Posted inଜାତୀୟ

୨୦୨୧ରେ ସର୍ବାଧିକ ଆତ୍ମହତ୍ୟା, ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ…

ନୂଆଦିଲ୍ଲୀ, ୨୯।୮ : ଦେଶରେ ୨୦୨୧ରେ ଘଟିଥିବା ଆତ୍ମହତ୍ୟା ନେଇ ପରିସଂଖ୍ୟାନ ପ୍ରକାଶିତ ହୋଇଛି। ଏନସିଆରବିର ନୂତନ ରେକର୍ଡ ଅନୁଯାୟୀ, ୨୦୨୧ ମସିହାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୧୨୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା ପୂର୍ବ ବର୍ଷ ତୁଳନାରେ ୬.୧ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବ ବର୍ଷ ତୁଳନାରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ। ରିପୋର୍ଟରେ ଛାତ୍ରୀଛାତ୍ର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଥିବା ଜଣାପଡିଛି।

୨୦୨୦ ରିପୋର୍ଟରେ ମଧ୍ୟ ଛାତ୍ରୀଛାତ୍ର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ବଢ଼ିଥିଲା। ପରିସଂଖ୍ୟାନ ତଥ୍ୟ ଦର୍ଶାଉଛି ଯେ ୨୦୨୧ରେ ଆତ୍ମହତ୍ୟା ଯୋଗୁ ୧୬୪,୦୩୩ ଜଣଙ୍କର ମୃତ୍ୟୁ ଘଟିଛି ଯାହା ୨୦୨୦ ତୁଳନାରେ ୭.୨ ପ୍ରତିଶତ ଅଧିକ। ୨୦୨୦ ମସିହାରେ ୧୫୩,୦୫୨ ଜଣ ଅତ୍ମହତ୍ୟା କରିଥିଲେ। ୨୦୧୯ରେ ଏହି ସଂଖ୍ୟା ପ୍ରାୟ ୧୩୯,୦୦୦ ଥିଲା।

୨୦୨୧ ଏବଂ ୧୯୬୭ରେ ଆତ୍ମହତ୍ୟା ମୃତ୍ୟୁ ହାର ମଧ୍ୟ ସର୍ବାଧିକ ଥିଲା ବୋଲି ପରିସଂଖ୍ୟାନ ରିପୋର୍ଟରୁ ଜଣାପଡୀଛି। ଦେଶରେ ଆତ୍ମହତ୍ୟାର ଦ୍ୱିତୀୟ ସର୍ବାଧିକ ହାର ୨୦୧୦ ମସିହାରେ ହୋଇଥିଲା, ଯେତେବେଳେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୧୩ ଜଣଙ୍କ ମୃତ୍ୟୁ ଏହା ଯୋଗୁ ଘଟିଥିଲା। ପରିସଂଖ୍ୟାନ ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ସର୍ବନିମ୍ନ ଆୟକାରୀ ଗୋଷ୍ଠୀ ବର୍ଷକୁ ୧ ଲକ୍ଷରୁ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ଘଟଣାର ପ୍ରାୟ ଦୁଇ ତୃତୀୟାଂଶ ଏବଂ ସର୍ବାଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri