କ୍ଷମତା ଉପରେ ଆମର ଧ୍ୟାନ କମ୍ପାନୀକୁ ଭିନ୍ନ କରେ। ଆମେ ଠିକ୍‌ ପ୍ରତିଭାକୁ ଆକର୍ଷିତ କରିବାକୁ ଏବଂ ଉଚ୍ଚ ପ୍ରଦର୍ଶନକାରୀଙ୍କୁ ବଜାୟ ରଖିବାକୁ ଚାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri