କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍‌ ଆସେଟ୍‌) ନୁହେଁ। କ୍ରିପ୍ଟୋକରେନ୍ସି ଉପରେ ରିଜର୍ଭ ବ୍ୟାଙ୍କ୍‌ ଗୁରୁବାର ଏହାର ଆଭିମୁଖ୍ୟକୁ ପୁଣିଥରେ ଦୋହରାଇଛି। ଏକ୍ଷେତ୍ରରେ ଆମ ଆଭିମୁଖ୍ୟ ସ୍ପଷ୍ଟ। ଘରୋଇ କ୍ରିପ୍ଟୋଗୁଡ଼ିକୁ ମାକ୍ରୋ(ବୃହତ୍‌) ଅର୍ଥନୀତି ଓ ଆର୍ଥିକ ସ୍ଥିରତା ପ୍ରତି ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆର୍‌ବିଆଇ ଗଭର୍ନର କହିଛନ୍ତି।
ସୂଚନାଯୋଗ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଭର୍ଚୁଆଲ ଆସେଟ୍‌ ଲାଭ ଉପରେ କ୍ରିପ୍ଟୋ ଟ୍ୟାକ୍ସ କଥା କହିଥିଲେ। ଡିଜିଟାଲ ଆସେଟ୍‌ କାରବାରରେ ୩୦ ପ୍ରତିଶତ ଟିକସ ଲାଗୁ ହେବ। ତେବେ କ୍ରିପ୍ଟୋ କରେନ୍ସି ଉପରେ ଟିକସ ଲାଗୁ ଦ୍ୱାରା ଏହା ବୈଧ ସମ୍ପତ୍ତି ହେବନାହିଁ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଟିକସ ନୀତିରେ ସ୍ପଷ୍ଟତା ପ୍ରଥମ ପଦକ୍ଷେପ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଯଦିଓ ନୂଆ ଟିକସ ବ୍ୟବସ୍ଥା ଯୋଗୁ ନିବେଶକମାନେ କ୍ରିପ୍ଟୋରେ ନିବେଶ କରିବା ବନ୍ଦ କରିଦେବେ ବୋଲି କେତେକ କହୁଥିବାବେଳେ, ବଜେଟ ଘୋଷଣା ଦିନ କ୍ରିପ୍ଟୋକରେନ୍ସି ବିନିମୟ ୨୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା। କ୍ରିପ୍ଟୋରେ ଲୋକେ ଲାଭ ହାସଲ କରୁଥିବାରୁ ଏହା ଉପରେ ଟିକସ ଧାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିବା ସୀତାରାମନ୍‌ କହିଥିଲେ। କ୍ରିପ୍ଟୋ କରେନ୍ସିର ଅନ୍ତର୍ଭୂତ ମୂଲ୍ୟ ନ ଥିବାରୁ ଆର୍‌ବିଆଇ ଏହି ଡିଜିଟାଲ ଆସେଟ୍‌କୁ ବିରୋଧ କରୁଛି। ଶେୟାର ବଜାରରେ ଏକ ଅଣ୍ଡରଲେଇଙ୍ଗ୍‌ ବ୍ୟବସାୟ ଚାଲିଥିବାବେଳେ କ୍ରିପ୍ଟୋରେ ଏହା କେବଳ ଆଲ୍‌ଗୋରିଦିମ୍‌ ବୋଲି ଆର୍‌ବିଆଇ କହିଛି। କ୍ରିପ୍ଟୋ କରେନ୍ସି କାରବାରରେ ଆର୍ଥତ୍କ ସ୍ଥିରତାକୁ ନେଇ ରିଜର୍ଭ ବ୍ୟାଙ୍କ ଏକାଧିକ ଥର ଚିନ୍ତାବ୍ୟକ୍ତ କରିଆସିଛି। ଚିନ୍ତା ଏଇଥିପାଇଁ ଯେ, ଯଦି ଜଣେ ବ୍ୟକ୍ତି, ତାଙ୍କର ସମସ୍ତ କ୍ରେଡିଟ୍‌ କାର୍ଡ କିମ୍ବା ବ୍ୟକ୍ତିଗତ ଋଣ ଓ ନିବେଶକୁ କ୍ରିପ୍ଟୋରେ ଲଗାଇ ଦିଅନ୍ତି ଏବଂ ଏହା ଦ୍ରୁତ ବେଗରେ ଖସିଚାଲେ ତେବେ ସେହି ବ୍ୟାଙ୍କଗୁଡ଼ିକ ଏନ୍‌ପିଏର ସମ୍ମୁଖୀନ ହେବେ। ୨୦୨୨-୨୩ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ବ୍ଲକ୍‌ଚେନ୍‌ ଓ ଅନ୍ୟ ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ ମୁଦ୍ରା ଜାରି କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri