Posted inଖେଳ

ଆଇସିସି ନିଷ୍ପତ୍ତି ଦୁଃଖଦାୟକ: ଅଶ୍ୱିନ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଆଇସିସି ଜିମ୍ବାଓ୍ବେକୁ ବାସନ୍ଦ କରିବା ପରେ ଏହାର ପ୍ରଭାବ କ୍ରିକେଟ ପାଓ୍ବାର ହାଉସ୍‌ କୁହାଯାଉଥିବା ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ମଧ୍ୟ ଆଇସିସିର ଏହି ନିଷ୍ପତ୍ତିକୁ ହୃଦୟ ବିଦାରକ ଓ କଠୋର ବୋଲି କହିଛନ୍ତି। ଏହା ଦ୍ୱାରା ଜିମ୍ବାଓ୍ବେ କ୍ରିକେଟର ଓ କ୍ରିକେଟ ସହିତ ଜଡିତ ରହିଆସିଥିବା ବ୍ୟକ୍ତିମାନେ ସେମାନଙ୍କ ଜୀବିକା ହରାଇଛନ୍ତି। ସିକନ୍ଦର ରାଜାଙ୍କ ଟୁଇଟ୍‌ ପଢ଼ି ମୁଁ ନିରାଶ ହୋଇଛି। ଖୁବ୍‌ ଶୀଘ୍ର କ୍ରିକେଟକୁ ଭଲ ପାଉଥିବା ଏହି ଦେଶ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରକୁ ପ୍ରତ୍ୟାବର୍ତ୍ତନ କରୁ ଅଶ୍ୱିନ ଟୁଇଟ କରି ଜଣାଇଛନ୍ତି।
ଉଲ୍ଲେଖଥାଉ କି, ଜିମ୍ବାଓ୍ବେ ବୋର୍ଡର ନବନିର୍ବାଚିତ ସଭ୍ୟାଙ୍କୁ ସରକାରଙ୍କ ଏଜେନ୍ସି ସ୍ପୋଟର୍‌ସ ଆଣ୍ଡ ରିକ୍ରିଏସନ କମିଟି (ଏସ୍‌ଆରସି) ସସ୍‌ପେଣ୍ଡ କରିଛି। ଏହି ଆଇସିସିର ୨.୪ (ସି) ଓ ଡି ଅନୁଚ୍ଛେଦର ଉଲ୍ଲଂଘନ କରୁଛି ଓ ଏହା ଦ୍ୱାରା କ୍ରିକେଟ ବ୍ୟାପାରରେ ସରକାର ଖୋଲାଖୋଲି ହସ୍ତକ୍ଷେପ କରିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜିମ୍ବାଓ୍ବେ କ୍ରିକେଟକୁ ଆଇସିସି କୌଣସି ପାଣ୍ଠି ଦେବ ନାହିଁ। କେବଳ ସେତିକି ନୁହେଁ ଆଇସିସିର କୌଣସି ଇଭେଣ୍ଟରେ ଜିମ୍ବାଓ୍ବେ ଏବେ ଅଂଶଗ୍ରହଣ କରିପାରିବ ନାହିଁ। ଆଗାମୀ ୩ ମାସ ମଧ୍ୟରେ ଜିମ୍ବାଓ୍ବେ ବୋର୍ଡର ନିର୍ବାଚିତ ସଦସ୍ୟମାନଙ୍କୁ ପୁଣିଥରେ ସେମାନଙ୍କ ପଦରେ ଅବସ୍ଥାପିତ କରିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି। ଅକ୍ଟୋବରରେ ହେବାକୁ ଥିବା ବୋର୍ଡ ବୈଠକରେ ଏ ନେଇ ହୋଇଥିବା ପ୍ରଗତି ସମ୍ପର୍କରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ନିଷ୍ପତ୍ତି ନେବା ପୂର୍ବରୁ ଆଇସିସି ବୋର୍ଡ ଜିମ୍ବାଓ୍ବେ ସରକାରଙ୍କ ସ୍ପୋଟର୍‌ସ ଓ ରିକ୍ରିଏସନ କମିଟି ଓ ଜିମ୍ବାଓ୍ବେ ବୋର୍ଡର ପ୍ରତିନିଧିଙ୍କ ସହ ଆଲୋଚାନ କରିବା ପରେ ଯାଇ ଏହି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri