Posted inଖେଳ

ବିଜେନ୍ଦର-ଲୋପସାନ ମୁକାବିଲା

ନୂଆଦିଲ୍ଲୀ, ୧୩ା୩(ପି.ଟି.)- କୋଭିଡ୍‌ ପାଇଁ ଏକବର୍ଷ ପରେ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ଭାରତର ପ୍ରଫେସନାଲ ବକ୍ସର ବିଜେନ୍ଦର ସିଂ। ଚଳିତ ମାସ ୧୯ରେ ଏକ ସୁପର ମିଡ୍‌ଲଓ୍ବେଟ୍‌ (୭୬କେଜି) ମୁକାବିଲାରେ ସେ ରୁଷିଆର ଆର୍ତ୍ତିସ ଲୋପସାନ୍‌ଙ୍କୁ ଭେଟିବେ। ଏହି ଲଢେଇ ଗୋଆର ପଣଜୀସ୍ଥିତ ମାଜେଷ୍ଟି ପ୍ରାଇଡ୍‌ କ୍ୟାସିନୋଶିପ୍‌ ରୁଫ୍‌ଟପ୍‌ରେ ହେବ। ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ବିଜେତା ଜୟ ଭଗଓ୍ବାନ ବର୍ତ୍ତମାନ ବିଜେନ୍ଦରଙ୍କୁ ଟ୍ରେନିଂରେ ସହାୟତା କରୁଛନ୍ତି। ଏହାଛଡ଼ା ଭାରତୀୟ ବକ୍ସର ତାଙ୍କ ବ୍ରିଟିଶ ଟ୍ରେନର ଲି’ ବିୟର୍ଡଙ୍କ ସହିତ ଅନ୍‌ଲାଇନ୍‌ ଯୋଗାଯୋଗରେ ରହିଛନ୍ତି। ୨୬ ବର୍ଷୀୟ ଲୋସାନ ଏପର୍ଯ୍ୟନ୍ତ ୬ଟି ପ୍ରଫେସନାଲ ବାଉଟ୍‌ରେ ଲଢେଇ କରିଛନ୍ତି। ଦୁଇ ନକ୍‌ ଆଉଟ ସମେତ ସେ ୪ଟିରେ ବିଜୟ ହାସଲ କରିଛନ୍ତି। ଶେଷ ଥର ସେ ୨୦୨୦ ଡିସେମ୍ବରରେ ନିଜ ଦେଶର ୟୁସୁପ୍‌ ମାଗୋମେଦ୍‌ବେକୋଭଙ୍କ ସହ ମୁକାବିଲା କରିଥିଲେ। ଏଥିରେ ସେ ଟେକ୍‌ନିକାଲ ନକ୍‌ଆଉଟରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ବିଜେନ୍ଦର ତାଙ୍କ ପ୍ରଫେସନାଲ କ୍ୟାରିୟରରେ ଏପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ସେ ୧୨ଟି ଯାକ ମୁକାବିଲାରେ ବିଜୟ ଲାଭ କରିଥିବାବେଳେ ତନ୍ମଧ୍ୟରେ ୮ଟି ନକ୍‌ଆଉଟ ରହିଛି। ୨୦୦୮ ବେଜିଂ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ୨୦୧୯ ନଭେମ୍ବରରେ ଦୁବାଇରେ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ଚାଲର୍‌ସ ଆଡାମୁଙ୍କୁ ପରାସ୍ତ କରି ତାଙ୍କ ୧୨ତମ କ୍ରମାଗତ ବିଜୟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri