ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଚିଟ୍ଫଣ୍ଡ ଅଦାଲତରେ ସୋମବାର ଏକ ଠକେଇ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସଦାଶିବ ଜେନା ଏହାର ବିଚାର କରି ଚିଟ୍ଫଣ୍ଡ ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କ ନାମରେ ଥିବା ୪ଟି କାର୍ ସମେତ ୨ଟି ଜମି ପ୍ଲଟ୍କୁ ବାଜ୍ୟାପ୍ତି କରିଛନ୍ତି।
ଅନୁଯାୟୀ, ଏମ୍/ଏସ୍ ଟ୍ରେଷ୍ଟି ସିକ୍ୟୁରିଟିଜ୍ ଲିମିଟେଡ୍ ନାମକ ଅର୍ଥ ଲଗାଣକାରୀ ସଂସ୍ଥା ଭୁବନେଶ୍ୱର ଜୟଦେବବିହାର ନିକଟରେ ମୁଖ୍ୟ କାର୍ଯ୍ୟାଳୟ ଏବଂ ରାଜ୍ୟର ବିଭିନ୍ନ ଜିଲାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଏହି ସଂସ୍ଥା ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କିଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଫେରସ୍ତ କରି ବିଶ୍ୱାସ ଜନ୍ମାଇ ବହୁ ଲୋକଠାରୁ ଟଙ୍କା ଠକିି ନେଇଥିଲା। ପରେ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦେଇଥିଲା। ଭଦ୍ରକ ଜିଲା ବାସୁଦେବପୁର ଥାନା ଇରମ ଗ୍ରାମର ପ୍ରଶାନ୍ତ କୁମାର ମାଝି ଉକ୍ତ ଅର୍ଥ ଲଗାଣକାରୀ ସଂସ୍ଥାର ବିଭିନ୍ନ ଯୋଜନାରେ ୪ଲକ୍ଷ ଟଙ୍କା ଜମା କରିଥିଲେ। କମ୍ପାନୀର ଲୋଭନୀୟ ଯୋଜନାରେ ବଶବର୍ତ୍ତୀ ହୋଇ ନିଜ ପାଖରେ ଥିବା ସମସ୍ତ ଟଙ୍କା ସହିତ ସମ୍ପର୍କୀୟମାନଙ୍କର ମଧ୍ୟ ୪ଲକ୍ଷ ୨୮ହଜାର ୭ଶହ ଟଙ୍କା ଜମା କରାଇଥିଲେ। କମ୍ପାନୀ ପକ୍ଷରୁ କମିଶନ୍ ବାବଦରେ ତାଙ୍କୁ ଚେକ୍ ମିଳିଥିଲା। ଏହାକୁ ବ୍ୟାଙ୍କରେ ଡିପୋଜିଟ୍ କରିବାରୁ ବାଉନ୍ସ ହୋଇଯାଇଥିଲା। ପରେ କମ୍ପାନୀର ଡାଇରେକ୍ଟରମାନେ ଏହାର କୌଣସି ଉତ୍ତର ନ ଦେଇ ଲୁଚିବା ସହ ମୋବାଇଲ ଓ ଅଫିସ୍ ବନ୍ଦ କରିଦେଇଥିଲେ। ଅଭିଯୋଗକାରୀ ମାଝି ଭୁବନେଶ୍ୱର ସୁପରିଟେଣ୍ଟଣ୍ଟ ଅଫ୍ ପୋଲିସ କାର୍ଯ୍ୟାଳୟରେ ଗତ ୨୦୧୫ ମେ ୧୯ରେ ଏମ୍/ଏସ୍ ଟ୍ରେଷ୍ଟି ସିକ୍ୟୁରିଟିଜ୍ ଲିମିଟେଡ୍ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଦୟାନିଧି ମହାପାତ୍ର, ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର, ଅପୂର୍ବ ରଞ୍ଜନ ବେହେରା, ତାରାପଦ ଗିରି, ବିଶ୍ୱଜିତ୍ ରାଉଳ, ଗୌରାଙ୍ଗ ଚରଣ ସାହୁ, ଅଶୋକ କୁମାର ରାଉତ ଓ ହରି ଅର୍ଜୁନ ପଣ୍ଡାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିଲା। ପରେ ଉକ୍ତ ମାମଲା ସିଭିଲ୍କେସ(ନଂ.୧/୨୦୧୭)କୁ ଗତ ୨୦୧୭ ଜାନୁଆରୀ ୧୩ରେ ବାଲେଶ୍ୱର ଚିଟ୍ଫଣ୍ଡ ଅଦାଲତକୁ ବିଚାର ନିମନ୍ତେ ପଠାଇ ଦିଆଯାଇଥିଲା। ଚିଟ୍ଫଣ୍ଡ ଅଦାଲତର ଜଜ୍ ଟିଟଫଣ୍ଡ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରମାନଙ୍କ ନାମରେ ଥିବା ୪ଟି ଚାରିଚକିଆ କାର୍ ଓ ୨ଟି ଜମି ପ୍ଲଟ୍କୁ ବାଜ୍ୟାପ୍ତି କରିଛନ୍ତି। ଉକ୍ତ ସମ୍ପତ୍ତିକୁ ଅକ୍ସନ କରି ମିଳିବାକୁ ଥିବା ଅର୍ଥ ସରକାରୀ ତହବିଲରେ ଜମା କରିବାକୁ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା। ପରିଚାଳନା କରୁଥିଲେ।
ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...
ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…
ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...
ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ
ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...
ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…
ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...
ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍ ଇଣ୍ଡିଆର ଖେଳାଳି
ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...
ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...
ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି
ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...
କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍
ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...
Archives


