ପ୍ରବାସୀ ଖୋଜୁଛି ସବୁଠୁ ଖୁସି ଦେଶ

ହେଲ୍‌ସିଙ୍କି,୨୩ା୬: ଫିନ୍‌ଲାଣ୍ଡକୁ ବିଶ୍ୱର ସବୁଠୁ ଖୁସି ଦେଶ ଭାବେ ଅଭିହିତ କରାଯାଇଥାଏ। ‘ଓ୍ବାଲର୍‌ଡ ହାପିନେସ୍‌ ରିପୋର୍ଟ’ରେ ଲଗାତର ସର୍ବାଗ୍ରେ ରହୁଥିବା ଏହି ଦେଶରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି। ତେଣୁ ଅନ୍ୟ ଦେଶଗୁଡ଼ିକରୁ ଲୋକଙ୍କୁ ଆଣି ଫିନ୍‌ଲାଣ୍ଡରେ ବସତି ସ୍ଥାପନର ସୁଯୋଗ ଦିଆଯାଉ ବୋଲି ସେଠାକାର ବାସିନ୍ଦା ଚାହଁ।ନ୍ତି।
ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ଧିମେଇ ଯାଇଥିବାରୁ ଚିନ୍ତା ବଢ଼ିଯାଇଛି। ଫିନ୍‌ଲାଣ୍ଡ ତନ୍ମଧ୍ୟରୁ ଅନ୍ୟତମ। ବୟସ୍କ ଜନସଂଖ୍ୟା ଦୃଷ୍ଟିରୁ ଜାପାନ ପରେ ଫିନ୍‌ଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦେଶର ଅଧିକାଂଶ ଲୋକଙ୍କ ବୟସ ବଢ଼ିଯାଇଛି। ବୟସାଧିକ କାରଣରୁ ସେମାନେ କାମ କରିବାକୁ ଅକ୍ଷମ ହୋଇଯାଇଥିବାରୁ ଅନ୍ୟମାନଙ୍କଠାରୁ ସହାୟତା ଆଶା କରୁଛନ୍ତି। କିନ୍ତୁ ଅନ୍ୟମାନେ ମଧ୍ୟ ବୃଦ୍ଧାବୃଦ୍ଧଙ୍କୁ ସହଯୋଗ କରିବା ଅବସ୍ଥାରେ ନାହାନ୍ତି। ଜାତିସଂଘ ପକ୍ଷରୁ ମିଳିଥିବା ସୂଚନାନୁସାରେ ୧୦୦ ଶ୍ରମଜୀବୀଙ୍କ ମଧ୍ୟରୁ ୩୯.୨ ଜଣଙ୍କ ବୟସ ୬୫ ବର୍ଷରୁ ଊର୍ଦ୍ଧ୍ୱ। ୨୦୩୦ ସୁଦ୍ଧା ଏଭଳି ଲୋକଙ୍କ ନିର୍ଭରଶୀଳତା ୪୭.୫%କୁ ବୃଦ୍ଧି ପାଇବ ବୋଲି ଜାତିସଂଘ ଆକଳନ କରିଛି। ପ୍ରାୟ ୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଫିନ୍‌ଲାଣ୍ଡର ସରକାର ଦେଶବାସୀଙ୍କୁ ଚେତାଇଛନ୍ତି ଯେ, ବାର୍ଷିକ ଇମିଗ୍ରେଶନକୁ ବଢ଼ାଇବାକୁ ପଡ଼ିବ। ସାଧାରଣ ସେବା ପ୍ରଦାନ ବଜାୟ ରଖିବାକୁ ହେଲେ ଅନ୍ୟ ଦେଶରୁ ବର୍ଷକୁ ଅନୂ୍ୟନ ୨୦,୦୦୦ରୁ ୩୦,୦୦୦ ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଆଣିବାକୁ ପଡ଼ିବ। ଫିନ୍‌ଲାଣ୍ଡ ସ୍ପେନ୍‌ରୁ ସ୍ବାସ୍ଥ୍ୟକର୍ମୀ, ସ୍ଲୋଭାକିଆରୁ ମେଟାଲ ଓ୍ବାର୍କର ଏବଂ ରୁଷିଆ ଓ ଭାରତରୁ ଆଇଟି ତଥା ମାରିଟାଇମ୍‌ ବିଶେଷଜ୍ଞଙ୍କୁ ଆଣିଥାଏ। କିନ୍ତୁ ନିକଟରେ ଏଦିଗରେ ନିଆଯାଇଥିବା କିଛି ପଦକ୍ଷେପ ସଫଳ ହୋଇନାହିଁ। କାରଣ ଅଧିକାଂଶ ପଶ୍ଚିମ ୟୁରୋପୀୟ ଦେଶରେ ପ୍ରବାସୀ ବିରୋଧୀ ମାନସିକତା ଓ ବାହାର ଲୋକଙ୍କୁ ନିଯୁକ୍ତି ଦେବାରେ ଅନାଗ୍ରହ ଭଳି ଅସୁବିଧା ରହିଛି। ଏପରି କି ନିର୍ବାଚନ ବେଳେ ସେମାନଙ୍କ ମତଦାନ ଅଧିକାରକୁ ମଧ୍ୟ ଅନେକେ ଗ୍ରହଣ କରି ନ ଥାଆନ୍ତି। ତେଣୁ ଅନ୍ୟ ଦେଶରୁ ସେଠାକୁ ଯାଇ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅନେକେ ଚାହିଁ ନ ପାରନ୍ତି। ୨୦୧୩ରେ ସ୍ପେନ୍‌ରୁ ୮ ଜଣ ନର୍ସଙ୍କୁ ଫିନ୍‌ଲାଣ୍ଡର ଭାସ ସହରକୁ କାମ କରିବା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ସେଠାକାର ଆକାଶଛୁଆଁ ଦରଦାମ, ଅତ୍ୟଧିକ ଶୀତ ଓ ଜଟିଳ ଭାଷା ଯୋଗୁ ଛାଡ଼ି ଚାଲିଯାଇଥିଲେ।
ପ୍ରକାଶ ଯେ ଫିନ୍‌ଲାଣ୍ଡ ହେଉଛି ୟୁରୋପୀୟ ସଂଘର ଏକ ସଦସ୍ୟ। ୧୯୧୭ ପର୍ଯ୍ୟନ୍ତ ସେଠାରେ ରୁଷିଆର ଶାସନ ଚାଲିଥିଲା। ରୁଷିଆ ବିପ୍ଳବ ପରେ ଏହି ଦେଶ ନିଜକୁ ସ୍ବାଧୀନ ଘୋଷଣା କରିଥିଲା। ଲିଙ୍ଗଗତ ସମାନତା କ୍ଷେତ୍ରରେ ଫିନ୍‌ଲାଣ୍ଡ ସବୁଠୁ ଆଗରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri