ସେଲ୍‌ରୁ ୧୦% ଅଂଶଧନ ଖସାଇବେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌)ରୁ ସରକାର ୧୦% ଅଂଶଧନ ଖସାଇବେ। ଏ ନେଇ ପ୍ରସ୍ତାବ ଦିଆଯାଇଥିବା ସରକାର ବୁଧବାର ସୂଚନା ଦେଇଛନ୍ତି। ଏଥିଲାଗି ଅଫର ଫର୍‌ ସେଲ୍‌ (ଓଏଫ୍‌ଏସ୍‌) ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଣ ରିଟେଲ ନିବେଶକଙ୍କ ଲାଗି ଓଏଫ୍‌ଏସ୍‌ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ରିଟେଲ ନିବେଶକ ମାନେ ଏଥିରେ ଭାଗ ନେଇପାରିବେ। କେନ୍ଦ୍ର ସରକାର ୫% ଇକ୍ୱିଟି ଅଂଶଧନ ପୁଞ୍ଜି ପ୍ରତ୍ୟାହାର କରିବାକୁ ଥିବା ବେଳେ ୫% ଗ୍ରୀନ୍‌ସୋ ବିକଳ୍ପ ବାଛିବେ ବୋଲି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।
ସେଲ୍‌ରେ ସରକାରଙ୍କର ୭୫% ଅଂଶଧନ ରହିଛି। ଏହା ପୂର୍ବରୁ ୫% ଅଂଶଧନକୁ ସରକାର ଖସାଇଥିଲେ। ବର୍ତ୍ତମାନ ଜାରି ହୋଇଥିବା ଓଏଫ୍‌ଏସ୍‌ ଫ୍ଲୋର ପ୍ରାଇସ ଇକ୍ୱିଟି ଶେୟାର ପିଛା ୬୪ ଟଙ୍କା ରହିଥିବା ସଂସ୍ଥା ପକ୍ଷରୁ ରେଗୁଲେଟୋରି ଫାଇଲିଂରେ ସୂଚନା ଦିଆଯାଇଛି। ମୋଟ ୪୧.୩ କୋଟି ଶେୟାର ଲାଗି ଓଏଫ୍‌ଏସ୍‌ ଜାରି କରାଯାଇଛି। ଏହାଦ୍ୱାରା ସରକାର ମୋଟ ୨,୬୬୪ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଅଂଶଧନ ବିକ୍ରିରୁ ୨.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖାଯାଇଛି। ସେଲ୍‌ର ଏହି ଓଏଫ୍‌ଏସ୍‌ ଏଥିରେ ଯୋଗଦାନ ରଖିପାରିବ। ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ମଧ୍ୟରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଂଶଧନ ବିକ୍ରିରୁ ୧.୨୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ମଧ୍ୟ ସାମିଲ ରହିଛି। ସେହିଭଳି ବଳକା ୯୦ ହଜାର କୋଟି ଆର୍ଥତ୍କ ପ୍ରତିଷ୍ଠାନଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ନେଇ ଲକ୍ଷ୍ୟ ରଖାଯାଇଛି।
ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଲାଗି ଇଣ୍ଡିଆନ ରେଲଓ୍ବେ ଫାଇନାନ୍ସ କର୍ପୋରେଶନ (ଆଇଆର୍‌ଏଫ୍‌ସି) ଆଇପିଓ ଦ୍ୱାରା ୪,୬୦୦ କୋଟି ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଦୀପମ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସରକାର ବର୍ତ୍ତମାନ ସୁଦ୍ଧା ୨୮,୨୯୮ କୋଟି ଟଙ୍କା ସଂଗ୍ରହ କରିସାରିଛନ୍ତି। ସରକାର ତାଙ୍କ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣ କରିବେ ନାହିଁ ବୋଲି କୁହାଯାଉଛି। ସେହିଭଳି ବିତ୍ତୀୟ ନିଅଣ୍ଟ ମଧ୍ୟ ଚିନ୍ତାର କାରଣ ପାଲଟିଛି। କୋଭିଡ୍‌ ଯୋଗୁ ଭାରତ ପେଟ୍ରୋଲିୟମର ଘରୋଇକରଣକୁ ଆସନ୍ତା ଆର୍ଥତ୍କ ବର୍ଷକୁ ଘୁଞ୍ଚାଯାଇଛି। ସେହିଭଳି ମହାମାରୀ ଯୋଗୁ ରାଜସ୍ବ ସଂଗ୍ରହ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri