୩୦୦ ଲୋକଙ୍କ ମୃତ୍ୟୁ ପରେ ମୁଣ୍ଡ ନୋଇଲେ ଇରାନ ସରକାର, ୪୦ ବର୍ଷ ପୁରୁଣା ହିଜାବ ଆଇନ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ…

ତେହେରାନ,୪।୧୨ : ଦୁଇ ମାସରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନରେ ଏପର୍ଯ୍ୟନ୍ତ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଇରାନର ଇସଲାମ ସରକାର ଲୋକଙ୍କ ଦାବି ଆଗରେ ମୁଣ୍ଡ ନୋଇବାକୁ ପ୍ରସ୍ତୁତ ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ ସରକାର ନତମସ୍ତକ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଦଶନ୍ଧି ପୁରୁଣା ଆଇନରେ ପରିବର୍ତ୍ତନ ଆଣିବାକୁ ଇରାନ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ପ୍ରତି ୪୦ ବର୍ଶ ପୁରୁଣା ଆଇନ ଅନୁସାରେ ଇରାନର ମହିଳାମାନେ ହିଜାବ ପିନ୍ଧିବା ଆବଶ୍ୟକ। ଯଦି ସେମାନେ ତାହା କରନ୍ତି ନାହିଁ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୧୬ ସେପ୍ଟେମ୍ବରରେ ମୂଳ କୁର୍ଦ୍ଦ ୨୨ ବର୍ଷ ବୟସ୍କା ମହସା ଆମିନୀଙ୍କ ପୋଲିସ ହେପାଜତରେ ମୃତ୍ୟୁ ଘଟିଥିଲା। ପୋଲିସ ତାଙ୍କ ହିଜାବ ଖସିପଡ଼ିବା ନେଇ ନିର୍ଯାତନା ଦେଇଥିଲା। ଯଦିଓ ଇରାନ ପ୍ରଶାସନ କ୍ରମାଗତ ଭାବରେ ସ୍ପଷ୍ଟୀକରଣ ଦେଉଛି ଏବଂ କହିଛି ଯେ ମହସାଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ଇରାନରେ ଶରିଆ ଉପରେ ଆଧାରିତ ହିଜାବ ଆଇନ ଲାଗୁ କରାଯାଇଛି।

ଆମିନୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କେବଳ ଇରାନ ନୁହେଁ ଅନ୍ୟ ଅନେକ ଦେଶ ମଧ୍ୟ ସମର୍ଥନ କରିଥିଲେ। ଏନେଇ ଆମେରିକା ଏବଂ ବ୍ରିଟେନର ଷଡଯନ୍ତ୍ର ହୋଇଥିବା ବିଷୟରେ ଇରାନ ସରକାର ମଧ୍ୟ କହିଥିଲେ। ମହିଳାମାନେ ସେମାନଙ୍କର ହିଜାବ ବାହାର କରି ସର୍ବସାଧାରଣ ସ୍ଥାନରେ ପୋଡି ଦେଇଥିଲେ। ଏହି ସମୟରେ ପୋଲିସ ମଧ୍ୟ ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଇରାନର ଆଟର୍ନି ଜେନେରାଲ ମହମ୍ମଦ ଜାଫର ମୋଣ୍ଟେଜେରି କହିଛନ୍ତି ଯେ ଉଭୟ ସଂସଦ ଏବଂ ନ୍ୟାୟପାଳିକା ଏହି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି।

ଏହି ଆଇନରେ କେଉଁ ପରିବର୍ତ୍ତନଗୁଡିକ ବିଚାର କରାଯାଉଛି ତାହା ଆଟର୍ନି ଜେନେରାଲ ସ୍ପଷ୍ଟ କରି ନାହାଁନ୍ତି। ଆଟର୍ନି ଜେନେରାଲ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜଣା ପଡିବ। ରାଷ୍ଟ୍ରପତି ଇବ୍ରାହିମ ରାଇସି କହିଛନ୍ତି ଯେ ସମ୍ବିଧାନକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଉପାୟ ଅଛି। ଆମେ ଏହା ଉପରେ କାର୍ଯ୍ୟ କରୁଛୁ।
ଇରାନର ଇସଲାମିକ  ଗାର୍ଡ କର୍ପସର ଜଣେ ଜେନେରାଲ କହିଛନ୍ତି ଯେ ମହସା ଆମିନୀଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ଯୋଗୁ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥି ସହିତ, କେତେକ ମାନବାଧିକାର ସଂଗଠନ ଦାବି କରିଛନ୍ତି ଯେ ୪୪୮ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜାତିସଂଘର ମାନବାଧିକାର ମୁଖ୍ୟ କହିଛନ୍ତି ଯେ ଇରାନରେ ଶିଶୁ ଏବଂ ମହିଳାଙ୍କ ସମେତ ୧୪ ହଜାର ଲୋକଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri