Posted inଫୁରସତ

ନୀରବରେ କହିଦିଏ ବହୁ କଥା

ସାଧାରଣ ମୁହୂର୍ତ୍ତକୁ ଅମୂଲ୍ୟ କରିଦିଏ ଫଟୋ। ପ୍ରିୟ ସ୍ମୃତିକୁ ଉଜାଗର କରେ, ଏକଲାପଣରେ ବି ଆନନ୍ଦ ଆଣିଦିଏ। ନୀରବ ରହି ବି ବିନା କୌଣସି ଭାଷାରେ କହିଥାଏ ଅନେକ କଥା। ଏସବୁକୁ କ୍ୟାମେରା ଲେନ୍ସରେ କଏଦ କରିଥାନ୍ତି ଫଟୋଗ୍ରାଫର। ଫଟୋରେ ବିଶେଷ ମୁହୂର୍ତ୍ତକୁ ତୋଳି ଧରୁଥିବା ସେହି ବ୍ୟକ୍ତିଙ୍କ ପାଇଁ ଉତ୍ସର୍ଗୀକୃତ ଦିନ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ସାରା ବିଶ୍ୱରୁ ଫଟୋଗ୍ରାଫରମାନଙ୍କ ପାଇଁ ଆସିଥାଏ ପ୍ରୋତ୍ସାହନର ବାର୍ତ୍ତା। ଏହି ଦିନ ଆମ ଜୀବନରେ କ୍ୟାମେରା ଏବଂ ଫଟୋଗ୍ରାଫିର ଗୁରୁତ୍ୱକୁ ସ୍ମରଣ କରିଥାଏ। ଏହି ଅବସରରେ ଚିତ୍ର ଉତ୍ତୋଳନ କରିବାର କଳା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଦେଖିବାକୁ ଗଲେ ଫଟୋଗ୍ରାଫି ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ସେଲ୍‌ଫି ନେବାଠାରୁ ଆରମ୍ଭ କରି ଯୁଦ୍ଧ ତଥା ମାନବିକ ଅଧିକାରର ଉଲ୍ଲଂଘନ ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଘଟଣାବଳୀର ଫଟୋ ଉଠାଇଥାନ୍ତି। ଏବେ ଫଟୋଗ୍ରାଫି କଳା ସହ ପ୍ୟାଶନରେ ପରିଣତ ହୋଇଛି।
ବିଶ୍ୱ ଫଟୋଗ୍ରାଫି ଦିବସ ୧୮୩୭ ମସିହାରୁ ଆରମ୍ଭ ହୋଇଥିଲା। ଫ୍ରାନ୍ସରେ ଜୋସେଫ ନିକେଫୋର ନିପ୍‌ସେ ଏବଂ ଲୁଇ ଡାଗୁରେ ପ୍ରଥମ ଫଟୋଗ୍ରାଫିକ୍‌ ପ୍ରକ୍ରିୟା ଡାଗୁରେରୋଟାଇପ ଉଦ୍ଭାବନ କରିଥିଲେ। ୧୮୬୧ ମସିହାରେ ପ୍ରଥମ ସ୍ଥାୟୀ ରଙ୍ଗିନ ଫଟୋଗ୍ରାଫ ଉତ୍ତୋଳିତ ହୋଇଥିଲା। ସେବେଠାରୁ ଫଟୋଗ୍ରାଫିର ମାଧ୍ୟମ ବିକଶିତ ହେଲା। ପ୍ରଥମ ଡିଜିଟାଲ ଫଟୋଗ୍ରାଫ ୧୯୫୭ ମସିହାରେ, ଡିଜିଟାଲ କ୍ୟାମେରା ଉଦ୍ଭାବନ ହେବାର ଦୁଇ ଦଶନ୍ଧି ପୂର୍ବରୁ ସୃଷ୍ଟି କରାଯାଇଥିଲା। ଫ୍ରେଞ୍ଚ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ୧୮୩୯ ମସିହାରେ ଡାଗୁରେରୋଟାଇପ ଉଦ୍ଭାବନକୁ ଜନସାଧାରଣଙ୍କ ନିକଟରେ ଘୋଷଣା କଲା। ୧୯ ଅଗଷ୍ଟ ୧୮୩୯ରେ ଫ୍ରାନ୍ସ ସରକାର ଏହି ଉପକରଣ ପାଇଁ ପେଟେଣ୍ଟ କରିଥିଲେ। ପରେ ଏହି ଦିନଟି ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତିି ଗ୍ରହଣ ହୋଇଥିଲା। ବିଶ୍ୱ ଫଟୋଗ୍ରାଫି ଦିବସକୁ କଳା, ହସ୍ତଶିଳ୍ପ ଏବଂ ଫଟୋଗ୍ରାଫି ପ୍ରତି ଉତ୍ସାହ ଦିବସ ଭାବେ ପାଳନ କରାଯାଇଥାଏ। ଐତିହାସିକ ଘଟଣାଗୁଡ଼ିକର ଡକ୍ୟୁମେଣ୍ଟେଶନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପର୍ଯ୍ୟନ୍ତ ମାଧ୍ୟମ କିପରି ବିକଶିତ ହୋଇଛି ତାହାକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri