Posted inଖେଳ

ୟୁରୋକପ୍‌ ଫୁଟ୍‌ବଲ: ଇଂଲଣ୍ଡ- ଡେନ୍‌ମାର୍କ ସେମିଫାଇନାଲ

ରୋମ,୫।୭: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଦୀର୍ଘ ୨୫ ବର୍ଷ ପରେ ସେମିଫାଇନାଲରେ ପହଞ୍ଚିଛି। ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୪-୦ ଗୋଲ ବୃହତ୍‌ ବ୍ୟବଧାନରେ ୟୁକ୍ରେନ୍‌କୁ ପରାସ୍ତ କରି ସେମିକୁ ଉଠିଛି। ଯୋଜନା ଅନୁଯାୟୀ ଇଂଲଣ୍ଡ ନିଜ ରଣନୀତିକୁ ସାକାର କରିବା ସହ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା। ଲଣ୍ଡନର ଓ୍ବିମ୍ବଲି ଷ୍ଟାଡିୟମରେ ୭ ତାରିଖ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡେନ୍‌ମାର୍କକୁ ଇଂଲଣ୍ଡ ଘରୋଇ ପରିବେଶରେ ଭେଟିବ। ଶନିବାର ଡେନ୍‌ମାର୍କ ବାକୁରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ଚେକ୍‌ଗଣରାଜ୍ୟକୁ ହରାଇ ସେମିକୁ ଉଠିଥିଲା। ପୂର୍ବରୁ ପ୍ରଥମ ସେମିରେ ଇଟାଲୀ ଓ ସ୍ପେନ୍‌ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ଏହି ନିର୍ଣ୍ଣାୟକ ମୁକାବିଲା ଓ୍ବିମ୍ବଲି ଷ୍ଟାଡିୟମରେ ୬ ତାରିଖ ମଙ୍ଗଳବାର ଖେଳାଯିବ। ଫାଇନାଲ ମ୍ୟାଚ୍‌ ମଧ୍ୟ ୧୧ ତାରିଖ ରବିବାର ଓ୍ବିମ୍ବଲିରେ ଖେଳାଯିବ।
ସମ୍ପୂର୍ଣ୍ଣ ଏହି ଏକପାଖିଆ ମୁକାବିଲାରେ ୨୭ ବର୍ଷୀୟ ତାରକା ଷ୍ଟ୍ରାଇକର ହ୍ୟାରି କେନ୍‌ ଇଂଲଣ୍ଡ ତରଫରୁ ଦୁଇଟି ଗୋଲ ସ୍କୋର କରିଥିଲେ। ଚତୁର୍ଥ ମିନିଟ୍‌ରେ ଗୋଲ ଦେଇ ସେ ପ୍ରଥମେ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ୪୬ତମ ମିନିଟ୍‌ରେ ସେଣ୍ଟର ବ୍ୟାକ୍‌ ହ୍ୟାରି ମାଗୁଇର ଗୋଲ ଦେଇ ଇଂଲଣ୍ଡକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାର ୪ ମିନିଟ୍‌ ପରେ ହ୍ୟାରି କେନ୍‌ ଆଉ ଏକ ଗୋଲ ଦେଇ ଇଂଲଣ୍ଡର ବିଜୟ ସମ୍ଭାବନାକୁ ଦୃଢ କରିଥିଲେ। ଶେଷରେ ୬୩ତମ ମିନିଟ୍‌ରେ ଅଭିଜ୍ଞ ମିଡ୍‌ଫିଲ୍ଡର ଜୋର୍ଡାନ ହାଣ୍ଡେରସନ ଅନ୍ତିମ ଗୋଲ ଦେଇ ଇଂଲଣ୍ଡକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ପ୍ରଥମଥର ପାଇଁ ୫୬ ବର୍ଷ ପରେ କୌଣସି ମେଜର ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟ ମୁକାବିଲାରେ ଇଂଲଣ୍ଡ ୪ଟି ଗୋଲ ସ୍କୋର କରିଛି। ପୂର୍ବରୁ ୧୯୬୬ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ୪-୨ ଗୋଲରେ ପଶ୍ଚିମ ଜର୍ମାନୀକୁ ହରାଇ ଘରୋଇ ପରିବେଶରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏହାପୂର୍ବରୁ ଇଂଲଣ୍ଡ ୧୯୯୬ରେ ଶେଷଥର ପାଇଁ ୟୁରୋକପ୍‌ ସେମିରେ ପ୍ରବେଶ କରିଥିଲା।
୨୦୧୮ ବିଶ୍ୱକପ୍‌ରେ କେନ୍‌ ୬ଟି ଗୋଲ ସ୍କୋର କରି ଗୋଲ୍ଡେନ ବୁଟ୍‌ ପୁରସ୍କାର ପାଇଥିଲେ। ଇଂଲଣ୍ଡ ଓ କେନ୍‌ଙ୍କ ପ୍ରଦର୍ଶନକୁ ୟୁକ୍ରେନ କୋଚ୍‌ ଆଣ୍ଡ୍ରି ଶେଭଚେଙ୍କୋ ପ୍ରଶଂସା କରିଛନ୍ତି। ବଲ ପଜେଶନ, ପାସ ଓ ପାସ୍‌ ଆକ୍ୟୁରେସିରେ ୟୁକ୍ରେନଠାରୁ ଇଂଲଣ୍ଡ ଯଥେଷ୍ଟ ଆଗରେ ଥିଲା। କେନ୍‌ ଏଥିସହ ଟୁର୍ନାମେଣ୍ଟରେ ୩ଟି ଗୋଲ ସ୍କୋର କରିଛନ୍ତି। ତେବେ ଲିଗ୍‌ ପର୍ଯ୍ୟାୟରେ ସେ ଗୋଲ କରିବାରେ ସଫଳ ହୋଇ ନ ଥିଲେ। ଅନ୍ୟପଟେ ଡେର୍ନ୍‌ମାକ ତା’ର ଦମ୍‌ଦାର ପ୍ରଦର୍ଶନ ବଜାୟ ରଖିଛି। କ୍ୱାର୍ଟରରେ ଚେକ୍‌ ଗଣରାଜ୍ୟକୁ ୨-୧ ଗୋଲରେ ହରାଇବା ପୂର୍ବରୁ ଡେନ୍‌ମାର୍କ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ରୁଷିଆକୁ ୪-୧ ଗୋଲରେ ଓ ପ୍ରି କ୍ୱାର୍ଟରରେ ଓ୍ବେଲ୍ସକୁ ୪-୦ ଗୋଲରେ ପରାସ୍ତ କରିଥିଲା। କ୍ରମାଗତ ୩ଟି ଦମ୍‌ଦାର ବିଜୟ ହାସଲ କରି ଡେନ୍‌ମାର୍କ ଜବରଦସ୍ତ ଫର୍ମରେ ଥିବାର ସୂଚନା ଦେଇଛି। ଓ୍ବିମ୍ବଲିରେ ଏବେ ଦୁଇଟି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଫଳରେ ଘରୋଇ ପରିବେଶରୁ ଫାଇଦା ଉଠାଇ ଇଂଲଣ୍ଡ ଏଥର ଟାଇଟଲ ହାସଲ କରିବାର ଅଧିକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri