ସୁକୁର୍ଜିମାରୁ ଲାଭା ଉଦ୍‌ଗୀରଣ, ପଞ୍ଚମସ୍ତରୀୟ ସତର୍କ ସୂଚନା ଜାରି…

ଟୋକିଓ,୨୫।୭ : ଜାପାନର କାଗୋସିମା ଜିଲାର ସାକୁର୍ଜିମା ଆଗ୍ନେୟଗିରିରୁ ରବିବାର ରାତି ୮ଟା ୫ରେ ପ୍ରବଳ ବିସ୍ଫୋରଣ ହୋଇଛି। ଉତ୍ତପ୍ତ ଲାଭ,ପାଉଁଶ ଏବଂ ପଥର କ୍ରମାଗତ ଭାବରେ ଏଥିରୁ ବାହାରୁଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ସାକୁର୍ଜିମା ଆଗ୍ନେୟଗିରିରେ ଏଭଳି ଲାଭା ଉଦ୍‌ଗୀରଣ ଯୋଗୁ ଆଖପାଖ ଲୋକଙ୍କୁ ଶୀଘ୍ର ଘର ଖାଲି କରିବାକୁ କୁହାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଜେଏମଏ ପକ୍ଷରୁ ଏନେଇ ପଞ୍ଚମ ସ୍ତରୀୟ ସତର୍କ ସୂଚନା ଜାରି ହୋଇଛି।

ଏଜେନ୍ସି ଆକଳନ କରିଛି ଯେ ଆଗ୍ନେୟଗିରି ଏକ ବଡ଼ ଧରଣର ବିସ୍ଫୋରଣ ହେବାର ଆଶଙ୍କା ନାହିଁ। ତଥାପି, ଏଜେନ୍ସି ଏହାର ଆଲର୍ଟ ସ୍ତରକୁ ସର୍ବକାଳୀନ ପାଞ୍ଚକୁ ବୃଦ୍ଧି କରିଛି। ୨୦୦୭ ରେ ଏହି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ ସାକୁର୍ଜିମା ପାଇଁ ଲାଗୁ କରାଯାଇଥିଲା। ଏନଏଚକେ ୱାଲର୍‌ଡ ରିପୋର୍ଟ ଅନୁଯାୟୀ, କାଗୋସିମା ସହରର ଅଧିକାରୀମାନେ ଆରିମୁରା ଏବଂ ଫୁରୁସାଟୋ ସହରର ବାସିନ୍ଦାଙ୍କ ପାଇଁ ଘର ଛାଡ଼ିବା ଆଦେଶ ଜାରି କରିଛନ୍ତି। ସହରରେ ୩୩ ଟି ପରିବାରରେ ୫୧ ଜଣ ସଦସ୍ୟ ଅଛନ୍ତି।

ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି ଯେ କାଗୋସିମା ସହରର କିଛି ଅଂଶରେ ଆଗ୍ନେୟଗିରିର ତିନି କିଲୋମିଟର ବ୍ୟାସାର୍ଦ୍ଧରେ ଆଗ୍ନେୟଗିରିର ବଡ଼ ପଥର ଖସିପାରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ୨ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପାଇରୋକ୍ଲାଷ୍ଟିକ ପ୍ରବାହ ପାଇଁ ବାସ କରୁଥିବା ଲୋକମାନେ ସତର୍କ ରହିବା ଉଚିତ। ଜାପାନର ରାଷ୍ଟ୍ରାୟତ୍ତ ଏନଏଚମେ ଟିଭିରେ ପ୍ରସାରିତ ଭିଜୁଆଲ ଗୁଡିକରେ କମଳାରଙ୍ଗର ନିଆଁ ଏବଂ ଆଗ୍ନେୟଗିରିରୁ ପାଉଁଶ ବାହାରୁ ଥିବାର ଦୃଶ୍ୟ ପ୍ରସାରିତ ହୋଇଛି। ଡେପୁଟି ମୁଖ୍ୟ କ୍ୟାବିନେଟ ସଚିବ ୟୋସିହିକୋ ଇସୋଜାକି କହିଛନ୍ତି ଯେ ଆମେ ଲୋକଙ୍କ ଜୀବନକୁ ପ୍ରଥମ ସ୍ଥାନରେ ରଖୁଛୁ ଏବଂ ପରିସ୍ଥିତିର ଆକଳନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri