ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଜିଲାର ବ୍ୟାସନଗର ପୌର ପରିଷଦର ଶଶିଭୂଷଣ ବାଳିକା ବିଦ୍ୟାଳୟରେ ୬ଟି ଗାତ ଖୋଳି ସାରିବା ପରେ ଠିକାଦାର ନିର୍ମାଣ ସାମଗ୍ରୀ ଧରି ଫେରାର ହୋଇଯାଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଯାଜପୁର ଓଏମ୍‌ବିଏଡିସି ସେଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ମୋ ସ୍କୁଲ ଅଭିଯାନରେ ଜିଲାର ୬୫ଟି ସ୍ମାର୍ଟ ସ୍କୁଲ ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ମଞ୍ଜୁର ହୋଇଛି। ତେବେ କୌଣସି ଟେଣ୍ଡର ନ କରି ବିଡିଓଙ୍କ ଜରିଆରେ ବ୍ୟୟ ଅଟକଳ ବାହାରେ ଯେନତେନ ପ୍ରକାରେ ପୁରୁଣା କାନ୍ଥରେ ନୂଆ ନିର୍ମାଣ କରି ସିଂହଭାଗ ଅର୍ଥ ଚଳୁ କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନାନୁଯାୟୀ, ଯାଜପୁର ଓଏମ୍‌ବିଏଡିସି ସେଲ୍‌ ପକ୍ଷରୁ ବଡ଼ଚଣା ବ୍ଲକରେ ୭, ବରୀରେ ୫, ବିଞ୍ଝାରପୁରରେ ୬, ଦାନଗଦିରେ ୪, ଦଶରଥପୁରରେ ୫, ଧର୍ମଶାଳାରେ ୬, ଯାଜପୁରରେ ୬, କୋରେଇରେ ୮, ରସୁଲପୁରରେ ୮ ଓ ସୁକିନ୍ଦା ବ୍ଲକରେ ୫ ଏବଂ ଯାଜପୁର ମ୍ୟୁନିସିପାଲିଟିରେ ୩ ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ୨ଟି ସ୍ମାର୍ଟ ସ୍କୁଲ ମୋ ସ୍କୁଲ ଅଭିଯାନରେ ନିର୍ମାଣ ହେଉଛି। ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଏହିସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ହୋଇଛି। ବ୍ୟୟ ଅଟକଳ ଅନୁଯାୟୀ ୫ ଲକ୍ଷ ଟଙ୍କା ଲେଖାଏଁ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ୧୦ ଲକ୍ଷ ଟଙ୍କାର ଫର୍ନିଚର, ୫ ଲକ୍ଷ ଟଙ୍କାରେ ଇ-ଲାଇବ୍ରେରି, ୪ ଲକ୍ଷ ଟଙ୍କାରେ ସାଇନ୍ସ ଲାବରେଟୋରି, ୩ ଲକ୍ଷ ଟଙ୍କାରେ ପାନୀୟ ଜଳ ସୁବିଧା, ଖେଳ ସାମଗ୍ରୀ ଓ ଇନ୍‌ଡୋର ଗେମ୍‌ ପାଇଁ ୨ ଲକ୍ଷ ଟଙ୍କା, ପରିସ୍ରାଗାର, ଖେଳପଡିଆର ଉନ୍ନତୀକରଣ, ବଗିଚା, କିଚେନ ଗାର୍ଡେନ, ପାଥୱେ ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଛି। ତେବେ କ୍ଷେତ୍ରପାଳ ହାଇସ୍କୁଲ, ଖଣ୍ଡିତର, ମଧୁପୁର, ଆଦମପୁର ଆଦି ହାଇସ୍କୁଲରେ ପୁରୁଣା କାନ୍ଥରେ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ହେଉଥିବା ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ବ୍ୟାସନଗର ମ୍ୟୁନିସିପାଲିଟିର ଶଶିଭୂଷଣ ବାଳିକା ବିଦ୍ୟାଳୟରେ ଗତ ୫ ତାରିଖରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପରିଦର୍ଶନ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ନଡିଆ ଗଛ କାଟି ପିଲର ପାଇଁ ଗାତ ଖୋଲା ହୋଇଥିଲା। ବାଲି, ଗେଟି, ମେଟାଲ ଆଦି ନିର୍ମାଣ ସାମଗ୍ରୀ ମଧ୍ୟ ସ୍କୁଲ ପରିସରରେ ସାଇତି ରଖାଯାଇଥିଲା। ହଠାତ୍‌ କୌଣସି ସୂଚନା ନ ଦେଇ ସୋମବାର ସମ୍ପୃକ୍ତ ଠିକାଦାର ଜଣକ ନିର୍ମାଣ ସାମଗ୍ରୀଗୁଡିକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରି ନେଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, କେଉଁ କାରଣରୁ ସେଠାରୁ ନିର୍ମାଣ ସାମଗ୍ରୀ ଉଠାଇ ନିଆଯାଇଛି ତାହା ସେ ଜାଣି ନାହାନ୍ତି। କିନ୍ତୁ ଯେଉଁଠାରେ ସ୍ମାର୍ଟ ସ୍କୁଲ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି ସେଠାରେ ନିଶ୍ଚିତ ଭାବେ ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ଓଏମ୍‌ବିଏଡିସି ଅର୍ଥକୁ ପାନୀୟ ଜଳ ଯୋଗାଣ, ଶିକ୍ଷା(ପ୍ରଶିକ୍ଷଣ ଏବଂ କୌଶଳ ବିକାଶ), ସ୍ବାସ୍ଥ୍ୟ(ଅଙ୍ଗନଓ୍ବାଡି କେନ୍ଦ୍ର ସମେତ), ଜୀବନ ଜୀବିକା, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri