Posted inଜାତୀୟ

ପାଟନା ମେଡିକାଲ କଲେଜକୁ ତେଜସ୍ବୀଙ୍କ ରାତିଅଧିଆ ଗସ୍ତ…

ନୂଆଦିଲ୍ଲୀ, ୭।୯ : ମଙ୍ଗଳବାର ବିଳମ୍ବିତ ରାତିରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ୱାର୍ଡରେ ଖରାପ ବ୍ୟବସ୍ଥା ଦେଖିବା ପରେ ସେ ବହୁତ ରାଗି ଯାଇଥିଲେ। ସେ ଡାକ୍ତରମାନଙ୍କୁ ତୀବ୍ର ନିନ୍ଦା କରିଥିଲେ। ଯାଞ୍ଚ ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେଜସ୍ବୀ ପାଟନା ମେଡିକାଲ କଲେଜ ହସ୍ପିଟାଲ (ପିଏମସି)ରେ ପହଞ୍ଚିଥିଲେ। ତାଙ୍କର ହଠାତ୍‌ ଗସ୍ତ ବିଷୟରେ କେହି ଜାଣି ନ ଥିଲେ। ଏଭଳି ପରିସ୍ଥିତିରେ ତେଜସ୍ବୀଙ୍କୁ ସେମାନଙ୍କ ସାମ୍ନାରେ ପାଇବା ପରେ ଡାକ୍ତରଖାନା ପ୍ରଶାସନର ହୋସ୍‌ ଉଡ଼ି ଯାଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଗସ୍ତର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଉପମୁଖ୍ୟମନ୍ତ୍ରୀ ଡାକ୍ତରଙ୍କଠାରୁ ଔଷଧ ତାଲିକା ମାଗୁଥିବା ଦେଖିବାକୁ ମିଳିଛି, କିନ୍ତୁ ଏହା ଘଟଣାସ୍ଥଳରେ ଉପଲବ୍ଧ ନଥିଲା। ଏହା ବ୍ୟତୀତ କେତେକ ଡାକ୍ତର ମଧ୍ୟ ଅନୁପସ୍ଥିତ ଥିଲେ। ତେଜସ୍ବୀ କହିଛନ୍ତି, ପାଟନା ମେଡିକାଲ କଲେଜରେ ଟାଟା ୱାର୍ଡର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ସେଠାରେ ଔଷଧ କିମ୍ବା ପରିଷ୍କାର ପରିଚ୍ଛନ୍ନତା ନଥିଲା। ରୋଗୀଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଉ ନଥିଲା ଏବଂ ଘଟଣାସ୍ଥଳରେ ବହୁ ଆନୁସଙ୍ଗିକ ଅଭାବ ଦେଖାଦେଇଥିଲା। ଡାକ୍ତର କିମ୍ବା ଜୁନିଅର ଡାକ୍ତର ମଧ୍ୟ ଡ୍ୟୁଟିରେ ନଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ହସ୍ପିଟାଲର କର୍ମଚାରୀମାନେ ମିଛ କହୁଥିବା ବେଳେ ଧରାପଡ଼ିଥିଲେ। ତେଣୁ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ନୂତନ ଗାର୍ଡିନର ରୋଡ ହସ୍ପିଟାଲ ଏବଂ ଗରଦାନିବାଗ ଡାକ୍ତରଖାନା ମଧ୍ୟ ଗସ୍ତ କରିଥିଲେ।ତେଦେ ସେସବୁ ଡାକ୍ତରଖାନାରେ ଡାକ୍ତରମାନେ ଉପସ୍ଥିତ ଥିଲେ। ପର୍ଯ୍ୟାପ୍ତ ଔଷଧ ଏବଂ କର୍ମଚାରୀ ମଧ୍ୟ ଡ୍ୟୁଟିରେ ଥିଲେ ବୋଲି ତେଜସ୍ବୀ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

ଏହା ମୋର ଶେଷ ନିର୍ବାଚନ, ଭୋଟିଂ ପରେ ଦିଗବିଜୟ ସିଂଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ୭ ମେ’ରେ ଜାରି ରହିଛି। ମଙ୍ଗଳବାର ମୋଟ ୯୩ ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri