ଚାକିରି ଆଳରେ ଠକେଇ ର଼୍ୟାକେଟ ସକ୍ରିୟ

ଭୁବନେଶ୍ୱର,୨୦।୬(ବ୍ୟୁରୋ): କରୋନା କାଳରେ ଆଉଏକ କାଳ ସାଜିଛି ଠକେଇ। ପାଦେ ପାଦେ ସତର୍କ ନ ରହିଲେ ଠକଙ୍କ ଫାଶରେ ପଡ଼ିବା ନିଶ୍ଚିତ। ଅନେକେ ଚାକିରି ଓ ରୋଜଗାର ହରାଇ ଘରେ ବସିଛନ୍ତି। ବେକାର ଛାତ୍ରୀଛାତ୍ର ଚାକିରି ଅନ୍ବେଷଣରେ ରହୁଛନ୍ତି। ଏହା ଠକଙ୍କ ପାଇଁ ବଡ଼ ସୁଯୋଗ ପାଲଟିଛି। ଚାକିରି ଆଳରେ ଏକାଧିକ ଠକେଇ ର଼୍ୟାକେଟ ରାଜ୍ୟରେ ସକ୍ରିୟ ରହିଛି। ଫେକ୍‌ ଓ୍ବେବ୍‌ସାଇଟ୍‌ ଓ ଖବରକାଗଜରେ ବିଜ୍ଞାପନ ଦେଇ ବେକାର ଛାତ୍ରୀଛାତ୍ରଙ୍କୁ ନିଜ ଜାଲରେ ଫସାଉଛନ୍ତି। କିଛିଦିନ ହେବ ଓଡ଼ିଶାର ବିଭିନ୍ନ ଜିଲାର ବ୍ଲକ୍‌ ଓ ତହସିଲ ସ୍ତରରେ ଚାକିରି ନେଇ ଖବରକାଗଜ ଓ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଉଛି। ଯେଉଁଥିରେ ଲେଖାଯାଉଛି କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ଚାକିରି ପ୍ରଦାନ କରାଯାଉଛି। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ସରକାରୀ ଲୋଗୋ ମଧ୍ୟ ବ୍ୟବହାର କରାଯାଉଛି। ଡ୍ରାଇଭର, କମ୍ପ୍ୟୁଟର ଅପରେଟର, ଡାକ୍ତର, ସହାୟକ, ନର୍ସ ଓ ଷ୍ଟୋର୍‌କିପର ଆଦି ବିଭିନ୍ନ ପଦ ପାଇଁ ଲୋଭନୀୟ ଦରମା ମଧ୍ୟ ରଖାଯାଉଛି। ଡ୍ରାଇଭର ଓ କମ୍ପ୍ୟୁଟର ଅପରେଟର ଭଳି ପଦ ପାଇଁ ୨୫ରୁ ୫୦ ହଜାର ଦରମା ଦିଆଯାଇ ବେକାରମାନଙ୍କୁ ଫସାଉଛନ୍ତି। ପରବର୍ତ୍ତୀ ସମୟରେ ଚାକିରି ଆଶାରେ ରାଜ୍ୟର ବହୁ ବେକାର ଯୁବତୀଯୁବକ ଠକେଇର ଶିକାର ହେଉଥିବା ନଜିର ରହିଛି। ଏଭଳି ର଼୍ୟାକେଟ୍‌ ମୁଖ୍ୟତଃ ରାଜ୍ୟ ବାହାରୁ ଅପରେଟ୍‌ କରାଯାଉଥିବା ସୂଚନା ମିଳିଛି। ଏଭଳି କେତେକ ବିଜ୍ଞାପନକୁ ନେଇ ଧରିତ୍ରୀ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ବିଜ୍ଞାପନରେ ଲେଖାଯାଇଥିବା ତଥ୍ୟ ଓ ଓ୍ବେବ୍‌ସାଇଟ୍‌ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। ଯାଞ୍ଚବେଳେ ଏହି ଓ୍ବେବ୍‌ସାଇଟ୍‌ଗୁଡ଼ିକ ଅଳ୍ପ କିଛିଦିନ ମଧ୍ୟରେ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି। ଅଧିକାଂଶ ଓ୍ବେବ୍‌ସାଇଟ୍‌ ମୁଖ୍ୟତଃ ଦିଲ୍ଲୀ ଓ ହରିୟାଣାରୁ କାର୍ଯ୍ୟ କରୁଥିବାରୁ ଓ ଯୋଗାଯୋଗ ସମ୍ଭବ ହେଉ ନ ଥିବାରୁ ସନ୍ଦେହ ବଢ଼ୁଛି। ପୂର୍ବରୁ ଦିଲ୍ଲୀ ପୋଲିସ ଏଭଳି ର଼୍ୟାକେଟ୍‌ର ତଦନ୍ତ କରି ସମ୍ପୃକ୍ତ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଗତ କିଛିଦିନ ମଧ୍ୟରେ ଓଡ଼ିଶାରେ ଅନେକ ଛାତ୍ରୀଛାତ୍ର ଏହି ର଼୍ୟାକେଟ୍‌ ଦ୍ୱାରା ଠକେଇର ଶିକାର ହୋଇଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଧରିପାରି ନାହିଁ।

ଠକମାନେ ଦେଉଥିବା ଅଧିକାଂଶ ବିଜ୍ଞାପନରେ କୌଣସି ଫୋନ ନମ୍ବର କିମ୍ବା ଅଫିସ୍‌ ଠିକଣା ପ୍ରଦାନ କରାଯାଉନାହିଁ। କେବଳ ଓ୍ବେବ୍‌ସାଇଟ୍‌ ଦିଆଯାଉଛି। ଏହାକୁ ଖୋଲିଲେ ବିଭିନ୍ନ ଚାକିରି ପାଇଁ ପଞ୍ଜୀକରଣ କରିବାକୁ କୁହାଯାଉଛି। ଆବଶ୍ୟକ ତଥ୍ୟ ଦେବା ପରେ ଇମଲେ୍‌ ଓ ଫୋନ୍‌ ନମ୍ବରକୁ ଆବେଦନ ସମାପ୍ତ ହୋଇଥିବା ଏକ ମେସେଜ ଆସୁଛି। ଏହାର କିଛିଦିନ ପରେ ଆପଣ ଆବେଦନ କରିଥିବା ଚାକିରି ପାଇଁ ମନୋନୀତ ହୋଇଥିବାର ଏକ ମେସେଜ ଆସୁଛି। ଏଥିସହ ଏକ ଅଜଣା ନମ୍ବରରୁ କେହି ଜଣେ କଲ୍‌ କରି ଚାକିରି ପାଇଁ ମନୋନୀତ ହୋଇଥିବା କଥା କହି ନାନା ଦରମା ସହ ଲୋଭନୀୟ ସୁବିଧା କଥା କହିଥାନ୍ତି। ଆବେଦନକାରୀଙ୍କର ଯେପରି କିଛି ସନ୍ଦେହ ନ ହେବ, ସେଥିପାଇଁ ଠକମାନେ ପ୍ରୋସେସିଂ ଓ ଅନ୍ୟ ଫି’ ବାବଦକୁ ପ୍ରଥମେ ଅଳ୍ପ କିଛି ଟଙ୍କା ଦାବି କରୁଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ଆଳରେ ଚାକିରି ଆଶାୟୀଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ଠକିନେଇ ଆଉ ଧରାଛୁଆଁ ଦେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri