Posted inଖେଳ

ଭୁବନେଶ୍ୱରଙ୍କ ୨ ଓଭର ବୁଡ଼ାଇଦେଲା !

ନୂଆଦିଲ୍ଲୀ,୭।୯: ମହଙ୍ଗା ପଡ଼ିଲା ଇନିଂସର ୧୯ତମ ଓଭର। ଏଥିଯୋଗୁ ସୁପର-୪ ମୁକାବିଲାରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କାରଣ ଉଭୟ ମ୍ୟାଚ୍‌ରେ ଦଳ ଶେଷ ଓଭରରେ ହାରିଛି।

ଟି-୨୦ କ୍ରିକେଟରେ ଶେଷ ଓଭରର ଗୁରୁତ୍ୱ ଅଧିକ ଥାଏ। ବିଶେଷକରି ୧୯ତମ ଓଭରରେ। ଏଥିରେ ଚାପ ଅଧିକ କିମ୍ବା କମ୍‌ ଉପରେ ହିଁ ମ୍ୟାଚ୍‌ର ସ୍ଥିତି ନିର୍ଦ୍ଧାରିତ ହୋଇଥାଏ। ଭାରତ ଖେଳିଥିବା ଦୁଇଟି ଯାକ ମ୍ୟାଚ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ଓଭରରେ ବୋଲିଂ ଦାୟିତ୍ୱ ଭୁବନେଶ୍ୱର କୁମାରଙ୍କୁ ଦିଆଯାଇଥିଲା। ତାଙ୍କ ଓଭରରେ ବ୍ୟାଟ୍ସମ୍ୟାନ୍‌ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏଥିଯୋଗୁ ବିରୋଧୀ ଟିମ୍‌ ସହଜରେ ଲକ୍ଷ୍ୟ ହାସଲ କରିନେବାରେ ସଫଳ ହୋଇଥିଲା।

ପାକସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଜିତିବା ଲାଗି ଶେଷ ଦୁଇ ଓଭରରେ ୨୬ ରନ୍‌ର ଆବଶ୍ୟକତା ଥିଲା। ହେଲେ ଭୁବନେଶ୍ୱର ୧୯ତମ ଓଭରରେ ବୋଲିଂ କରି ୧୯ ରନ୍‌ ଦେଇ ଦେଇଥିଲେ। ଏହାପରେ ପାକିସ୍ତାନ ସହଜରେ ଜିତି ଯାଇଥିଲା। ସେହିଭଳି ଶ୍ରୀଲଙ୍କା ବିପକ୍ଷରେ ସେ ୧୪ ରନ୍‌ ଦେଇଥିଲେ। ଫଳରେ ଶ୍ରୀଲଙ୍କା ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା। ଏହାକୁ ନେଇ ଭୁବନେଶ୍ୱର ୨ ଓଭରରେ ଭାରତକୁ ବୁଡ଼ାଇ ଦେଇଥିବା ନେଇ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri