Posted inଫୁରସତ

କପେ ଚା’କୁ ୧୦୦୦ ଟଙ୍କା, ପିଇଲେ କହିବେ…

ବଜାରରେ ଉପଲବ୍ଧ ହୋଇଥାଏ ଭଳିକି ଭଳି ଚା’। ଅଦା ଚା’, ଲବଙ୍ଗ ଚା’ ଠାରୁ ଆରମ୍ଭ କରି ମସଲା ଚା’ ପର୍ଯ୍ୟନ୍ତ, ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ପରସି ଦିଅନ୍ତି ଦୋକାନୀ। ଏହାର ଗୋଟିଏ କପ୍‌ର ମୂଲ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଥାଏ। କେଉଁଠି ୬ ଟଙ୍କା ଦେଇ ତ କେଉଁ ୧୦,୧୫ ନଚେତ ୨୦ ଟଙ୍କା ଦେଇ ଚା’ ପିଇଥାନ୍ତି ଲୋକେ। ହେଲେ ଯଦି ଆମେ କହୁ ୧ହଜାର ଟଙ୍କିଆ ଚା’ ପିଇବେ? ଆପଣ ଉତ୍ତର ଦେଇ ପାରନ୍ତି ଚା’ ପିଆଇବ ନା ସୁନା।

ପଶ୍ଚିମବଙ୍ଗର କୋଲକାତାରେ ଗୋଟିଏ କପ୍‌ ଚା’ ୧ହଜାର ଟଙ୍କାରେ ବିକ୍ରି ହେଉଛି। ଏହି ଚା’ର ନାମ ରହିଛି ‘ବୋ-ଲେ’। ଏହି ଖାସ୍‌ ଚା’ର ପତି ବି ସ୍ବତନ୍ତ୍ର। କାରଣ ଏକ କିଗ୍ରା ଚା’ ପତିର ଦାମ୍‌ ୩ ଲକ୍ଷ ଟଙ୍କା ।

୭ ବର୍ଷ ପୂର୍ବେ କୋଲକାତାରେ ରହୁଥିବା ପାର୍ଥ ପ୍ରତିମ୍‌ ଗାଙ୍ଗୁଲୀ ନିଜର ଚା’ ଷ୍ଟଲ(ନିର୍ଜାସ) ଆରମ୍ଭ କରିଥିଲେ। ଏଠାରେ ସେ ଭଳିକି ଭଳି ଚା’ ବିକ୍ରି କରିଥାନ୍ତି। ସେଥିରେ ରହିଛି ସିଲ୍‌ଭର ନିଡଲ ବାଇଟ୍‌ ଟି, ଲେଭେଣ୍ଡର ଟି, ହିବିସ୍‌କସ୍‌ ଟି, ଓ୍ବାଇନ୍‌ ଟି, ତୁଲସୀ ଜିଞ୍ଜର ଟି ଆଦି।

ଚା’ ଦୋକାନ କରିବା ପୂର୍ବରୁ ପ୍ରତିମ ଏକ କମ୍ପାନୀରେ କାମ କରୁଥିଲେ। ହେଲେ ସେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି ଯୋଜନା ପ୍ରସ୍ତୁତ କରିଥିଲେ। ସେତେବେଳେ ଚା’ର ଷ୍ଟଲ କରିବାକୁ ସେ ବିଚାର କରିଥିଲେ। ନିଜ ଟି’ ଷ୍ଟଲରେ ସେ ୧୦ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ଦାମ୍‌ର ଚା’ ଗ୍ରାହକଙ୍କୁ ପରସିଥାନ୍ତି। ତାଙ୍କ ଦୋକାନର ଚା’ ଏବେ ବେଶ ପ୍ରସିଦ୍ଧ ହୋଇଥିବା ବେଳେ କପେ ଚା’ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri