Posted inଖେଳ

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି

ମେଲବୋର୍ନ, ୨୪।୧୨(ପି.ଟି.)- ପ୍ରଥମ ଟେଷ୍ଟର ଲଜ୍ଜାଜନକ ପ୍ରଦର୍ଶନକୁ ପଛରେ ପକାଇ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ବୁଧବାର ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଅଧିନାୟକ ବିରାଟ କୋହଲି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ମହମ୍ମଦ ସାମି ଆହତ ହୋଇଛନ୍ତି। ତେଣୁ ଏକାଧିକ ପରିବର୍ତ୍ତନ ସହ ଭାରତ ବକ୍ସିଂ ଡେ’ ଟେଷ୍ଟ ପାଇଁ ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ ହୋଇଛି। ଶୁବମନ ଗିଲ୍‌ ନେଟ୍ସରେ ଭଲ ଟଚ୍‌ରେ ଥିବା ପରିଲକ୍ଷିତ ହୋଇଛି। ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚରେ ଗିଲ୍‌ ଦୁଇ ଇନିଂସରେ ୪୩ ଓ ୬୫ ରନ କରିଥିଲେ ହେଁ ପ୍ରଥମ ଟେଷ୍ଟ ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। ନେଟ୍ସରେ ଗିଲ୍‌ଙ୍କ ସହ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଦୀର୍ଘସମୟ ଅଭ୍ୟାସ କରିଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଏ ଦୁହେଁ ଓପନିଂ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ଆଶା କରାଯାଉଛି।
୨୧ ବର୍ଷୀୟ ଗିଲ୍‌ ରଣଜୀ ଟ୍ରଫିରେ ପଞ୍ଜାବ ପକ୍ଷରୁ ଇନିଂସ ଓପନ କରିଥାନ୍ତି। ତେଣୁ ଫର୍ମରେ ନ ଥିବା ପୃଥ୍ବୀ ଶ’ଙ୍କ ସ୍ଥାନରେ ତାଙ୍କୁ ନିଆ ଯାଇପାରେ। ପ୍ରଥମ ଟେଷ୍ଟରେ ପୃଥ୍ବୀଙ୍କ ଅବଦାନ ଯଥାକ୍ରମେ ୦ ଓ ୪ ରହିଥିଲା। ଓପନିଂ ସ୍ଥାନ ପାଇଁ ଅନ୍ୟତମ ଦାବିଦାର ଲୋକେଶ ରାହୁଲ ମଧ୍ୟ ଦୀର୍ଘସମୟ ବ୍ୟାଟିଂ କରିଥିବା ପରିକ୍ଷଲିତ ହୋଇଥିଲା। ରାହୁଲଙ୍କ ଓପନିଂ ସପକ୍ଷରେ ମତ ଦେଇଥିଲେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। କନ୍‌କସନ ପାଇଁ ପ୍ରଥମ ଟେଷ୍ଟ ଖେଳିପାରି ନ ଥିବାର ସ୍ପିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନେଟ୍ସରେ ଅନେକ ସମୟ ବିତାଇଥିଲେ। ସେ ନିଜ ସୌରାଷ୍ଟ୍ର ଟିମ୍‌ ମେଟ୍‌ ଚେତେଶ୍ୱର ପୂଜାରାଙ୍କୁ ଲଙ୍ଗ ସ୍ପେଲ୍‌ ବୋଲିଂ କରିବାପରେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାଟିଂ କରିଥିଲେ। ତେଣୁ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ଏହାର ସର୍ବନିମ୍ନ ସ୍କୋର ୩୬ ରନରେ ଅଲ୍‌ଆଉଟ ହେବାସହ ୮ ଉଇକେଟରେ ପରାଜିତ ହୋଇଥିଲା।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ ସେସନ ପୂର୍ବରୁ ଖେଳାଳିମାନେ ଏକ ସର୍କଲରେ ଛିଡ଼ା ହୋଇଥିବାବେଳେ କୋଚ୍‌ ରବି ଶାସ୍ତ୍ରୀ ନିଜ ମତ ରଖିଥିଲେ। ” ଆମେ ଏବେ ମେଲବୋର୍ନରେ ପହଞ୍ଚତ୍ଛେ ଏବଂ ରେଡ୍‌-ବଲ୍‌ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ପୁନଃ ଏକତ୍ରିତ ହେବାର ସମୟ ଆସିଛି ଟିମ୍‌ ଇଣ୍ଡିଆ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ରିଦ୍ଧିମାନ ଶାହାଙ୍କ ପୂର୍ବରୁ ନେଟ୍ସକୁ ଆସିଥିବା ରିଷଭ ପନ୍ତଙ୍କ ସହ ଶାସ୍ତ୍ରୀ କିଛି ସମୟ କଥା ହୋଇଥିଲେ। ଓ୍ବାର୍ମଅପ୍‌ ମ୍ୟାଚରେ ୭୩ ବଲ୍‌ରୁ ଦ୍ରୁତ ୧୦୩ ରନ ସଂଗ୍ରହ କରିଥିବା ପନ୍ତ ଆଗାମୀ ଟେଷ୍ଟରେ ଉଇକେଟ କିପିଂ କରିପାରନ୍ତି। ତେବେ ଅନେକ ରିଦ୍ଧିମାନଙ୍କୁ ଅଧିକ ସୁଯୋଗ ମିଳିବା ସପକ୍ଷରେ ମତ ଦେଇଛନ୍ତି। ହାତ ଭାଙ୍ଗିଥିବାରୁ ମହମ୍ମଦ ସାମି ସିରିଜର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତେଣୁ ରାହାନେଙ୍କୁ ମହମ୍ମଦ ସିରାଜ ଓ ନବଦୀପ ସଇନୀ ବୋଲିଂ କରିଥିଲେ। ଏ ଦୁଇଜଣଙ୍କ ସହ ଶାର୍ଦ୍ଦୁଳ ଠାକୁର ତୃତୀୟ ପେସର ଦୌଡ଼ରେ ରହିଛନ୍ତି। ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଯୁବ ଓପନର ପୃଥ୍ବୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଆଡିଲେଡ୍‌ରେ ଖରାପ ପ୍ରଦର୍ଶନ କରିଥିବାରୁ ସେ ସ୍ଥାନ ବଜାୟ ରଖିବା ପାଇଁ ଅତ୍ୟଧିକ ଚାପରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri