ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ଦିଗହରା

ଚଣ୍ଡିଖୋଲ,୨୭ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଯୁବତୀଯୁବକ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ଗ୍ରାମାଞ୍ଚଳରେ କୁକୁଡ଼ା ଚାଷ କରିବା ସହ ଅଣ୍ଡା ଉପତ୍ାଦନ କରି ତାହାକୁ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇବା ପାଇଁ ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ହୋଇଛି। ଏହି ଚାଷ କଲେ ସରକାରଙ୍କ ତରଫରୁ ୪୦ପ୍ରତିଶତ ରିହାତି ଦିଆଯିବ। ଫଳରେ ଏହାକୁ ଦୃଷ୍ଟିରେ ରଖି ଏହି ଚାଷ ପ୍ରତି ବହୁ ଯୁବତୀଯୁବକ ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଆଗ୍ରହ କମିଯାଉଛି। ଫଳରେ ଯୋଜନା ଦିଗହରା ହେବାରେ ଲାଗିଛି।

୭ଲକ୍ଷ ୫୯ହଜାର୨ଶହ ଟଙ୍କାର ପ୍ରକଳ୍ପ ପାଇଁ ୩ଲକ୍ଷ ୩ହଜାର ୬ଶହ ୮୦ଟଙ୍କା ଛାଡ଼ କରାଯିବା ବ୍ୟବସ୍ଥା ରହିଛି। ହେଲେ କେତେଜଣ ଅଧିକାରୀ ଏହି ଯୋଜନାକୁ ବାଟବଣା କରୁଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକରେ ଗତ ବର୍ଷ ଏକ ହଜାର କୁକୁଡ଼ା ଛୁଆ ରଖିବାର କ୍ଷମତା ଥିବା ୨୧ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ସେହିଭଳି ୫୦୦ କ୍ଷମତା ବିଶିଷ୍ଟ କୁକୁଡ଼ା ଚାଷ ପାଇଁ ୫୦ଜଣଙ୍କୁ ଯୋଜନାରେ ସାମିଲ କରାଯାଇଥିଲା। ତେବେ ଏହି ପ୍ରସ୍ତାବକୁ କାଗଜପତ୍ରରେ କରାଯାଉଥିବା ଦେଖାଯାଉଛି, ଯଦ୍ଦ୍ବାରା ପ୍ରକୃତ ଫାର୍ମ କରି ରୋଜଗାର କ୍ଷମହେବାକୁ ଚାହିଁଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରୀ ହିସାବ ଅନୁଯାୟୀ, ୫୦୦ ଲେୟାର ବିଶିଷ୍ଟ ଫାର୍ମ ପାଇଁ ୧ଲକ୍ଷ ୮୦ହଜାର ଟଙ୍କା ଦେବାର ବ୍ୟବସ୍ଥା ଥିବାବେଳେ ୧ହଜାର ଲେୟାର କୁକୁଡ଼ା ଫାର୍ମ ଓ ଅଣ୍ଡା ଉପତ୍ାଦନ ପାଇଁ ୟୁନିଟ୍‌ ପିଛା ୭ଲକ୍ଷ ୫୯ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହାର ପରୀକ୍ଷା ନିରୀକ୍ଷା କରିବା ସହିତ ପ୍ରାମାଣିକ ସାର୍ଟିଫିକେଟ୍‌ ପ୍ରଦାନ କରାଗଲେ ସରକାରଙ୍କ ତରଫରୁ ଏହି ରିହାତି ଋଣର ବ୍ୟବସ୍ଥା କରାଯାଉଛି। ତେବେ ବହୁ ବେକାର ଯୁବକ ଅଭିଯୋଗ କରିଛନ୍ତି, ପ୍ରାଣୀଧନ ଚିକିତ୍ସାଅଧିକାରୀ କମିଶନ ନେଇ ତାଙ୍କ ମନ ଇଚ୍ଛା ଏହାକୁ ବଣ୍ଟନ କରୁଛନ୍ତି। ଏ ପରିକି ପୁରୁଣା ଫାର୍ମରେ ରଙ୍ଗ ଦେଇ ଏହାକୁ ନୂଆ ଫାର୍ମ ବୋଲି ଦେଖାଇ ୪୦% ରିହାତି ଆତ୍ମସାତ କରାଯାଉଛି। ସରକାରଙ୍କ ସ୍ଥିରୀକୃତ ଯୋଜନା ଅନୁଯାୟୀ ଗୋଟିଏ ଫାର୍ମ (୫୫ଫୁଟ୍‌x୧୮ଫୁଟ) ତିଆରି କରିବାକୁ ୧ଲକ୍ଷ ୯୮ ହଜାର ଟଙ୍କା ପ୍ରଦାନ କରାଯିବ। ସେହିଭଳି ଗୋଟିଏ କୁକୁଡ଼ା ପାଇଁ ୧୫୦ଟଙ୍କା ପ୍ରଦାନ କରାଯିବ। ଏହି ଫାର୍ମରେ ବିଦ୍ୟୁତ୍‌ ଓ ପାନୀୟ ଜଳ ପାଇଁ ଗୋଟିଏ ପକ୍ଷୀ ପିଛା ୧୮ଟଙ୍କା ଖର୍ଚ୍ଚ କରାଯିବ। ସେହିଭଳି ୧୫ରୁ ୧୮ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପକ୍ଷୀ ପିଛା ଖାଦ୍ୟ ବାବଦରେ ୨୨ ଟଙ୍କା ଖର୍ଚ୍ଚ କରାଯିବ। ଯଦି କୁକୁଡ଼ାଗୁଡ଼ିକ ୧୯ ସପ୍ତାହରୁ ୨୫ ସପ୍ତାହ ପର୍ଯ୍ୟନ୍ତ ରୁହନ୍ତି ତେବେ ସେଥିପାଇଁ ୨୮ଟଙ୍କା ଖର୍ଚ୍ଚ କରାଯିବ। ସେମାନଙ୍କ ଔଷଧ ଓ ଭ୍ୟାକ୍‌ସିନ ପାଇଁ ପ୍ରତ୍ୟେକ ପକ୍ଷୀକୁ ୧୦ଟଙ୍କା ହିସାବରେ ୨ଥର ଦିଆଯାଇ ୨୦ଟଙ୍କା ଖର୍ଚ୍ଚ କରାଯିବ। ବିଦ୍ୟୁତ୍‌ ଶ୍ରମିକ ଓ ଏହାର ଲାଳନପାଳନ ପାଇଁ ଗୋଟିଏ ପକ୍ଷୀ ପିଛା ୧୦ଟଙ୍କା ଖର୍ଚ୍ଚ କରାଯିବ। ଏହିଭଳି ଭାବରେ ମୋଟ୍‌ ୩ଲକ୍ଷ୮୯ହଜାର ୬ଶହ ଟଙ୍କା ଖର୍ଚ୍ଚ କରିବାକୁ ଥିବାବେଳେ ଏହି ଚାଷ କରି ଲାଭ କରିବା ଏବଂ ପ୍ରୋତ୍ସାହନ ପାଇଁ ୭ଲକ୍ଷ ୫୯ହଜାର ୨ଶହ ଟଙ୍କା ଖର୍ଚ୍ଚ କରାଯିବାର ନିୟମ ରହିଛି। ତେବେ ଚଳିତ ବର୍ଷ ଏହି ଯୋଜନା ଆସିଥିବା ବେଳେ ଏହାକୁ ନେବା ପାଇଁ ୪୦୦ରୁ ଅଧିକ ବ୍ୟକ୍ତି ଅନ୍‌ଲାଇନ୍‌ ଦ୍ୱାରା ଆବେଦନ କରିଛନ୍ତି। ତେବେ ପାଇବା ଆଶା କ୍ଷୀଣ ଅଛି ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ମୋଟା ଅଙ୍କର ଲାଞ୍ଚ କାରବାର ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବଡ଼ଚଣା ପ୍ରାଣୀଧୀନ ଚିକିତ୍ସକ ଡ. ସେକ୍‌ ଜାବିର ଅଲ୍ଲୀଙ୍କୁ ପଚାରିବାରେ ସେ କହିଛନ୍ତି, ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଆବେଦନ କରିପାରିବେ। ଆମେ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କଲାପରେ ସେମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବ। ଲାଞ୍ଚ କାରବାର ନେଇ ଯେଉଁମାନେ ଅଭିଯୋଗ କରୁଛନ୍ତି ତାହା ମିଥ୍ୟା। ତେବେ କେହି ଯଦି ପୁରୁଣା ଫାର୍ମ ଦେଖାଇ ଟଙ୍କା ଉଠାଇ ନେଉଥିବା ଆମ ନିକଟକୁ ଅଭିଯୋଗ ଆସେ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri