Posted inଖେଳ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ। ଏହା ପରେ ଟି୨୦ ଏବଂ ଶେଷରେ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜରେ ଡେଭିଡ ଓ୍ବାର୍ନରଙ୍କ ସହ କିଏ ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ ଓପନ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିୟମିତ ଓପନର ଜୋ ବନର୍‌ସ ଏବଂ ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କି ଏହି ସ୍ଥାନପାଇଁ ଦୌଡ଼ରେ ରହିଛନ୍ତି। ପୂରା ଫର୍ମରେ ଥିବା ପୁକୋଭସ୍କିଙ୍କ ସପକ୍ଷରେ ଅନେକେ ମତ ଦେଉଥିବାବେଳେ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କିନ୍ତୁ ଭିନ୍ନମତ ଦେଇଛନ୍ତି। ଓ୍ବାର୍ନରଙ୍କ ସହିତ ବନର୍‌ସ ଇନିଂସ ଓପନ କରିବେ ବୋଲି ସେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଗତ ଗ୍ରୀଷ୍ମଋତୁରେ ବନର୍‌ସଙ୍କ ଆଭରେଜ ୩୨ ରହିଥିଲା। ଗତ ଶେଫିଲ୍ଡ ସିଲ୍ଡ ସିଜନରେ ସେ ୧୧.୪୦ ଆଭରେଜରେ ୫୭ ରନ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ୨୨ ବର୍ଷୀୟ ପୁକୋଭସ୍କି କ୍ରମାଗତ ୨ଟି ଦ୍ୱିଶତକ ହାସଲ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ସେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨ ଏବଂ ସାଉଥ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୨୫୫ ରନର ଇନିଂସ ଖେଳିଛନ୍ତି।
ପୁକୋଭସ୍କି ଯେପରି ଖେଳିଛନ୍ତି ପ୍ରଥମ ଟେଷ୍ଟ ପାଇଁ ଉପଯୁକ୍ତ। ଆମେ ଏହାକୁ ବିଚାରକୁ ନେଉଛୁ ଏବଂ ଉଭୟଙ୍କ ମଧ୍ୟରେ ତୁଳନା କରୁଛୁ। ଗତଥର ଓ୍ବାର୍ନର ଓ ବନର୍‌ସଙ୍କ ଯୋଡ଼ି ଭଲ ଜମିଥିଲା। ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। ତେଣୁ ଆମେ ଏହି ଯୋଡ଼ିଙ୍କୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଛୁ ବୋଲି ଲାଙ୍ଗର କହିଛନ୍ତି। ଓପନିଂ ଯୋଡ଼ିଭାବେ ବନର୍‌ସ ଓ ଓ୍ବାର୍ନର ୫୦.୫୬ ଆଭରେଜରେ ୧,୩୬୫ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆକୁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷରେ ରଖିବାରେ ଏମାନଙ୍କ ଅନେକ ଅବଦାନ ରହିଛି। ଆମେ କାହାକୁ ଅଣଦେଖା କରିବାକୁ ଚାହୁଁନାହିୁଁ। ଅପରପକ୍ଷରେ ଦୀର୍ଘଦିନଧରି ଅଷ୍ଟ୍ରେଲିଆ କ୍ରିକେଟକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିବା ଖେଳାଳିଙ୍କୁ ମଧ୍ୟ ଦେଖୁଛୁ। ବିଗତ ବର୍ଷଗୁଡ଼ିକରେ ପରୀକ୍ଷା ନିରୀକ୍ଷା ମଧ୍ୟରେ ଅନେକ ଖେଳାଳି ଦଳକୁ ଆସିଛନ୍ତି ଏବଂ ଅନେକେ ବାହାରିଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ତାହା ଜାରି ରହିବ। ମାତ୍ର ବର୍ତ୍ତମାନ ସ୍ଥିତିରେ କେତେକ କ୍ଷେତ୍ରରେ ସ୍ଥିର ରହିବାର ଯୁକ୍ତିଯୁକ୍ତତା ରହିଛି। ତେବେ ଓ୍ବାର୍ମଅପ୍‌ ମ୍ୟାଚ ପରେ ସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଲାଙ୍ଗର ପ୍ରକାଶ କରିଛନ୍ତି। ୨ଟି ଟୁର୍‌ ଗେମ୍‌ରେ ଭିନ୍ନଭିନ୍ନ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ ଖେଳିବେ। ଡିସେମ୍ବର ୧୭ରୁ ପ୍ରଥମ ଟେଷ୍ଟ ଆଡିଲେଡ୍‌ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri