Posted inଫୁରସତ

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଏବେ ଭାଲେଣ୍ଟାଇନ୍‌ ସପ୍ତାହ ଜାରି ରହିଛି। ଏହା ପ୍ରେମୀଯୁଗଳଙ୍କୁ ପ୍ରେମର ପରିଭାଷା ସମ୍ପର୍କରେ ଅବଗତ କରାଇଥାଏ। ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ ବୟସର ପୁଅଙ୍କୁ ଜୀବନସାଥୀ ଭାବେ ବସନ୍ଦ କରୁଥିବାର ବହୁ ନଜିର ରହିଛି। ଏଭଳି କେତେକ ଯୋଡ଼ା ହେଉଛନ୍ତି:

ଐଶ୍ୱର୍ଯ୍ୟା -ଅଭିଷେକ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ବୟସର ତାରତମ୍ୟ ରହିଛି। ଅଭିଷେକ ଐଶଙ୍କ ଠାରୁ ବୟସରେ ୩ ବର୍ଷ ସାନ । ୨୦ ଏପ୍ରିଲ ୨୦୦୭ରେ ଏମାନଙ୍କ ବିବାହ ହୋଇଥିଲା।

ପ୍ରିୟଙ୍କା-ନିକ ଜୋନସ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନିକ ଜୋନସ୍‌ଙ୍କୁ୍ଚ ବର୍ଷ ବୟସ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ଡେଟିଂ ଏହା ବିବାହର ରୂପ ନେଇଥିଲା।

ସୋହା-କୁନାଲ: ସୋହା ଅଲ୍ଲୀ ଖାଁ ଓ କୁନାଲ ଖେମୁ ୨୦୧୫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋହାଙ୍କୁ ସେତେବେଳେ ୩୯ ବର୍ଷ ହୋଇଥିବା ବେଳେ କୁନାଲଙ୍କୁ ୩୫ ବର୍ଷ ହୋଇଥିଲା । କୁନାଲ ଓ ସୋହା ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ଲିଭ-ଇନ-ରିଲେସନ୍‌ରେ ରହିଥିଲେ ।

ବିପାଶା-କରଣ: ବଲିଉଡ୍‌ରେ ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ବିପାଶା ବସୁ । ୨୦୧୬ରେ ସେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ଏହି ଯୋଡି ’ଏଲୋନ’ ଫିଲ୍ମରେ ଏକା ସଙ୍ଗେ କାମ କରିଥିଲେ ଓ ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ବଢିଥିଲା । ବିପାଶା କରଣଙ୍କ ଠାରୁ ୩ ବର୍ଷ ବଡ।

ମଲାଇକା-ଅର୍ଜୁନ: ମଲାଇକା ଓ ଅର୍ଜୁନଙ୍କ ମଧ୍ୟରେ ଦୋସ୍ତି ବହୁତ ପୁରୁଣା । ମଲାଇକା ଓ ଅର୍ଜୁନଙ୍କୁ ପ୍ରାୟତଃ ଏକତ୍ର ଦେଖିବାକୁ ମିଳିଥାଏ। ତେବେ ଏ ଦୁଇଜଣଙ୍କ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହେବାର କାରଣ ସେମାନଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟ। ମଲାଇକାଙ୍କ ବୟସ ୪୫ ଟପି ସାରିଥିବା ବେଳେ ଅର୍ଜୁନଙ୍କ ବୟସ ୩୩ ।

ଫାରହା-ଶିରିଶ: କୋରିଓଗ୍ରାଫରରୁ ଫିଲ୍ମ ଅଭିନେତ୍ରୀରୁ ନିର୍ଦ୍ଦେଶକା ପାଲଟିଥିବା ଫାରହା ଖାଁ ଶିରିଶ କୁନ୍ଦରଙ୍କୁ ବିବାହ କରିଛନ୍ତି। । ଶିରିଶ ଫାରହାଙ୍କ ଠାରୁ ୮ବର୍ଷ ସାନ ।

 


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri