Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ : ହାଇଦ୍ରାବାଦ-ଜାମଶେଦପୁର ମ୍ୟାଚ ଡ୍ର

ଭାସ୍କୋ, ୨।୧୨-
ଆରିଡାନେ ସାଣ୍ଟାନାଙ୍କ ପରେ ପ୍ରତିପକ୍ଷ ଷ୍ଟିଫେନ୍‌ ଏଜେଙ୍କ ଗୋଲ ଯୋଗୁ ବୁଧବାର ହାଇଦ୍ରାବାଦ୍‌ ଏଫ୍‌ସି ଓ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ହାଇଦ୍ରାବାଦ ୩ ମ୍ୟାଚରୁ ୧ ବିଜୟ ଓ ୨ ଡ୍ର ସହ ୫ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଓଡ଼ିଶା ଏଫସିକୁ ୧-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଏହାର ଦ୍ୱିତୀୟ ମ୍ୟାଚକୁ ବେଙ୍ଗାଲୁରୁ ଏଫସି ସହିତ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ୟପକ୍ଷରେ ୩ ମ୍ୟାଚରୁ ୨ ଡ୍ର ଓ ୧ ପରାଜୟ ସହ ଜାମଶେଦପୁର ଟେବୁଲର ୮ମ ସ୍ଥାନରେ ରହିଛି।

ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଫିନିଶିଂ ଠିକ୍‌ଭାବେ ହୋଇ ନ ପାରିବାରୁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭର ଅଳ୍ପସମୟ ପରେ ୫୦ତମ ମିନିଟରେ ଆରିଡାନେ ସାଣ୍ଟାନା ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ବାମ ପଟରୁ ବଲ୍‌ ନେଇ ଆସିଥିବା ହଲିଚରଣ ନାର୍ଜାରେ ଜାମଶେଦପୁରର ଲାଲଡିନଲିଆନା ରେନ୍ଥଲେଇଙ୍କୁ ଚକ୍‌ମା ଦେଇ ବକ୍ସ ମଧ୍ୟରେ ପ୍ରବେଶ କରିଥିଲେ। ମାତ୍ର ପଓ୍ବନ କୁମାର ତାଙ୍କୁ ରୋକିବାରୁ ବଲ୍‌ ସାଣ୍ଟାନାଙ୍କ ନିକଟକୁ ଚାଲି ଆସିଥିଲା। ସାଣ୍ଟାନା ଏହାକୁ ନେଟ୍‌ ମଧ୍ୟକୁ ପ୍ରବେଶ କରାଇବାରେ ସଫଳ ହୋଇଥିଲେ। ଗୋଲ ପରିଶୋଧ ପାଇଁ ଜାମସେଦପୁରର ଉଦ୍ୟମ ଜୋରଦାର ହୋଇଥିଲା। ୮୫ତମ ମିନିଟରେ ଷ୍ଟିଫେନ ଏଜେ ଗୋଲ ଦେବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ନେରିଜୁସ ଭ୍ଲାସକିସ୍‌ ପାସ୍‌ ପାଇବାପରେ ବଲ୍‌କୁ ନିୟନ୍ତ୍ରଣରେ ରଖି କ୍ରସ୍‌ ଶଟ୍‌ ମାରିଥିଲେ। ମାତ୍ର ଚିଙ୍ଗଲେନସାନା ସିଂ ହେଡ୍‌ ଜରିଆରେ ତାହାକୁ କ୍ଲିୟର କରିଥିଲେ। ବଲ୍‌ ଓ୍ବିଲିୟମ ଲାଲନୁନ୍‌ଫେଲାଙ୍କ ନିକଟରେ ପଡ଼ିଥିଲା। ସେ ତାହାକୁ ଏଜେଙ୍କ ନିକଟରୁ ପଠାଇ ଦେଇଥିଲେ। ନାଇଜେରିଆନ ଏଜେ ପ୍ରତିପକ୍ଷ ଲକ୍ଷ୍ମୀକାନ୍ତ କାଟିମନିଙ୍କୁ ଅତିକ୍ରମ କରି ଗୋଲ ଦେବାରେ ସଫଳ ହୋଇଥିଲେ। ଗୋଲକିପର ପ୍ରତିରୋଧ କରିବାକୁ ସମୟ ପାଇ ନ ଥିଲେ। ଜାମସେଦପୁରର ରେନ୍ଥଲେଇ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ହାଇଦ୍ରାବାଦର ମହମ୍ମଦ ୟାସିର ହିରୋ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri