Posted inଖେଳ

ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ: ପୁରୁଷ ବର୍ଗରେ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ଭଲିବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସାଧାରଣ ସମ୍ପାଦକ ଅନିଲ ଚୌଧୁରୀ, ଭିଏଫ୍‌ଆଇ ବରିଷ୍ଠ ଉପସଭାପତି ତଥା କଣ୍ଟ୍ରୋଲ କମିଟି ଅଧ୍ୟକ୍ଷ ରଥିନ ରାୟ, ଏମ୍‌ପି ତଥା ଭିଏଫ୍‌ଆଇ ଅଧ୍ୟକ୍ଷ ଏବଂ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍‌ଆଇ ଯୁଗ୍ମ ସମ୍ପାଦକ ଓ ଓଡ଼ିଶା ଭଲିବଲ୍‌ ଆସୋସିଏଶନ ସାଧାରଣ ସମ୍ପାଦକ ତଥା କିଟ୍‌ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଏହି ଚାମ୍ପିୟନଶିପ୍‌ରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳି ଓ ଅଫିସିଆଲଙ୍କ ଉପସ୍ଥିତିରେ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉଦ୍‌ଘାଟନୀ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଭାରତୀୟ ଭଲିବଲ୍‌ ଇତିହାସରେ ଓଡ଼ିଶା ପ୍ରଥମଥର ପାଇଁ ଲଗାତର ଦୁଇଥର ଏହି ଚାମ୍ପିୟନଶିପ୍‌ ଆୟୋଜନ କରୁଛି। ଏହାପୂର୍ବରୁ ଗତବର୍ଷ ଚାମ୍ପିୟନଶିପ୍‌ର ୬୮ତମ ସଂସ୍କରଣ ସଫଳତାର ସହ କିଟ୍‌ରେ ଆୟୋଜିତ ହୋଇଥିଲା। ପ୍ରଥମଥର ଲାଗି ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ କୋର୍ଟରେ ମ୍ୟାଚ୍‌ଗୁଡିକ ଆୟୋଜିତ ହେବ। ଏହି ଚାମ୍ପିୟନଶିପ୍‌ ମାଧ୍ୟମରେ ନିକଟରେ ଆୟୋଜନ ହେବାକୁ ଥିବା ଏସିଆନ ଚାମ୍ପିୟନଶିପ୍‌ ଓ ଅନ୍ୟ ଅନ୍ତର୍ଜାତୀୟ ମିଟ୍‌ରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ଇଭେଣ୍ଟ ଆୟୋଜନ କରାଯାଉଛି। ପ୍ରଥମ ଦିବସରେ ପୁରୁଷ ବିଭାଗରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଓ ମହିଳା ବିଭାଗରେ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ପୂର୍ବରୁ ଏକାଧିକ ଜାତୀୟ ଭଲିବଲ୍‌ ଚାମ୍ପିୟନଶିପ୍‌ ସଫଳତା ସହ ଆୟୋଜିତ ହୋଇଛି। ପୂର୍ବରୁ ଓଡ଼ିଶାରେ ୨୦୦୯ରେ ୩୬ତମ ଜୁନିୟର ଭଲିବଲ ଚାମ୍ପିୟନଶିପ୍‌, ୨୦୧୯ରେ ୪୧ତମ ଜାତୀୟ ସବ୍‌ଜୁନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ ଆୟୋଜନ ହୋଇଛି।
ପୁରୁଷ ବର୍ଗରେ ଓଡ଼ିଶା ଉଦ୍‌ଘାଟନୀ ମ୍ୟାଚ୍‌ରେ ୩-୦ରେ ମଧ୍ୟପ୍ରଦେଶକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ୨୫-୨୦, ୨୫-୨୦, ୨୮- ୨୬ରେ ମଧ୍ୟପ୍ରଦେଶକୁ ହରାଇଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ପଶ୍ଚିମବଙ୍ଗ ୩-୦ରେ ଦିଲ୍ଲୀକୁ ହରାଇଛି। ତୃତୀୟ ମ୍ୟାଚ୍‌ରେ ଛତିଶଗଡ଼ ପୁରୁଷ ଦଳ ୩-୦ରେ ଲଦାଖକୁ ହରାଇ ଅଭିଯାନ ଆରମ୍ଭ କରିଛି। ମହିଳା ବିଭାଗରେ କିନ୍ତୁ ଓଡ଼ିଶା ଏହାର ପ୍ରଥମ ମ୍ୟାଚ ହାରି ଯାଇଛି। କଡ଼ା ସଂଘର୍ଷ ପରେ ଓଡ଼ିଶା ଦଳ ରାଜସ୍ଥାନଠାରୁ ୧୯-୨୫, ୨୫-୯, ୧୭-୨୫, ୨୫-୧୮ ଓ ୧୪-୧୬ ପଏଣ୍ଟରେ ପରାସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri