Posted inଜାତୀୟ

୨ ଯାଆଁଳା ଝିଅଙ୍କୁ ଗଳାକାଟି ହତ୍ୟା, ଧରାଦେଲେ ବାପା

କାନପୁର,୨୦ା୪: ଉତ୍ତରପ୍ରଦେଶର କାନପୁରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତି ତାଙ୍କ ୧୧ ବର୍ଷର ୨ ଯମଜ ଝିଅଙ୍କ ଗଳାକାଟି ହତ୍ୟା କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମେଡିକାଲ ରିପ୍ରେଜେଣ୍ଟେଟିଭ୍‌ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ଶଶୀରଞ୍ଜନ ମିଶ୍ରା ୨ ଝିଅଙ୍କୁ ହତ୍ୟା କରିଥିବା ପୋଲିସକୁ ଡାକି କହିଥିଲେ। ଶଶୀଙ୍କ ଘର ବିହାର ହୋଇଥିବାବେଳେ ସେ ତାଙ୍କ ସ୍ତ୍ରୀ ରେଶମା, ୨ ଯାଆଁଳା ଝିଅ ରିଦ୍ଧି ଓ ସିଦ୍ଧି ଏବଂ ୬ ବର୍ଷର ପୁଅ ସହ କାନପୁରରେ ରହୁଥିଲେ। ସ୍ତ୍ରୀଙ୍କ ପରକୀୟା ପ୍ରୀତି ରହିଥିବା ନେଇ ଶଶୀ ସନ୍ଦେହ କରିଆସୁଥିଲେ। ରେଶମାଙ୍କ କହିବା ଅନୁଯାୟୀ, ଶଶୀ ବିଚଳିତ ରହିବା ସହ ଘର ଭିତରେ ଅନେକ ସିସିଟିଭି କ୍ୟାମେରା ଲଗାଇଥିଲେ। ସେ ରେଶମାଙ୍କୁ ତାଙ୍କ ଝିଅମାନଙ୍କ ପ୍ରକୋଷ୍ଠରେ ପୂରାଇ ଦେଉ ନ ଥିଲେ। ଶନିବାର ରାତିରେ ଖାଇସାରିବା ପରେ ଶଶୀ ୨ ଝିଅଙ୍କୁ ନେଇ ଶୋଇବାକୁ ଯାଇଥିଲେ। ରାତି ସାଢ଼େ ୨ଟା ବେଳେ ସେ ଜଣେ ଝିଅଙ୍କୁ ନେଇ ଓ୍ବାଶରୁମ୍‌ ଯାଇଥିଲେ। ପରେ ରୁମ୍‌କୁ ଫେରିଆସି ଲାଇଟ୍‌ ଲିଭାଇ ଦେଇଥିଲେ। ଏହାର ୨ ଘଣ୍ଟା ପରେ ସେ ପୋଲିସ ଜରୁରୀ ସେବା ନମ୍ବରରେ ଫୋନ୍‌ କରି ଡାକିବା ସହ ୨ ଝିଅଙ୍କୁ ହତ୍ୟା କରିଥିବା କହିଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅକ୍ଷୟ ତୃତୀୟା: ଅନୁକୂଳ ହେବ ରଥକାଠ

ପୁରୀ,୨୦ା୪(ଅଜିତ୍‌ କୁମାର ମହାନ୍ତି): ବୈଶାଖ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ଉକ୍ତ ଦିନ ଯେକୌଣସି କାର୍ଯ୍ୟକଲେ ଶୁଭ ହୋଇଥାଏ। ପରମ୍ପରା ଅନୁସାରେ, ଉକ୍ତ ଦିନଠାରୁ…

ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଫାଶ ବସାଇ ହରିଣକୁ ଶିକାରୀଙ୍କ ଗୁଳିମାଡ଼, ଜୀବନବିକଳରେ ଜନବସତି ଆଡ଼କୁ ହରିଣ ଆସିବାରୁ…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବହୁ ପରିମାଣରେ ହରିଣ ବାର୍‌ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରନ୍ତି।…

US-Iran War: ହର୍ମୁଜରେ ଇରାନ ଜାହାଜର ଇଞ୍ଜିନ ରୁମକୁ କଣା କହିଦେଲା ଆମେରିକା, ଜବାବରେ ଇରାନ କଲା ଏମିତି ଆକ୍ରମଣ

ତେହରାନ,୨୦।୪: ଆମେରିକା ଏବଂ ଇରାନ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସ ନିରନ୍ତର ବିଫଳ ହେଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଇରାନ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

ସିଧା ମନାକଲା ଇରାନ, ଆମେରିକା ସହ ହେବ ନାହିଁ କୌଣସି ଶାନ୍ତି ଆଲୋଚନା

ତେହରାନ,୨୦।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପାକିସ୍ତାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି। ଫଳରେ, ଏହି ଅଞ୍ଚଳରେ ଉତ୍ତେଜନା…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri