କେନ୍ଦୁଝରରେ ୪ ବର୍ଷରେ ଗଲାଣି ୨୬ ଜୀବନ

କେନ୍ଦୁଝର,୧ା୧୨ (ସ୍ବ.ପ୍ର.): ଦିନକୁ ଦିନ ଏଡ୍‌ସ ମାରାମତ୍କ ରୂପ ଧାରଣ କରୁଥିବାବେଳେ ଚିକିସତ୍ା ଅପେକ୍ଷା ଏଥିପ୍ରତି ସତର୍କତା ହେଲେ ଏହି ମାରାତ୍ମକ ରୋଗରୁ ରକ୍ଷା ମିଳିପାରିବ। ଏହି ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ଡିସେମ୍ବର ୧କୁ ବିଶ୍ୱ ଏଡ୍‌ସ ଦିବସ ଭାବରେ ପାଳନ କରାଯାଉଛି। କେନ୍ଦୁଝର ପରି ଏକ ଶିଳ୍ପ, ଖଣି ଓ ପରିବହନ ପରିପୁଷ୍ଟ ଜିଲାରେ ଏଡ୍‌ସ ବିଭିନ୍ନ କାରଣ ଯୋଗୁଁ ଗତ କିଛିବର୍ଷ ହେବ ବୃଦ୍ଧି ପାଉଛି। ଜିଲାରେ ଗତ ୪ ବର୍ଷ ମଧ୍ୟରେ ୩୭୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୬ ଆକ୍ରାନ୍ତଙ୍କ ଜୀବନ ଯାଇଛି। ୨୦୦୬ ରୁ ୨୦୨୨ ନଭେମ୍ବର ସୁଦ୍ଧା ୭୫୯ ଜଣ ଏଚ୍‌ଆଇ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୪୨ ଜଣ ମୃତ୍ୟୁବରଣ କରିଛନ୍ତି। ମୋଟ ଚିହ୍ନଟଙ୍କ ମଧ୍ୟରୁ ୪୪୨ଜଣ ପୁରୁଷ, ୨୬୬ ଜଣ ମହିଳା ଏବଂ ୫୧ ଜଣ ଗର୍ଭବତୀ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୬ରେ ୧୯ ହଜାର ୯୦୪ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୧୭ରେ ୧୯ହଜାର ୩୦୫ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୫୮ଜଣ, ୨୦୧୮ରେ ୧୯ହଜାର ୨୫୨ଜଣଙ୍କ ପରୀକ୍ଷା କରାଯାଇ ୬୪ ଜଣ, ୨୦୧୯ରେ ୧୮ହଜାର ୨୯ ଜଣଙ୍କ ପରୀକ୍ଷା କରାଯାଇ ୫୫ଜଣ, ୨୦୨୦ରେ ୨୧ହଜାର ୭୧ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୫୧ଜଣ, ୨୦୨୧ରେ ୨୪ ହଜାର ୩୧୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୩୭ ଓ ୨୦୨୨ରେ ନଭେମ୍ବର ୩୦ସୁଦ୍ଧା ୨୩ ହଜାର ୬୭୧ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରୋଗୀଙ୍କ ମଧ୍ୟରୁ ୨୦୧୬ରେ ୪ ଜଣ, ୨୦୧୯ରେ ଜଣେ, ୨୦୨୦ରେ ୮ ଜଣ, ୨୦୨୧ରେ ୭ ଜଣ, ୨୦୨୨ ନଭେମ୍ବର ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଥିବା ୪୨୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜାନରେ ମାସିକ ୫୦୦ ଟଙ୍କା ଲେଖାଁଏ ଭତ୍ତା ଦିଆଯାଉଛି।
ବିଶେଷତଃ ଜିଲାରେ ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରୁ ଅଧାରୁ ଅଧିକ ଡ୍ରାଇଭର ଓ ତାଙ୍କ ପରିବାର ବୋଲି ଜଣାପଡ଼ିଛି। ଜିଲା ଦେଇ କଲିକତା-ମୁମ୍ବାଇ ଜାତୀୟ ରାଜପଥ ନଂ. ୪୯ ଯାଇଛି। ତେଣୁ ବହୁ ସଂଖ୍ୟାରେ ଲାଇନ୍‌ ଟ୍ରକ୍‌ ଯାତାୟାତ କରୁଛି। ଖଣିଖାଦାନ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ବହୁ ଗାଡ଼ି ଆସୁଛି। ବାହାର ରାଜ୍ୟର ବହୁ ଶ୍ରମିକ ମଧ୍ୟ ଆସୁଥିବାରୁ କେନ୍ଦୁଝରରେ ଏଚ୍‌ଆଇଭି ବ୍ୟାପିବା ଆଶଙ୍କା ଅଧିକ ରହୁଛି। ଏହାକୁ ନଜରରେ ରଖି ଜାତୀୟ ଏଡ୍‌ସ କଣ୍ଟ୍ରୋଲ ସଂସ୍ଥା ମାଧ୍ୟମରେ ରୋଗକୁ ନିୟନ୍ତ୍ରଣ କରିବା, ରୋଗୀଙ୍କୁ ଚିହ୍ନଟ ଓ ଆକ୍ରାନ୍ତଙ୍କ ସଂଖ୍ୟା କମାଇବା ଦିଗରେ ପଦକ୍ଷେପ ନିଆଯିବା ଦରକାର। ଏଥିସହ ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଏଚ୍‌ଆଇଭି ପଜିଟିଭ୍‌ ବ୍ୟକ୍ତିବିଶେଷ ସର୍ବୋପରି ଜନସାଧାରଣଙ୍କୁ ସଚେତନ କରାଇବା ସହ ଏଡ୍‌ସ ରୋଗ ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ଆପଣେଇବାକୁ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri