Posted inଖେଳ

ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍‌ସର ଓ ପପ୍‌ ସିଙ୍ଗର ଚାହୁଁଥିଲେ ୧୫୦ ବର୍ଷ ବଞ୍ଚିବା ପାଇଁ। ଏ ନେଇ ଘରେ ରଖିଥିଲେ ୧୨ ଜଣିଆ ଡାକ୍ତରୀ ଦଳ। ସେମାନେ ପ୍ରତି ଦିନ ତାଙ୍କ ବାଳଠୁ ଆରମ୍ଭ କରି ଗୋଡ଼ ନଖ ପର୍ଯ୍ୟନ୍ତ ପରୀକ୍ଷା କରୁଥିଲେ। ଲାବରୋଟୋରିରେ ଟେଷ୍ଟ କରାଯାଉଥିଲା ତାଙ୍କ ଖାଦ୍ୟ । ଏହି ପ୍ରସିଦ୍ଧ ଡ୍ୟାନ୍‌ସରଙ୍କ ପ୍ରତ୍ୟେକ ଦିନର ଏକ୍ସରସାଇଜକୁ ତଦାରଖ କରିବା ପାଇଁ ନିଯୁକ୍ତ ହୋଇଥିଲା ୧୫ ଜଣିଆ ଟିମ୍‌। ତାଙ୍କ ବେଡ ଏତେ ଅତ୍ୟାଧୁନିକ ଥିଲା ଯେ, ତାହା ନିୟନ୍ତ୍ରଣ କରିପାରୁଥିଲା ଅକ୍ସିଜେନର ମାତ୍ରାକୁ।

କେବଳ ଏତିକି ନୁହେଁ। ଅଙ୍ଗ ଦାନ ପାଇଁ ମଧ୍ୟ ରଖିଥିଲେ ଲୋକଙ୍କୁ। ଆବଶ୍ୟକ ପଡ଼ିଲେ ଡାକ୍ତରୀ ଦଳକୁ ସଙ୍ଗେସଙ୍ଗେ ଯୋଗାଇ ଦିଆଯାଇ ପାରିବ ଯେ କୌଣସି ଅଙ୍ଗ। ଆଉ ଅଙ୍ଗ ଦାନ କରିବାକୁ ଥିବା ବ୍ୟକ୍ତିଙ୍କ ଲାଗି ସେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ। ୧୫୦ ବର୍ଷ ବଞ୍ଚିବା ପାଇଁ ସ୍ବପ୍ନ ଦେଖୁଥିଲେ ମାଇକେଲ।

ହେଲେ ସେ ବିଫଳ ହୋଇଥିଲେ। ୨୦୦୯ ଜୁନ ୨୫ ତାରିଖରେ ୫୦ ବର୍ଷ ବୟସରେ ହଠାତ୍‌ ଫେଲ ହୋଇଗଲା ତାଙ୍କ ହୃତପିଣ୍ଡ। ବିଶ୍ୱର ଲୋକପ୍ରିୟ ଡ୍ୟାନ୍‌ସରଙ୍କୁ ବଞ୍ଚାଇ ପାରି ନ ଥିଲା ୧୨ ଜଣିଆ ଡାକ୍ତରୀ ଦଳର କ୍ରମାଗତ ଉଦ୍ୟମ। ୨୫ ବର୍ଷ ଧରି ଯେଉଁ ଷ୍ଟାର ଡାକ୍ତରଙ୍କ ବିନା ପରାମର୍ଶରେ କିଛି କରୁ ନ ଥିଲା, ତାଙ୍କର ୧୫୦ ବର୍ଷ ବଞ୍ଚିବାର ସ୍ବପ୍ନ ପୂରଣ ହୋଇପାରିଲା ନାହିଁ।

ତାଙ୍କର ଶେଷ ଯାତ୍ରକୁ ୨.୫ ନିୟୁତ ଲୋକେ ଦେଖିଥିଲେ। ଏହି ରେକର୍ଡ ଆଜି ବି ଅତୁଟ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ଟୁଇଟର, ଇନଷ୍ଟାଣ୍ଟ ମେସେନ୍‌ଜର, ଓ୍ବିକିପିଡିଆ କାର୍ଯ୍ୟ କରି ନ ଥିଲା। ୮ ଲକ୍ଷ ଲୋକେ ଗୁଗଲରେ ମାଇକେଲ ଜ୍ୟାକସନ ସର୍ଚ୍ଚ କରିଥିଲେ। ଏଥିରୁ ଜାଣିପାରୁଥିବେ ମୃତ୍ୟୁକୁ ରୋକା ଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri