Posted inଖେଳ

ଫିଞ୍ଚ୍‌, ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ବିଜୟୀ, ପ୍ରଥମ ଦିନିକିଆରେ ଭାରତ ପରାସ୍ତ

ସିଡନୀ, ୨୮।୧୧(ପି.ଟି.)-
କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଖେଳିଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି। ଦୁର୍ବଳ ବୋଲିଂ ଟିମ୍‌ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଦଳକୁ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି। ଅନ୍ୟପକ୍ଷରେ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ ୬୬ ରନରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୬ ଉଇକେଟ ହରାଇ ୩୭୪ ରନ କରିଥିବାବେଳେ ଭାରତ ପୂରା ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୩୦୮ ରନ କରି ପାରିଥିଲା। ବିଜୟ ଫଳରେ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ସ୍ମିଥ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଭାରତୀୟ ବୋଲରମାନେ ୨୭ ଓଭର ପର୍ଯ୍ୟନ୍ତ ଓପନିଂ ଯୋଡ଼ି ଭାଙ୍ଗିପାରି ନ ଥିଲେ। ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଫିଞ୍ଚ୍‌ ପ୍ରଥମ ଉଇକେଟରେ ୧୫୬ ରନ ଯୋଗକରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲେ। ୨୮ତମ ଓଭରର ୫ମ ବଲ୍‌ରେ ଓ୍ବାର୍ନର (୬୯ ରନ, ୭୬ ବଲ, ୬ ଚୌକା)ଙ୍କୁ ଆଉଟ କରି ମହମ୍ମଦ ଶାମି ଭାରତକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ଫିଞ୍ଚ୍‌ଙ୍କ ସହ ସ୍ମିଥ କ୍ରିଜରେ ଯୋଗଦେବାପରେ ଭାରତୀୟ ବୋଲରଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଥିଲା। ଦୁହେଁ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ିବା ସହିତ ୪୦ ଓଭର ବେଳକୁ ଦଳୀୟ ସ୍କୋରକୁ ୨୬୪ରେ ପହଞ୍ଚାଇବାପରେ ଫିଞ୍ଚ୍‌ ୧୧୪ (୧୨୪ ବଲ, ୯ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ। ମାର୍କୁସ ଷ୍ଟୋଇନିସ ଖାତା ଖୋଲିପାରି ନ ଥିଲେ ହେଁ ସ୍ମିଥ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବୃହତ୍‌ ସ୍କୋର ଆଡ଼କୁ ନେଇ ଯାଇଥିଲେ। ମ୍ୟାକ୍ସଓ୍ବେଲ ୧୯ ବଲ୍‌ରୁ ୪୫(୫ ଚୌକା, ୩ ଛକା) ଏବଂ ସ୍ମିଥ୍‌ ମାତ୍ର ୬୬ ବଲ୍‌ରୁ ୧୦୫(୧୧ ଚୌକା, ୪ ଛକା) ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ପାଇଁ ପର୍ଯ୍ୟାପ୍ତ ଫିଟ୍‌ ନ ଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କେବଳ ୫ ବୋଲର ଉପଲବ୍ଧ ଥିଲେ। ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ଶାମି ୩ଟି ଏବଂ ଯଶପ୍ରୀତ ବୁମ୍‌ରା, ନବଦୀପ ସଇନୀ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରି ଭାରତ ଭଲ ଆରମ୍ଭ କରିଥିଲେ ହେଁ ୨୩ ରନ ମଧ୍ୟରେ ୩ ଉଇକେଟ ପତନ ଯୋଗୁ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଓପନିଂ ଯୋଡ଼ିରେ ୩୨ ବଲ୍‌ରୁ ୫୩ ରନ ସଂଗ୍ରହ ହେବାପରେ ମୟଙ୍କ ଅଗ୍ରଓ୍ବାଲ (୨୨ ରନ, ୧୮ ବଲ୍‌, ୨ ଚୌକା, ୧ ଛକା) ଆଉଟ ହୋଇଥିଲେ। କୋହଲି ୨୧(୨୧ ବଲ, ୨ ଚୌକା, ୧ ଛକା), ଶ୍ରେୟାସ ଆୟାର ୨ ଓ ଲୋକେଶ ରାହୁଲ ୧୨ ରନରେ ଆଉଟ ହେବାରୁ ଭାରତ ୧୩.୩ ଓଭର ମଧ୍ୟରେ ୪ ଉଇକେଟ ହରାଇ ସାରିଥିଲା। ଶିଖର ଧାଓ୍ବନ ଓ ହାର୍ଦ୍ଦିକ ୫ମ ଉଇକେଟରେ ୧୨୮ ରନର ଦ୍ରୁତ ଭାଗୀଦାରି ଗଢ଼ିଥିଲେ ହେଁ ଦଳକୁ ବିଜୟ ଲକ୍ଷ୍ୟ ନିକଟରେ ପହଞ୍ଚାଇବାପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଧାଓ୍ବନ ୮୬ ବଲ୍‌ରୁ ୭୪(୧୦ ଚୌକା) ରନ କରିଥିବାବେଳେ ହାର୍ଦ୍ଦିକ ଆଇପିଏଲ ଫର୍ମ ଜାରି ରଖି ୭୬ ବଲ୍‌ରୁ ୯୦(୭ ଚୌକା, ୪ ଛକା) ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଜୋଶ୍‌ ହାଜେଲଉଡ୍‌ ୩ ଉଇକେଟ ନେଇ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାବେଳେ ଆଡାମ ଜାମ୍ପା ୪ ଉଇକେଟ ନେଇ ଧାଓ୍ବନ-ପାଣ୍ଡ୍ୟାଙ୍କ ଯୋଡ଼ି ଭାଙ୍ଗିବା ସହ ସଫଳ ବୋଲର ବିବେଚିତ ହୋଇଥିଲେ। ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କୁ ଗୋଟିଏ ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri