Posted inଖେଳ

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ ଦାମୀ ଖେଳାଳି ସାବ୍ୟସ୍ତ ହୋଇପାରନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାଙ୍କୁ ଅଧିକ ଅର୍ଥରେ କିଣିବା ସମ୍ଭାବନା ରହିଛି। ଏହି ଫ୍ରାଞ୍ଚାଇଜ୍‌ ବିରାଟ କୋହଲି, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ମହମ୍ମଦ ସିରାଜଙ୍କୁ ରିଟେନ କରିସାରିଛି। ଏକ ଅଣଆନୁଷ୍ଠାନିକ ଆର୍‌ସିବିର ଅକ୍ସନ ଷ୍ଟ୍ରାଟେଜିକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ଅଲରାଉଣ୍ଡ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆର୍‌ସିବି ହୋଲ୍ଡରଙ୍କ ପାଇଁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ବାଜି ଲଗାଇପାରେ।

”ବେନ୍‌ ଷ୍ଟୋକ୍ସ ଉପଲବ୍ଧ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ମାର୍କୁସ ଷ୍ଟୋଇନିସ୍‌ଙ୍କୁ ଅନ୍ୟ ଫ୍ରାଞ୍ଚାଇଜ୍‌ ନେଇସାରିଛନ୍ତି। ମିଚେଲ ମାର୍ଶ ଆହତ ସମସ୍ୟାରେ ଘେରି ହୋଇ ରହୁଥିବାରୁ ସମ୍ପୂର୍ଣ୍ଣ ଆଇପିଏଲରେ ତାଙ୍କର ଖେଳିବା ସମ୍ଭାବନା କମ୍‌ ରହିଛି। ଟି୨୦ ଫର୍ମାଟରେ ହୋଲ୍ଡରଙ୍କ ରେକର୍ଡ ବହୁତ ଭଲ। ତେଣୁ ଆରସିବି ହୋଲ୍ଡରଙ୍କୁ ନିଜ ପାଖକୁ ଆଣିବାକୁ ଉଦ୍ୟମ କରିବ“ ବୋଲି ଏହି ଫ୍ରାଞ୍ଚାଇଜ ସହ ଜଡ଼ିତ ସୂତ୍ରରୁ ପ୍ରକାଶ କରାଯାଇଛି।

ନିଲାମ ପାଇଁ ଆରସିବି ନିକଟରେ ୫୭ କୋଟି ଟଙ୍କା ଅର୍ଥ ଅଛି। ଏହି ଦଳ ଆଗାମୀ ନିଲାମରେ ହୋଲ୍ଡରଙ୍କ ସମେତ ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର ଅମ୍ବାତି ରାୟୁଡ଼ୁ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିସାରିଥିବା ଯୁବ ବ୍ୟାଟର ରିୟାନ ପରାଗଙ୍କୁ ନିଜ ପାଖକୁ ଆଣିବାକୁ ଉଦ୍ୟମ କରିବ ବୋଲି ବିଚାର ଚାଲିଛି। ହୋଲ୍ଡରଙ୍କ ପାଇଁ ୧୨ କୋଟି, ରାୟୁଡ଼ୁଙ୍କ ଲାଗି ୮ ଏବଂ ପରାଗଙ୍କ ପାଇଁ ୭ କୋଟି ଖର୍ଚ୍ଚ କଲେ ବି ଆରସିବି ନିକଟରେ ଆହୁରି ୩୦ କୋଟି ବଳିବ। କୋହଲି, ମ୍ୟାକ୍ସଓ୍ବେଲ, ସିରାଜ, ହୋଲ୍ଡର, ରାୟୁଡ଼ୁ ଓ ପରାଗଙ୍କୁ ନେଇ ଦଳ ଗଠନ ଦିଗରେ ରହିଛି ଆର୍‌ସିବି। ହୋଲ୍ଡର, ପରାଗ ଓ ରାୟୁଡ଼ୁଙ୍କ ମଧ୍ୟରୁ ଅତିକମ୍‌ରେ ୨ ଜଣଙ୍କୁ ନେବା ଆଶାରେ ରହିଛି ଏହି ଫ୍ରାଞ୍ଚାଇଜ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri