Posted inଖେଳ

‘କ୍ୟାରିୟର ବଞ୍ଚାଇବା ପାଇଁ ହାତରେ ଗୋଟିଏ ଇନିଂସ’

ଜୋହାନ୍ସବର୍ଗ,୩।୧: ଆଉଟ୍‌ ଅଫ୍‌ ଫର୍ମ ଥିବା ଦୁଇ ଭେଟେରାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫେଲ୍‌ ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ କ୍ୟାରିୟର ଉପରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। କ୍ୟାରିୟରର ବଞ୍ଚାଇବା ପାଇଁ ଦୁଇ ସିନିୟର ଖେଳାଳିଙ୍କ ପାଖରେ ମାତ୍ର ଗୋଟିଏ ଇନିଂସ ଥିବା ସେ କହିଛନ୍ତି।

ଡୁଆନେ ଓଲିଭରଙ୍କ ଅଫ୍‌ ଷ୍ଟମ୍ପ ବାହାର ଶର୍ଟ ପିଚ୍‌ ବଲକୁ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ ପୂଜାରା। କିନ୍ତୁ ୩୩ ବଲର ସମ୍ମୁଖୀନ ହୋଇ ୩ ରନ୍‌ କରିଥିବା ଟେଷ୍ଟ ସ୍ପେଶାଲିଷ୍ଟଙ୍କ ବ୍ୟାଟ୍‌ ହ୍ୟାଣ୍ଡେଲରେ ବଲ ବାଜିଥିଲା, ଯାହାକୁ କ୍ୟାଚ୍‌ କରିଥିଲେ ତେମ୍ବା ବଭୁମା। ଏହାର ପରବର୍ତ୍ତୀ ବଲରେ ଆଉଟ୍‌ ହୋଇଥିଲେ ରାହାନେ। ସେ ଅଫ୍‌ ଷ୍ଟମ୍ପ ବାହାର ବଲକୁ ଠେଲିବାକୁ ଉଦ୍ୟମ କରି ୩ୟ ସ୍ଲିପରେ ଧରା ପଡ଼ିଥିଲେ।

“ ଦଳରେ ସେମାନଙ୍କ ସ୍ଥାନ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି। କ୍ୟାରିୟର ବଞ୍ଚାଇବାକୁ ହେଲେ ପୂଜାରା ଓ ରାହାନେଙ୍କ ଲାଗି ପରବର୍ତ୍ତୀ ଇନିଂସ ସମ୍ଭବତଃ ଶେଷ ସୁଯୋଗ ହୋଇପାରେ। ଯଦି ସେମାନଙ୍କୁ ଆଉ ଏକ ଇନିଂସ ମିଳେ, ତେବେ ସେମାନଙ୍କୁ ଦଳରେ ସ୍ଥାନ ବଜାୟ ରଖିବା ଲାଗି ସ୍କୋର କରିବାକୁ ପଡ଼ିବ” ବୋଲି କମେଣ୍ଟ୍ରି ବେଳେ ଗାଭାସ୍କର କହିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ଠାରୁ ପୂଜାରାଙ୍କ ବ୍ୟାଟରୁ ଶତକ ବାହାରି ନ ଥିବା ବେଳେ ଗତ ଦୁଇ ବର୍ଷ ହେଲା ଖରାପ ଫର୍ମ ଦେଇ ଗତି କରୁଛନ୍ତି ରାହାନେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri