ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ। ପ୍ରଥମେ ତାଳଚେର-ଅନୁଗୋଳ-ମେରାମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧୀନରେ ଥିବା ଅନୁଗୋଳ, ତାଳଚେର ଓ ବଅଁରପାଳର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ତାମଡା ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ଡିସେମ୍ବରରୁ ଆରମ୍ଭ ହେବ।
ମେଟ୍ରୋ ସିଟି ଭଳି ଅନୁଗୋଳ ଝଲସିବ। ଲୋକଙ୍କ ଆମୋଦପ୍ରମୋଦ ପାଇଁ ଅତ୍ୟାଧୁନିକ ପାର୍କ ନିର୍ମାଣ କରାଯିବ। ବଡ଼ ପୁଷ୍କରିଣୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ ହେବ। ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ ସହରର ରାସ୍ତା ପାର୍ଶ୍ୱରେ ସ୍ବତନ୍ତ୍ର ଚଲାପଥ ରହିବ। ଚଟ୍‌ପଟା ଖାଦ୍ୟର ମଜା ନେବାକୁ ଲୋକଙ୍କ ପାଇଁ ଫୁଡ୍‌ ଷ୍ଟ୍ରିଟ୍‌ କରାଯିବ। ସହରର ବିଜୁ ମଇଦାନରେ ସେଲ୍‌ଫି ପଏଣ୍ଟ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ହୁଲୁରିସିଂହା ଠାରେ ଏକ ସେଣ୍ଟ୍ରାଲ ଲାଇବ୍ରେରି ଖୋଲାଯିବାକୁ ପ୍ରଶାସନ ସ୍ଥିର କରିଛି। ଏଥିସହ ଅମଲାପଡ଼ା-ଶିମିଳିପଡ଼ା ମଧ୍ୟଭାଗରେ ଥିବା ଏକ ପୁଷ୍କରିଣୀର ପୁନରୁଦ୍ଧାର ବ୍ୟବସ୍ଥା କରାଯିବ। ଏହାର ଚତୁଃପାର୍ଶ୍ୱରେ ଚଲାପଥ, ଆଲୋକୀକରଣ ହେବ। ରାଜାଛକରେ ଉଜ୍ଜ୍ୱଳ ଆଲୋକ ଲଗାଯିବା ସହ ରାସ୍ତାକୁ ପ୍ରସସ୍ଥ କରାଯିବ। ମିଶ୍ରପଡ଼ା ଛକରୁ ହରିମହୁରୀ, ମିଶ୍ରପଡ଼ାରୁ ବିଇଡି ଛକ ଓ ଜଗନ୍ନାଥ ମନ୍ଦିର ରାସ୍ତାର ଉନ୍ନତୀକରଣ ହେବ। ବିଇଡି ଛକରୁ ଜଗନ୍ନାଥ ମନ୍ଦିର ଛକ ରାସ୍ତାରେ ତାମଡା ପକ୍ଷରୁ ପ୍ରଥମେ କଫି ଷ୍ଟଲ କରାଯାଇଥିବାବେଳେ ଖାଲି ଥିବା ସ୍ଥାନରେ ଫୁଡ୍‌ କୋର୍ଟ କରାଯିବ। ସେହିପରି ସହରରେ ନିର୍ମାଣାଧୀନ ବସ୍‌ ଟର୍ମିନାଲ ନିକଟରେ ଅତ୍ୟାଧୁନିକ ପାର୍କ ନିର୍ମାଣ ହେବ। ତାଳଚେରର ରାଣୀ ପାର୍କର ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି ବଅଁରପାଳ ଛକରେ ବହୁ ଉନ୍ନତୀକରଣ କାର୍ଯ୍ୟ ପାଇଁ ଯୋଜନା ରହିଛି। ତାଳଚେର ଓ ବଅଁରପାଳର ବିଭିନ୍ନ ସ୍ଥାନରେ ଆଲୋକ ବ୍ୟବସ୍ଥା ହେବ। ଏହି ୩ଟି ବ୍ଲକର ସୌନ୍ଦର୍ଯ୍ୟକରଣ ପାଇଁ ପାଖାପାଖି ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ଅତିକମ୍‌ରେ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ଆଖି ଖୋସି ହେଲା ଭଳି କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ ଶେଷ ହେଲେ ରାଜ୍ୟର ଅନ୍ୟ ବଡ଼ ସହର ପରି ଅନୁଗୋଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ। ଏହି ୩ଟି ବ୍ଲକ ପରେ ଜିଲାର ଅନ୍ୟ ୫ଟି ବ୍ଲକର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି।

ଡିସେମ୍ବରରୁ ପ୍ରକ୍ରିୟା ଆରମ୍ଭ
ଡିସେମ୍ବର ମାସରୁ ତାମଡା ଅଧୀନରେ ଥିବା ୩ଟି ବ୍ଲକର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହେବ। ଅନୁଗୋଳର କେବଳ ନାରଣସାଗର କି ଜଗନ୍ନାଥ ବାଟିକା ନୁହେଁ କେଉଁ ସ୍ଥାନରେ କିପରି ଉନ୍ନତି କାର୍ଯ୍ୟ କରାଯିବ ସେ ନେଇ ତାମଡା ପକ୍ଷରୁ ନିଷ୍ପତ୍ତି ନିଆଯାଇସାରିଛି। ଏହି କାର୍ଯ୍ୟ ଶେଷ ହେବା ପରେ ଅନୁଗୋଳ ରାଜଧାନୀ ପରି ଚମକିବ।
-ବଇତୁରା ଦୀପ୍‌, ସମ୍ପାଦକ, ତାମଡା
ସୌନ୍ଦର୍ଯ୍ୟକରଣ ମର୍ଯ୍ୟାଦା ବୃଦ୍ଧି କରିବ
ଅନୁଗୋଳ ଜିଲାର ବଅଁରପାଳ ଛକ ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ସ୍ଥାନ ଧୂଳି ଧୂଆଁରେ ପୋତି ହୋଇପଡ଼ୁଛି। ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜପଥର ଉନ୍ନତୀକରଣ, ଆଲୋକୀକରଣ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଗଲେ ସମସ୍ତେ ଉପକୃତ ହେବେ। ପ୍ରଶାସନର ଏପରି କାର୍ଯ୍ୟ ଅତ୍ୟନ୍ତ ସ୍ବାଗତଯୋଗ୍ୟ।
-କୃତାର୍ଥ ଚନ୍ଦ୍ର ସିଂହ, ବଅଁରପାଳ
ରକ୍ଷଣାବେକ୍ଷଣ ଜରୁରୀ
ଶିଳ୍ପ ସମୃଦ୍ଧ ଅନୁଗୋଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବହୁ ପୂର୍ବରୁ ପଦକ୍ଷେପ ନିଆଯିବା କଥା। ବିଳମ୍ବରେ ହେଲେ ମଧ୍ୟ ଏହାକୁ ସମସ୍ତେ ସ୍ବାଗତ କରିବେ। ହେଲେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରିଦେଇ ତାମଡା ଚୁପ୍‌ ବସିଗଲେ ହେବ ନାହିଁ। ଏସବୁ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଗଲେ ଯାଇ ସୌନ୍ଦର୍ଯ୍ୟକରଣର ପ୍ରକୃତ ଲାଭ ମିଳିପାରିବ।
-ମୃତ୍ୟୁଞ୍ଜୟ ସାହୁ, ଅନୁଗୋଳ
ରାଣୀପାର୍କର ଉନ୍ନତୀକରଣ ଜରୁରୀ
ତାଳଚେରରେ ଥିବା ରାଣୀ ପାର୍କର ସୌନ୍ଦର୍ଯ୍ୟକରଣ ଅତି ଆବଶ୍ୟକ ଥିଲା। ତାମଡା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ଏହି ଉନ୍ନତୀକରଣ କାର୍ଯ୍ୟ କାଗଜ କଲମରେ ନୁହେଁ, ବାସ୍ତବ ରୂପ ପାଇଲେ ହିଁ ଲୋକଙ୍କ କାର୍ଯ୍ୟରେ ଆସିପାରିବ।
-ବାଉରିବନ୍ଧୁ ବେଜ୍‌, ପରିବେଶବିତ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ସ୍ବାଧୀନ ଏମ୍‌ପି ପ୍ରାର୍ଥୀଙ୍କୁ ଆକ୍ରମଣ

ଭବାନୀପାଟଣା,୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଲୋକସଭା ସ୍ବାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କୁ କେତେକ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ନରେଶ...

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ରାଜପଥର ବାଇକ୍‌ ଦୁର୍ଘଟଣା, ଚାଳକ ଗୁରୁତର

ହାଟଡିହୀ,୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ହାଟଡିହୀ ପୋଷ୍ଟ ଅଫିସ ନିକଟରେ ଏକ ବାଇକ୍‌ ଦୁର୍ଘଟଣା ଘଟି...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri