Posted inଜାତୀୟ

ଗୋଆରେ ଗୋମାଂସ ସଙ୍କଟ

ମୁମ୍ବାଇ,୨୧।୧୨: ଗୋଆରେ ଖ୍ରୀଷ୍ଟମାସ୍‌ ପାଳନ ବେଳେ ମୁଖ୍ୟ ବ୍ୟଞ୍ଜନ ଭାବେ ବିଫ୍‌ (ଗୋମାଂସ) ପରିବେଷଣ କରାଯାଇଥାଏ। ଏଥର ଖ୍ରୀଷ୍ଟମାସ୍‌ ପୂର୍ବରୁ ସେଠାରେ ଗୋମାଂସ ସଙ୍କଟ ଗୋଆବାସୀଙ୍କୁ ଚିନ୍ତାରେ ପକାଇଦେଇଛି। ଗୋମାଂସ ବିନା ଏଥର ଖ୍ରୀଷ୍ଟମାସ ପାଳନ ଫିକା ପଡ଼ିବ ବୋଲି ଅନେକେ କହିଛନ୍ତି। ତେବେ ଦୁଇଦିନ ମଧ୍ୟରେ ଏହାର ସମାଧାନ ବାଟ ବାହାର କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ପ୍ରତିଶ୍ରୁତି ଦେଇଛନ୍ତି। କର୍ନାଟକ ସରକାର ଗୋହତ୍ୟା ବିରୋଧରେ କଠୋର ଆଇନ ବିଧାନସଭାରେ ଗୃହୀତ କରାଇବା ପରେ ଗୋଆକୁ ମାଂସ ଯୋଗାଣ ବନ୍ଦ ହୋଇଯାଇଛି। ୧୩ ବର୍ଷରୁ କମ୍‌ ଗାଈ କିମ୍ବା ମଇଁଷି ଚୋରା ଚାଲାଣ କିମ୍ବା ହତ୍ୟା କଲେ ୩ରୁ ୭ ବର୍ଷ ଜେଲ୍‌ଦଣ୍ଡ ସହ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ବ୍ୟବସ୍ଥା ଉକ୍ତ ଆଇନରେ ରହିଛି। ଏହା କାର୍ଯ୍ୟକାରୀ ହୋଇ ନ ଥିଲେ ମଧ୍ୟ ମାଂସ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି।
ଗୋଆର ଅଧିକାଂଶ ଲୋକ ଘୁଷୁରି ମାଂସ ଖାଆନ୍ତି ନାହିଁ। ସେଥିପାଇଁ ଆମକୁ କେବଳ ଚିକେନ୍‌ ତରକାରୀ କରିବାକୁ ପଡ଼ିବ ବୋଲି ଗୃହିଣୀ ଭାଲେନ୍‌ସିଆ ନତାଶା ଡିସୌଜା କହିଛନ୍ତି। କିଛିଦିନ ହେଲ ା ଗୋଆର ଗୋମାଂସ ଦୋକାନ ବନ୍ଦ ରହିଛି। ଖ୍ରୀଷ୍ଟମାସ ପ୍ରଭାବିତ ହେବା ପୂର୍ବରୁ ସରକାର କିଛି କରିବେ ବୋଲି ଅନ୍ୟ ଜଣେ ଗୃହିଣୀ ଆଶାବ୍ୟକ୍ତ କରିଛନ୍ତି। ଗୋଆର ୩୦% ଲୋକ କ୍ୟାଥୋଲିକ୍‌। ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ କୌଣସି ସହାୟତା କରିପାରିବେ ନାହିଁ। ଏଥର ପର୍ବ ଫିକା ପଡ଼ିବ ବୋଲି ଅନ୍ୟ ଜଣେ ବାସିନ୍ଦା ପ୍ରଦୀପ ଆମୋଙ୍କର କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସଚିବ, ପ୍ର୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କ ବୈଠକ ଡାକିଛନ୍ତି। ବଜାରରେ ଗୋମାଂସ ଉପଲବ୍ଧ ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁଧବାର ଗୋଆର ଗୋମାଂସ ବ୍ୟବସାୟୀଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହାର ପ୍ରତିକାର ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri